ETV Bharat / science-and-technology

A-SAT ମିଶାଇଲ ପ୍ରଣାଳୀରେ ଜାରି ହେଲା ଡାକ ଟିକେଟ - Ajit Doval

ଡାକ ବିଭାଗ ଭାରତ ପ୍ରଥମ ଆଣ୍ଟି ସାଟେଲାଇଟ ମିଶାଇଲ ସିଷ୍ଟମରେ ଏକ ଡାକ ଟିକେଟ ଜାରି କରିଛି । ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଏହାକୁ ଜାରି କରାଯାଇଛି । ଅଧିକ ପଢନ୍ତୁ..

A-SAT ମିଶାଇଲ ପ୍ରଣାଳୀରେ ଜାରି ହେଲା ଡାକ ଟିକେଟ

author img

By

Published : Sep 18, 2020, 5:51 PM IST

Updated : Feb 16, 2021, 7:31 PM IST

ନୂଆଦିଲ୍ଲୀ: 2019 ମାର୍ଚ୍ଚ 27ରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO)ର A-SAT ମିଶାଇଳ ଓଡିଶାର ଅବଦୁଲ କାଲାମ ଦୀପରେ ହିଟ ଟୁ କିଲ ମୋଡରେ ଲେ ଆର୍ଥ ଅର୍ବିଟ(LEO)ରେ ଭାରତୀୟ ଅର୍ବଟିଙ୍ଗ ସାଟେଲାଇଟକୁ ସଫଳତାପୂର୍ବକ ସାମିଲ କରିଛି । ଏହି ପ୍ରଣାଳୀରେ ଡାକ ଟିକେଟ ଜାରି ନେଇ DRDO ଟ୍ବିଟ କରି କହିଛି ।

ଇଣ୍ଟରସ୍ପେଟର ମିଶାଇଲ 3ଟି ପର୍ଯ୍ୟାୟର ମିଶାଇଲ ଥିଲା । ଯେଉଁଥିରେ ଦୁଇଟି କଠିନ ରକେଟ ବୁଷ୍ଟର ଥିଲା । ରେଞ୍ଜ ସେନ୍ସରର ଟ୍ରାକିଂ ତଥ୍ୟ ନିଶ୍ଚିତ କରିଛି ଯେ ମିଶନ ଏହାର ସମସ୍ତ ଉଦ୍ଦେଶ୍ୟ ପୂରଣ କରିଥାଏ । ଏହି ସମ୍ପୂର୍ଣ୍ଣ ପ୍ରୟାସ ସ୍ବଦେଶୀ ଥିଲା । ଯାହା ଏହି ଜଟିଳ ଓ ଗୁରୁତ୍ବପୂର୍ଣ୍ଣ ମିଶନକୁ ବିକଶିତ କରିବା ପାଇଁ ଦେଶର କ୍ଷମତାକୁ ପ୍ରଦର୍ଶନ କରିଛି । ମିଶନରେ ଅନେକ ଉଦ୍ୟୋଗ ମଧ୍ୟ ଭାଗ ନେଇଥିଲେ । ଏହି ସଫଳତା ସହ ଭାରତ ଏଭଳି କ୍ଷମତା ରଖୁଥିବା ଦୁନିଆର ଚତୁର୍ଥ ରାଷ୍ଟ୍ର ଭାବେ ଉଭା ହୋଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିଜ ସମ୍ବୋଧନରେ କହିଛନ୍ତି କି ଡିଆରଜିଓ ପକ୍ଷରୁ ‘ମିଶନ ଶକ୍ତି’ ପାଇଁ ଯିବା ଏକ ସାହାସିକ ପଦକ୍ଷେପ ।

ସେ ଆହୁରି ମଧ୍ୟ କହିଛନ୍ତି କି ଡିଆରଡିଓ ପାଖରେ ଗୌରବାନ୍ବିତ ହେବାକୁ ବହୁତ ଉପଲବ୍ଧି ରହିଛି । ତଥାପି, ଭବିଷ୍ୟତ ସ୍ପେସ ଆଧାରିତ ଟେକ୍ନୋଲୋଜିରେ ଅଛି । ଉପଗ୍ରହର ଏହି ଗୁରୁତ୍ୱପୂର୍ଣ୍ଣ ସାମର୍ଥ୍ୟ ସହିତ ଭାରତ ମହାକାଶରେ ନିଜର ସମ୍ପତ୍ତିକୁ ସୁରକ୍ଷା ଦେଇପାରିବ ।

ମିଶନକୁ କିପରି ଗୁପ୍ତ ରଖାଯାଇଥିଲା ସେ ତାହାକୁ ପ୍ରଶଂସା କରିଥିଲେ ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାରୁ ସମଗ୍ର DRDO କୁ ପ୍ରଶଂସା କରିଥିଲେ । ଡିଆରଡିଓର ଚେୟାରମ୍ୟାନ ଡ. ଜି ସତୀଶ ରେଡ୍ଡି କହିଛନ୍ତି କି, A-SAT ଉଚ୍ଚ ଉଚ୍ଚତାରେ ରହିବା ପାଇଁ ଅନେକ ପ୍ରଯୁକ୍ତିବିଦ୍ୟା ଏବଂ ସାମର୍ଥ୍ୟର ବିକାଶକୁ ସକ୍ଷମ କରିଛି । ସେ ଡିଆରଡିଓ ଠାରୁ ଅଧିକ ଜଟିଳ ଓ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ ଆଣିବା ପାଇଁ ଆହ୍ବାନ ଦେଇଛନ୍ତି ।

ଡାକ ବିଭାଗର ସଚିବ ପ୍ରଦୀପ କୁମାର ବିଶୋୟୀ କହିଛନ୍ତି କି ଡାକ ଟିକେଟ ଜାରି ଦ୍ବାରା ଦେଶକୁ ପ୍ରଯୁକ୍ତିବିଦ୍ୟା ଉପଲବ୍ଧି ବିଷୟରେ ମନେ ପଡିବ । ଯାହାକି ଦେଶକୁ ଗର୍ବିତ କରିବ । ଡାକ ବିଭାଗ ଡାକ ଟିକେଟ ବିଷୟରେ ମଧ୍ୟ ଟ୍ବିଟ କରିଛି ।

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.