ETV Bharat / science-and-technology

ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ଇସ୍ରୋ ମୁଖ୍ୟ - ଏଲ 1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ 1

ISRO chairman on Aditya L1: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଇସ୍ରୋ ମୁଖ୍ୟ ଏନଇ କଣ କହିଲେ ଜାଣିବା ପାଇଁ ପଢନ୍ତୁ ପୁରା ଖବର

ISRO chairman on Aditya L1
ISRO chairman on Aditya L1
author img

By ETV Bharat Odisha Team

Published : Dec 23, 2023, 1:37 PM IST

ହାଇଦ୍ରାବାଦ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ଲଞ୍ଚ ହେବା ପରଠାରୁ ସଫଳତା ଦିଗରେ ବଢିଚାଲିଛି । ତେବେ ଲାଗରେଞ୍ଜ ପଏଣ୍ଟ (ଏଲ-1) ଅଭିମୁଖେ ଅଗ୍ରସର ହୋଇଥିବା ଆଦିତ୍ୟ ଏଲ 1 କେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ସେନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ଏନେଇ ଏକ ବଡ ଅପଡେଟ ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଆସନ୍ତା ଜାନୁଆରୀ 6 ତାରିଖରେ ସୌରମିଶନ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ସେ ସୂଚନା ଦେଇଛନ୍ତି ।

ଏହା ପୃଥିବୀ ଠାରୁ 1.5 ମିଲିୟନ ଦୂରରେ ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟ୍ ସମୟରେ ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ (PSLV-C57) ରକେଟ ସହାୟତାରେ ଏହି ସାଟେଲାଇଟକୁ ପ୍ରକ୍ଷେପଣ କରାଯାଇଥିଲା । L1 କକ୍ଷପଥରୁ ସୂର୍ଯ୍ୟର ବାହ୍ୟସ୍ତର (କରୋନା) ଓ କ୍ରୋମୋସ୍ଫିୟର ଉପରେ ଅଧ୍ୟୟନ କରି ନୂଆ ତଥ୍ୟ ସାମ୍ନାକୁ ଆଣିବ ବୋଲି ଆଶା ରଖାଯାଇଛି।

ସୂଚନା ଅନୁସାରେ, ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରୁଥିବା ଏକ ବେସରକାରୀ ସଂଗଠନ (ଏନଜିଓ) ଭିଜ୍ଞାନ ଭାରତୀଙ୍କ ଦ୍ବାରା ଆୟୋଜିତ ଭାରତୀୟ ବିଜ୍ଞାନ ସମ୍ମିଳନୀରେ ଯୋଗ ଦେଇଥିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଏସ ସୋମନାଥ। ତେବେ ଏହି ସମୟରେ ସେ ଗଣମାଧ୍ୟମ ପ୍ରତିନିଧୀକୁ ଭାରତର ପ୍ରଥରମ ସୌର ମିଶନ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ତେବେ ଜାନୁଆରୀ 6 ତାରିଖରେ ଏହା ଲାଗରେଞ୍ଜ ପଏଣ୍ଟ ପଏଣ୍ଟରେ ପହଞ୍ଚିବା ନେଇ ଆମେ ଆଶା ରଖିଛୁ । ତେବେ ସଠିକ ସମୟରେ ସଠିକ ଘୋଷଣା କରାଯିବ ବୋଲି କହିଛନ୍ତି ଏସ୍ ସୋମନାଥ ।

ଏହା ମଧ୍ୟ ପଢନ୍ତୁ: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ

ସେ ଆହୁରି ମଧ୍ୟ କହିଛନ୍ତି, "ଯେତେବେଳେ ଏହା ଏଲ 1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ପୁଣି ଥରେ ଇଞ୍ଜିନକୁ ଷ୍ଟାଟ କରିବାକୁ ପଡିବ । ଯାହା ଦ୍ବାରା ଏହା ଆଉ ଆଗକୁ ଅଗ୍ରସର ହେବ ନାହିଁ । ଏହା ଏଲ 1 ପଏଣ୍ଟରେ ପହଞ୍ଚିବା ପରେ ସେଠାରେ ଅଟକି ରହି ଚାରିପାଖରେ ଘୂର୍ଣ୍ଣନ କରିବ ।"

ଯେତେବେଳେ ଏହା ଏଲ 1 ପଏଣ୍ଟରେ ପହଞ୍ଚିବ, ସେବେ ଠାରୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ନିକଟରେ ହେଉଥିବା ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ କରିବ । ବୈଷୟିକ ଦୃଷ୍ଟି କୋଣରୁ ଭାରତ ଏକ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ, ଅମୃତକାଳ ସମୟରେ ଇସ୍ରୋ ଏକ ଭାରତୀୟ ସ୍ପେସ ଷ୍ଟେସନ ନିର୍ମାଣ କରିବା ନେଇ ଲକ୍ଷ୍ୟ ରଖିଛି । ଏହାକୁ ଭାରତୀୟ ସ୍ସେ ଷ୍ଟେସନ ନାମରେ ନାମିତ କରାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.