ବେଜିଙ୍ଗ୍: ଜିଓନି ସବ-ବ୍ରାଣ୍ଡ ରେଡମି ତାର ପ୍ରଥମ ସ୍ମାର୍ଟୱାଚ୍ ଲଞ୍ଚ କରିଛି । ଏହି ଘଣ୍ଟାର ମୂଲ୍ୟ 45ଡଲାର ରହିଛି । ଡିସେମ୍ବର 1ରୁ ଚାଇନାରେ ଏହାର ବିକ୍ରି ଆରମ୍ଭ ହୋଇଛି ।
ରେଡମି କମ୍ପାନୀ ତାର ବିଭିନ୍ନ ମୋବାଇଲ ଫୋନ ଲଞ୍ଚ କରିଛି । ହେଲେ ପ୍ରଥମଥର ପାଇଁ ଏହା ତାର ସ୍ମାର୍ଟୱାଚ୍ ଲଞ୍ଚ କରିଛି । ଏହି ଘଣ୍ଟାର ଡାଏଲ ବିଭିନ୍ନ ରଙ୍ଗରେ ଆସିଥାଏ । ଡାଏଲଗୁଡିକ କଳା ନୀଳ ଓ ସବୁଜ ରଙ୍ଗରେ ଆସିଥାଏ ବୋଲି କହିଛି ରେଡମି ।
ଏହି ସ୍ମାର୍ଟୱାଚର କେତେକ ବୈଶିଷ୍ଚ୍ୟ ରହିଛି...
.ସ୍ମାର୍ଟୱାଚରେ 1.3ଇଞ୍ଚ (320x320 ପିକ୍ସେଲ) ବର୍ଗ ଡିସପ୍ଲେ ପିକ୍ସେଲ ସାନ୍ଧ୍ରତା 323ପିପିଆଇ ରହିଥିବାବେଳେ 2.5ଡିର ଟେମଡେଡ୍ ଗ୍ଲାସ୍ ସ୍କ୍ରିନ୍ ରହିଛି ।
.ଏହି ଘଣ୍ଟାରେ 120 ୱାଚ୍ ଫେସ୍ ଅପ୍ସନ୍ ରହିଥିବାବେଳେ 230 ଏମଏଏଚ ବ୍ୟାଟେରୀ ରହିଛି ।
.ଏହା ୱାଚ ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ପ୍ରାୟ ଦୁଇଘଣ୍ଟା ସମୟ ନେଇଥାଏ । ଲଗାତାର ବ୍ୟବହାର କଲେ ଏହି ୱାଚ ପ୍ରାୟ ସାତଦିନ ଧରି ଚାର୍ଜ ରଖିବ ବୋଲି ରେଡମି ପକ୍ଷରୁ କୁହାଯାଇଛି ।
.ଏହି ସ୍ମାର୍ଟୱାଚ୍ ମଣିଷ ଶରୀରର ହୃଦସ୍ପନ୍ଦନକୁ ମଧ୍ୟ ମାପିଥାଏ । ହୃଦସ୍ପନ୍ଦନ ଅଧିକ କିମ୍ବା କମ ହେଲେ ଏହା ଚେତାବନୀ ଦେଇଥାଏ । ଏଥିପାଇଁ ୱାଚରେ ଏକ ହୃଦସ୍ପନ୍ଦନ ମିଟର ରହିଛି ।
.ଏହି ୱାଚ ଆଣ୍ଡ୍ରଏଡ 5.0 ଓ ଆଇଓଏସ 10ରେ ଚାଲୁଥିବା ଫୋନ ସହ ସମାନ ।
ପରେ ଏହା ଆମେରିକା ସହ ଅନ୍ୟ ବଜାରକୁ ଆସିବ ବୋଲି ଦ ଭର୍ଜ ତାର ରିପୋର୍ଟରେ ପ୍ରକାଶ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ