ETV Bharat / science-and-technology

ଗୁରୁତର କୋଭିଡ ରୋଗୀ କ୍ଷେତ୍ରରେ ଦେଖାଯାଏ ମାନସିକ ସମସ୍ୟା: Lancet Study - ଶରୀର ଉପରେ କୋଭିଡ଼ର ପ୍ରଭାବ

କୋଭିଡ଼ ଆକ୍ରାନ୍ତରେ ଗୁରୁତର ହେଉଥିବା ରୋଗୀଙ୍କ ୧୬ ମାସ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ରହୁଥିବା ମେଡିକାଲ ଜର୍ଣ୍ଣାଲ Lancetରେ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ

ଗୁରୁତର କୋଭିଡ଼ ଆକ୍ରାନ୍ତଙ୍କ ଦେଖାଯାଏ ଲମ୍ବା ମାନସିକ ସମସ୍ୟା: Lancet study

author img

By

Published : Mar 18, 2022, 2:12 PM IST

ହାଇଦ୍ରାବାଦ: ଘାତକ କୋଭିଡ଼ ଭାଇରସ ଶରୀରକୁ ଅନେକ କ୍ଷେତ୍ରରେ କ୍ଷତି ପହଞ୍ଚାଇଥାଏ । ଭାଇରସରେ ଆକ୍ରାନ୍ତ ହେବା ଦ୍ବାରା ଏକ ଏକ ସୁସ୍ଥ ରୋଗୀ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀ ଅସୁସ୍ଥ ହୋଇପଡ଼େ । ଏହାରି ମଧ୍ୟରେ ଏକ ମେଡିକାଲ ଜର୍ଣ୍ଣାଲ Lancet ପତ୍ରିକାର ରିପୋର୍ଟ ଅନୁସାରେ ଗୁରୁତର କୋଭିଡ଼ ଆକ୍ରାନ୍ତଙ୍କ ମସ୍ତିଷ୍କ ଭାଇରସ ଦ୍ବାରା ପ୍ରଭାବିତ ହୁଏ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ରୋଗୀର ମାନସିକ ସମସ୍ୟା ଦେଖାଦିଏ । SARS-CoV-2 ଭାଇରସରେ ଆକ୍ରାନ୍ତ ହେବା ପରେ ୧୬ ମାସ ପର୍ଯ୍ୟନ୍ତ ମଧ୍ୟ ସେମାନେ ଅବସାଦଗ୍ରସ୍ତ ରହୁଥିବା ଦେଖିବାକୁ ମିଳିଛି ।

ଯେଉଁ ଆକ୍ରାନ୍ତଙ୍କ ମଧ୍ୟରେ ୭ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଗୁରୁତର ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶ ମାନସିକ ସମସ୍ୟା ଦେଖିବାକୁ ମିଳୁଛି । ଏହାସହିତ ଯେଉଁ ରୋଗୀ କୋଭିଡ଼ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି ସେମାନଙ୍କ କ୍ଷେତ୍ରରେ ଅବସାଦର ଲକ୍ଷଣ ୨ମାସ ମଧ୍ୟରେ ଶେଷ ହେଉଛି ବା ସେମାନେ ୨ ମାସ ମଧ୍ୟରେ ମାନସିକ ସମସ୍ୟାରୁ ମୁକ୍ତି ପାଉଛନ୍ତି । କିନ୍ତୁ ଯେଉଁ ଆକ୍ରାନ୍ତ ୭ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ୧୬ ମାସ ପର୍ଯ୍ୟନ୍ତ ଲକ୍ଷଣ ଦେଖାଦେଉଛି ।

ଗବେଷକମାନେ ଡେନମାର୍କ, ଇଷ୍ଟୋନିଆ, ଆଇସଲ୍ୟାଣ୍ଡ, ନରୱେ, ସ୍ବିଡେନ ଓ ୟୁକେର ୭ଟି ଗ୍ରୁପକୁ ନେଇ ଗବେଷଣା କରିଥିଲେ । ମୋଟ ୨ ଲକ୍ଷ ୪୭ ହଜାର ୨୪୯ ଜଣଙ୍କ ମଧ୍ୟରୁ ୯ ହଜାର ୯୭୯ ଜଣ ଫେବୃଆରୀ ୨୦୨୦ ଓ ଅଗଷ୍ଟ ୨୦୨୧ ମଧ୍ୟରେ କୋଭିଡ଼ରୁ ସୁସ୍ଥ ହୋଇଥିଲେ । ଯେଉଁ ଆକ୍ରାନ୍ତ ଖୁବ କମ ସମୟ ମଧ୍ୟରେ କୋଭିଡ଼ରୁ ସୁସ୍ଥ ହୋଇଛନ୍ତି ସେମାନଙ୍କ ଅପେକ୍ଷା ଅଧିକ ଗୁରୁତର ଆକ୍ରାନ୍ତଙ୍କ ମଧ୍ୟରେ ଅବସାଦ, ନିଦରେ ଅଭାବ ଭଳି ସମସ୍ୟା ଦେଖିବାକୁ ମିଳିଛି ।

ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ସମସ୍ତ କୋଭିଡ଼ ଆକ୍ରାନ୍ତଙ୍କ ମଧ୍ୟରେ ଗୋଟିଏ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉନାହିଁ । ସେମାନଙ୍କ ଆକ୍ରାନ୍ତ ହେବାର ସମୟସୀମାକୁ ନେଇ ଶରୀର ଉପରେ ପ୍ରଭାବ ପଡୁଛି । ଅଧିକ ସମୟ ଧରି ଗୁରୁତର ରହୁଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେଖାଦେଉଛି ମାନସିକଠୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.