ETV Bharat / science-and-technology

କିପରି ହୁଏ ବ୍ଲାକ୍ କରେଣ୍ଟର ଉତ୍ପାଦନ ? - ଇଂଲଣ୍ଡ ଫଳ ବ୍ଲାକକୁରାଣ୍ଟ

ବ୍ଲାକ୍ କରେଣ୍ଟ ଇଲଣ୍ଡରେ ଉତ୍ପାଦନ ହେଉଥିବା ଏକ ଫଳ । ଆସନ୍ତୁ ଜାଣିବା ଏହି ଫଳ କିଭଳି ଉତ୍ପାଦନ ହୁଏ ? ଅଧିକ ପଢନ୍ତୁ...

ବ୍ଲାକକୁରାଣ୍ଟ ଶଷ୍ୟର ଉତ୍ପାଦନ ଓ ବ୍ୟବହାର
ବ୍ଲାକକୁରାଣ୍ଟ ଶଷ୍ୟର ଉତ୍ପାଦନ ଓ ବ୍ୟବହାର
author img

By

Published : Nov 24, 2020, 4:23 PM IST

Updated : Feb 16, 2021, 7:31 PM IST

ନୂଆଦିଲ୍ଲୀ: ବ୍ଲାକ୍ କରେଣ୍ଟ ଇଲଣ୍ଡରେ ଉତ୍ପାଦନ ହେଉଥିବା ଏକ ଫଳ । ଆସନ୍ତୁ ଜାଣିବା ଏହି ଫଳ କିଭଳି ଉତ୍ପାଦନ ହୁଏ ? ଏହି ଫଳ ଗଛକୁ ଗୋଟିଏ ବାଉଁଶ ଏବଂ ଜାଲ ସାହାଯ୍ୟରେ ପକ୍ଷୀଙ୍କ କବଳରୁ ମୁକ୍ତ କରାଯାଇପାରିବ । ତେବେ ଆମେ ଏଠାରେ ଏହାର ଉତ୍ପାଦନ ପ୍ରସଙ୍ଗରେ କହିବାର କାରଣ ହେଲା, ଯଦି ଆପଣଙ୍କ ବଗିଚାରେ ଗଛ ବଢାଇବା ନେଇ ଅସୁବିଧାରେ ପଡିଛନ୍ତି, ତାହେଲେ ଏହି ବ୍ଲାକ୍ କରେଣ୍ଟ ଗଛକୁ କିପରି ପକ୍ଷୀଙ୍କ କବଳରୁ ରକ୍ଷା କରାଯାଉଛି ସେହି ଉପାୟ ଆପଣାନ୍ତୁ ।

ତେବେ ଏହି ଫଳର ଦୁର୍ବଳତା ହେଉଛି ଜଳବାୟୁ ପରିବର୍ତ୍ତନ । ଯଦି ଶୀତଋତୁରେ ଥଣ୍ଡାର ପରିମାଣ ଦୀର୍ଘ ସମୟ ଧରି ନ ରୁହେ ତେବେ ଏହା ଫଳ ଧରିବାରେ ଏବଂ ପରବର୍ତ୍ତୀ ସମୟରେ ଉତ୍ପାଦନରେ ବାଧା ଉପୁଜି ଥାଏ ।

ଯଦିଓ ପ୍ରତି ୬୦ ଘଣ୍ଟା ମଧ୍ୟରେ ଇଂଲଣ୍ଡରେ ହାରାହାରି ତାପମାତ୍ରା ୧ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେ ପରିବର୍ତ୍ତନ ହେଉଛି କିନ୍ତୁ ଶୀତଋତୁରେ ଗ୍ରୀଷ୍ମଋତୁ ଅପେକ୍ଷା ଉଷ୍ମତା ଅଧିକ ରହୁଛି । ଅନ୍ୟପଟେ ସାଧାରଣତଃ ୭ ଡ଼ିଗ୍ରୀ ତାପମାତ୍ରା ଏହି ଫଳ ପାଇଁ ଉପଯୁକ୍ତ । ସୌଭାଗ୍ୟବସତଃ କିଛି କିସମର ଫଳକୁ ମଧ୍ୟ ଅଳ୍ପ ଥଣ୍ଡାରେ ଅମଳ କରିହେଉଛି । ଚଳିତବର୍ଷ କୃଷକମାନେ ବେନ୍ ଲଓ୍ବେର୍ସ ନାମକ ଏକ ନୂତନ କିସମରୁ ପ୍ରଥମ କରି ଫଳ ଉତ୍ପାଦନ କରିଛନ୍ତି, ଯାହା ଗରମ ଶୀତର ମୁକାବିଲା ପାଇଁ ଉଦ୍ଦିଷ୍ଟ | ଏନେଇ ଆଗ୍ରହୀ ଚାଷୀ ଉଦ୍ୟାନ କୃଷି ବିକାଶ ବୋର୍ଡ ୱେବସାଇଟରେ ଅନେକ କିସମ ପାଇଁ “ଚିଲିଂ ଆଓ୍ବାର” ରେ ଦେଖିପାରିବେ ଏବଂ ଏଥିରେ ଗତବର୍ଷ ବ୍ରିଟେନର ବିଭିନ୍ନ ଅଞ୍ଚଳର ଜଳବାୟୁ କେତେ ଥର ପରିବର୍ତ୍ତନ ହୋଇଛି ତାହା ବାବଦରେ ମଧ୍ୟ ସୂଚନା ପାଇପାରିବେ ।

ବେନ୍ ହୋପ୍ ନାମକ ଏକ ବିବିଧତା ଯାହା ଘରେ ଚାଷ କରୁଥିବା ଚାଷୀଙ୍କର ଅଧିକ ଲୋକପ୍ରିୟ । ଉଷ୍ମ ଶୀତକୁ ମଧ୍ୟ ସହ୍ୟ କରେ ଏବଂ ବ୍ରିଟେନର ଦକ୍ଷିଣରେ ଥିବା ବଗିଚା ପାଇଁ ଅଧିକ ଉପଯୁକ୍ତ | କିନ୍ତୁ ଶୀତଳ ଅଞ୍ଚଳରେ ଥିବା ବ୍ୟକ୍ତିମାନେ ବେନ୍ ଲୋମଣ୍ଡ ପରି ବିଭିନ୍ନ କିଷମର ଚାଷ କରିଥାନ୍ତି, ଯାହାକି ଅଧିକ ଥଣ୍ଡା ସମୟ ଆବଶ୍ୟକ କରେ କିନ୍ତୁ ଏକ ବର୍ଷ ମଧ୍ୟରେ ଫୁଲ ଧରିବା ଆରମ୍ଭ କରିଦେଇଥାଏ । ତେବେ ଯଦି ଥଣ୍ଡା ପଡିବାରେ ବିଳମ୍ବ ହୁଏ ଅମଳରେ କ୍ଷତି ହେବାର ସମ୍ଭାବନା କମଥାଏ ।

ସେହିପରି ଶରତ ଏବଂ ଶୀତ ବିଳମ୍ବରେ ଅର୍ଥାତ୍ ଶୁଖିଲା ପାଗରେ ବ୍ଲାକ କରେଣ୍ଟ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ । ଯଦି ମାଟି ଅତ୍ୟଧିକ ଓଦା ଥାଏ ତାହେଲେ ଚାଷ କରିବା ଉଚିତ୍ ନୁହେଁ । ତେବେ ଏହି ପାଗରେ ପ୍ରଥମେ ମାଟିକୁ ପରୀକ୍ଷା କରି ବ୍ଲାକ୍ କରେଣ୍ଟ ଡାଳକୁ ଭୂମିରେ ପୋତି ଦିଆଯାଏ । ଏହା 18 ମାସରେ ଅର୍ଥାତ୍ ପରବର୍ତ୍ତୀ ଗ୍ରୀଷ୍ମଋତୁରେ ପ୍ରଥମ ଅମଳ ଦିଏ ।

ବ୍ଲାକ୍ କରେଣ୍ଟ ଗୁଡିକ ସାଧାରଣତଃ ଗଛରୁ ତୋଳି ଖାଇଲେ ବେଶି ମିଠା ଲାଗେନାହିଁ । କିନ୍ତୁ ଆଇସ୍କ୍ରିମ୍ କିମ୍ବା ଗ୍ରୀକ୍ ଦହି ପାଇଁ ଏକ ସୁସ୍ବାଦୁ କୁଲିସ୍ ତିଆରି କରିବା ପାଇଁ ଚିନି ମିଶାଇ ଖାଇପାରେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.