ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ । ଆଉ ଏନେଇ ଅନେକ ଇ-କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିହାତି ଅଫର ଘୋଷଣା କରୁଥିବାବେଳେ ଆପଲ କମ୍ପାନୀ ମଧ୍ୟ ଏହି ତାଲିକାରେ ପଛରେ ପଡିନାହିଁ ।ଭାରତରେ ଆପଲ ଷ୍ଟୋର ଅନଲାଇନ ଦିୱାଲି ଅଫର ଘୋଷଣା କରିଛି । ଯେଉଁଥିରେ ଗ୍ରାହକଙ୍କୁ ଆଇଫୋନ-11( iPhone-11) ମୂଲ୍ୟରେ ବଡ ରିହାତି ଦେବା ସହ ଆପଲର ଏକ ଏୟାରପୋଡ ସଂପୂର୍ଣ୍ଣ ମାଗଣା ପାଇବେ । ଆସନ୍ତା ଅକ୍ଟୋବର-17 ରୁ ଏହି ଅଫର ଆରମ୍ଭ ହେବାକୁ ଯାଉଛି । ଗ୍ରାହକଙ୍କ ପାଇଁ ଏହି ସୁବିଧା କେବଳ ଆପଲର ଅନଲାଇନ ଖୁଚୁରା ଷ୍ଟୋର(Apple’s online retail store)ରେ ଉପଲବ୍ଧ ହେବ ।
ନିକଟରେ, ଆପଲ(Apple) ନିଜ ୱେବସାଇଟରେ ଏନେଇ ଘୋଷଣା କରିଛି । ଆଇଫୋନ-11 କୁ 53,400 ଟଙ୍କା ରିହାତି ମୂଲ୍ୟରେ ଗ୍ରାହକଙ୍କୁ ଯୋଗାଇବା ସହ ଏକ ମାଗଣା ଏୟାରପଡ ପ୍ରଦାନ କରିବ । ଯାହା ସାଧାରଣତଃ ବଜାର ମୂଲ୍ୟ ପ୍ରାୟ 14,900 ଟଙ୍କା ରହିଥାଏ ।
ସାଧାରଣତଃ , 6.1 ଇଞ୍ଚ ବିଶିଷ୍ଟ ଆଇଫୋନ ଓ 64 ଜିବି ରାମ(64GB RAM ) ଭାରିଆଣ୍ଟ ପାଇଁ ଆଇଫୋନ-11 ର ମୂଲ୍ୟ 68, 300 ଟଙ୍କା ରହିଛି । କିନ୍ତୁ ପାର୍ବଣ ଉତ୍ସବ ଆଗମନରେ ଉଭୟ ଆପଲ ଏବଂ ଇ-କମ୍ପାନୀ ଆମାଜନ ପକ୍ଷରୁ ମଧ୍ୟ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ କରାଯାଇଛି । ଏଥିସହ, ଆସନ୍ତା ଅକ୍ଟୋବର 17ରେ ଆମାଜନରେ ଆରମ୍ଭ ହେବାକୁ ଥିବା ଗ୍ରେଟ ଇଣ୍ଡିଆନ ଫେଷ୍ଟିଭ ସେଲ( Great Indian Festival sale)ରେ ଆଇଫୋନ-11 କୁ 49,999 ଟଙ୍କାରେ ଗ୍ରାହକ କିଣିପାରିବେ ।