ହାଇଦ୍ରାବାଦ: ଜାରି ରହିଛି ଫେଷ୍ଟିଭ ସିଜନ । ଅନେକ କମ୍ପାନୀ ଅନେକ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରୁଥିବା ବେଳେ ଇକମର୍ସ ସାଇଟ ମଧ୍ୟ ଦମଦାର ଅଫର ଦେଉଛନ୍ତି । ଏହାରି ଭିତରେ ସାମସଙ୍ଗ ଦୁଇଟି ନୂଆ ଟ୍ୟାବ ଲଞ୍ଚ କରିଛି। Galaxy Tab S9 FE(ଗ୍ୟାଲାକ୍ସି ଟ୍ୟାବ S9 ଏଫଇ) ଏବଂ Galaxy S9 FE+(ଗ୍ୟାଲାକ୍ସି ଟ୍ୟାବ S9 ଏଫଇ ପ୍ଲସ) ଲଞ୍ଚ କରିଛି । ତେବେ ଏହି ଟ୍ୟାବରେ କମ୍ପାନୀ ପକ୍ଷରୁ ପାଓ୍ବାରଫୁଲ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହା ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଫିସ କାର୍ଯ୍ୟରେ ବେସ ସହାୟକ ହେବ ବୋଲି କୁହାଯାଇଛି।
ଜାରି ରହିଛି ଫେଷ୍ଟିଭ ସିଜନ । ଅନେକ କମ୍ପାନୀ ଅନେକ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରୁଥିବା ବେଳେ ଇକମର୍ସ ସାଇଟ ମଧ୍ୟ ଦରଦାର ଅଫର ଦେଉଛନ୍ତି । ଏହାରି ଭିତରେ ସାମସଙ୍ଗ ଦୁଇଟି ନୂଆ ଟ୍ୟାବ ଲଞ୍ଚ କରିଛି । Galaxy Tab S9 FE ଏବଂ Galaxy S9 FE+ ଲଞ୍ଚ କରିଛି । ତେବେ ଏହି ଟ୍ୟାବରେ କମ୍ପାନୀ ପକ୍ଷରୁ ପାଓ୍ବାରଫୁଲ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହା ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଫିସ କାର୍ଯ୍ୟରେ ବେଶ ସହାୟକ ହେବ ବୋଲି କୁହାଯାଇଛି ।
Galaxy Tab S9 FE ଏବଂ Galaxy S9 FE+ର ଦାମ: Galaxy Tab S9 FEକୁ 449.99 ଡଲାରରେ ଲଞ୍ଚ କରାଯାଇଛି । ଭାରତୀୟ ମୁଦ୍ରାରେ ଏହାର ଦାମ 37 ହଜାର 450 ଟଙ୍କା ରହିଛି। ଏହା 4ଟି ରଙ୍ଗରେ ଉପଲବ୍ଧ। ମିଣ୍ଟ(ସବୁଜ), ସିଲଭର(ଧଳା), ଗ୍ରେ ଏବଂ ଲାଭେଣ୍ଡର ରଙ୍ଗରେ ଉପଲବ୍ଧ । ତେବେ 10 ଅକ୍ଟୋବରରୁ ଅଫିସିଆଲ ସାଇଟରେ ଏହାର ବିକ୍ରି ଆରମ୍ଭ ହୋଇଛି । ଅନ୍ୟପଟେ Galaxy S9 FE+କୁ 54 ହଜାର 999 ଟଙ୍କାରେ ଲଞ୍ଚ କରାଯାଇଛି । ଏଥିରେ 8GB RAM- 128GB ଷ୍ଟୋରେଜ ଏବଂ 12GB RAM- 256GB ଷ୍ଟୋରେଜ ଅପ୍ସନ ରହିଛି । Galaxy Tab S9 FEଭଳି Galaxy S9 FE+ ମଧ୍ୟ 4ଟି ରଙ୍ଗରେ ଉପଲବ୍ଧ ।
Galaxy Tab S9 FE ଏବଂ Galaxy S9 FE+ର ଫିଚର: Galaxy Tab S9 FEରେ 10.9 ଇଞ୍ଚର LCD ସ୍କ୍ରିନ ରହିଛି। କିନ୍ତୁ Galaxy S9 FE+ରେ 12.4 ଇଞ୍ଚର LCD ସ୍କ୍ରିନ ରହିଛି। ଏହି ଦୁଇଟି ଟ୍ୟାବରେ 90HZର ରିଫ୍ରେସ ରେଟ ଦିଆଯାଇଛି। ଏହାସହିତ ଦୁଇଟି ଟ୍ୟାବରେ Exynos 1380 ପ୍ରୋସେସର ରହିଛି। ଏହାସହିତ ଗ୍ରାଫିକ୍ସ ପାଇଁ ଏଥିରେ Mali G68 MP5 GPU ସୁବିଧା ରହିଛି।
Galaxy Tab S9 FE ଏବଂ Galaxy S9 FE+ର କ୍ୟାମେରା: ଗ୍ୟାଲେକ୍ସି S9 FE ଟ୍ୟାବଲେଟର ପଛରେ 8MP କ୍ୟାମେରା ସୁବିଧା ରହିଛି। ସେହିପରି Galaxy S9 FE+ରେ 8MP+ 8MPର ଅଲଟ୍ରା ହ୍ବାଇଟ କ୍ୟାମେରା ସୁବିଧା ରହିଛି। ଏହାସହିତ ସେଲ୍ଫି ପାଇଁ ଟ୍ୟାବରେ 12MPର ଅଲଟ୍ରା ହ୍ବାଇଟ କ୍ୟାମେରା ରହିଛି। ଯଦି ବ୍ୟାଟେରୀ କଥା ଦେଖିବା Galaxy S9FEରେ 8000mAh ବ୍ୟାଟେରୀ ରହିଥିବା ବେଳେ ପ୍ଲସରେ 10090 mAh ର ବ୍ୟାଟେରୀ ରହିଛି। ଯାହାକି 45Wର ଚାର୍ଜିକୁ ସପୋର୍ଟ କରିଥାଏ।