ETV Bharat / science-and-technology

ଡିପିରେ ତ୍ରିରଙ୍ଗା ରଖିବାରୁ ଚିହ୍ନିପାରିଲାନି X, ମନ୍ତ୍ରୀଙ୍କ ଆକାଉଣ୍ଟରୁ କାଢିନେଲା ଗୋଲ୍ଡେନ ଟିକ୍‌

author img

By

Published : Aug 14, 2023, 10:22 AM IST

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ମୋଦିଙ୍କ ଆହ୍ବାନକ୍ରମେ ଡିପିରେ ତ୍ରିରଙ୍ଗା ଫଟୋ ରଖିବାକୁ ଚିହ୍ନିପାରିଲାନି X । ମନ୍ତ୍ରୀଙ୍କ ଆକାଉଣ୍ଟରୁ କାଢିନେଲା ଗୋଲ୍ଡେନ ଟିକ୍‌ । ଅଧିକ ପଢନ୍ତୁ

Several BJP leaders lose golden tick
Several BJP leaders lose golden tick

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ଲଗାଇଲେ ବିଜେପି ନେତା । ହେଲେ ଫଟୋ ଲଗାଇବାର କିଛି ସମୟ ପରେ ଭେରିଫାଇଡ ଆକାଉଣ୍ଟରୁ ବ୍ଲୁଟିକ କାଢିନେଲା ଏକ୍ସ । ଏପରିକି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁଟିକ ହଟିଯାଇଥିବା ନଜରକୁ ଆସିଛି । ଏକ୍ସର ଏଭଳି କାର୍ଯ୍ୟକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

କହିରଖୁଛୁ କି, ଆସନ୍ତାକାଲି(ମଙ୍ଗଳବାର) ଦେଶ ପାଳିବ 77ତମ ସ୍ବାଧିନତା ଦିବସ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପ୍ରତିଟି ଭାରତୀୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଥିଲେ । ଟ୍ବିଟର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅନେକ ନେତା ମନ୍ତ୍ରୀ ନିଜ ଫଟୋ ହଟାଇ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଥିଲେ । ହେଲେ ଏହା ବର୍ତ୍ତମାନ ବିଜେପି ନେତାକୁ ମହଙ୍ଗା ପଡିଲା ଭଳି ମନେ ହେଉଛି । ଅନେକ ନେତା ମନ୍ତ୍ରୀଙ୍କ ଆକାଉଣ୍ଟରୁ ଗୋଲ୍ଡେନ ଟିକ କାଢି ନେଇଛି ଏକ୍ସ ।

ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗାର ଫଟୋ ଲଗାଇଥିବା ନେତା ମନ୍ତ୍ରୀଙ୍କ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Har Ghar Tiranga Campaign: ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା, ଡିପି ପରିବର୍ତ୍ତନ କରିବାକୁ ମୋଦିଙ୍କ ଆହ୍ବାନ

ପ୍ରକାଶଥାଉକି, ଏକ୍ସର ବ୍ଲୁଟିକ ପଲିସି ଅନୁସାରେ, ପ୍ରୋଫାଇଲର ପ୍ରକୃତ ନାମ ଏବଂ ଫଟୋ ରହିବା ଆବଶ୍ୟକ । ବର୍ତ୍ତମାନ ପ୍ରୋଫାଇଲ ଫଟୋ ପରିବର୍ତ୍ତନ ଯୋଗୁଁ ଏକ୍ସ ଭେରିଫାଇଡ କରିପାରିଲା ନାହିଁ । ତେଣୁ ପଲିସି ଅନୁସାରେ ପ୍ରୋଫାଇଲରୁ ଗୋଲ୍ଡେନ ଟିକ ହଟିଯାଇଛି । ତେବେ କିଛି ନେତାଙ୍କର କାହିଁକି ଗୋଲ୍ଡେନ ଟିକ ହଟିଲା ବୋଲି ଅନେକ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କର କହିବା ଅନୁସାରେ, "ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆମେ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛୁ । କିନ୍ତୁ ମୋଦିଙ୍କ ଆକାଉଣ୍ଟ ବର୍ତ୍ତମାନ ସୁଦ୍ଧା ମଧ୍ୟ ଫେରିଭାଇଡ ହୋଇଛି ବା ଗୋଲ୍ଡେନ ଟିକ ରହିଛି । କିନ୍ତୁ ଆମର କାହିଁକି କାଢି ନେଇଛି ଏକ୍ସ । ଯଦି ଆମର ଆକାଉଣ୍ଟ ଭେରିଫାଇଡ କରିପାରିଲା ନାହିଁ, ତାହାଲେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ କିଭଳି ଭେରିଫାଇଡ ହୋଇପାରିଲା ?"

ତେବେ ଏଭଳି ଅନେକ ୟୁଜର୍ସ ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛି ଏକ୍ସ । କମ୍ପାନୀର କହିବା ଅନୁସାରେ,"ଏକ୍ସ ମ୍ୟାନେଜମେଣ୍ଟ ବର୍ତ୍ତମାନ ନେତାଙ୍କ ପ୍ରୋଫାଇଲ ଯାଞ୍ଚ କରୁଛି । ଯଦି ନିର୍ଦ୍ଦେଶାବଳୀ ଠିକ ଭାବେ ଅନୁକରଣ କରିଥିବେ ତାହାଲେ ଆକାଉଣ୍ଟକୁ ପୁଣି ଥରେ ଟିକ ଫେରାଇ ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.