ETV Bharat / science-and-technology

Russia Lunar Mission: 47 ବର୍ଷ ପରେ ଜହ୍ନ ରାଇଜକୁ ଋଷର ଯାତ୍ରା, ଅଗଷ୍ଟ 23ରେ ଲ୍ୟାଣ୍ଡିଂ !

author img

By

Published : Aug 11, 2023, 10:30 AM IST

ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଲଞ୍ଚ ହେବାର ପାଖାପାଖି ମାସେ ପରେ ଭାରତର ସହଯୋଗୀ ଋଷ ଆରମ୍ଭ କରିଲା ମୁନ ମିଶନ । ଆଜି ଲୁନା-25କୁ ଲଞ୍ଚ କରିଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Russia Lunar Mission
Russia Lunar Mission

ହାଇଦ୍ରାବାଦ: ଋଷର ମୁନ ମିଶନ.. ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସଫଳତା ଦିଗରେ ଆଗେଇ ଚାଲିଥିବା ବେଳେ ଏବେ ଭାରତର ଘନିଷ୍ଠ ସହଯୋଗୀ ଋଷ ଆରମ୍ଭ କରିଛି ଲୁନା ଗ୍ଲୋବ । ପ୍ରାୟ 47 ବର୍ଷ ପରେ ଚନ୍ଦ୍ରକୁ ଲୁନା-25 ପଠାଇଲା ଋଷ । ସଫଳତାର ସହିତ ଆଜି ଋଷର ଭୋଷ୍ଟୋଚନି କସମୋଡ୍ରୋମରୁ ଲଞ୍ଚ ସେଣ୍ଟରରୁ ଲୁନା-25କୁ ଲଞ୍ଚ କରାଯାଇଛି । ଲୁନା -୨୫ର ଉତକ୍ଷେପଣ ପାଇଁ ସୋୟୁଜ୍ -୨ ରକେଟର ବ୍ୟବହାର କରାଯାଇଥିବା ନେଇ ଋଷ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

  • Russia’s ready to embark on a new age of discovery on the final frontier by returning to the Moon, with the Luna-25 unmanned craft due to blast off from Vostochny Cosmodrome on August 11. pic.twitter.com/KsnrWcpHEe

    — RT (@RT_com) August 7, 2023 " class="align-text-top noRightClick twitterSection" data=" ">

ଏହି ରକେଟର ଲମ୍ବ ପ୍ରାୟ 46.3 ମିଟର ରହିଥିବା ବେଳେ ଏହାର ବ୍ୟାସ 10.3 ମିଟର ଅଟେ । ଅନ୍ୟପଟେ ଏହାର ଓଜନ 313 ଟନ ରହିଛି । 1976 ମସିହା ପରେ ଋଷର ଏହା ପ୍ରଥମ ମୁନ ମିଶନ । ଖବର ଅନୁଯାୟୀ, ଋଷର ମହାକାଶଯାନ ଅଗଷ୍ଟ 23ରେ ଚନ୍ଦ୍ରରେ ପହଞ୍ଚିବାର ସମ୍ଭାବନା ରହିଛି । ଅନ୍ୟପଟେ ଜୁଲାଇ 14ରେ ଭାରତ ଦ୍ବାରା ଆରମ୍ଭ ହୋଇଥିବା ଚନ୍ଦ୍ରୟାନ-3 ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ କରିବା ନେଇ ଆକଳନ କରାଯାଇଛି ।

ଋଷର ଏକ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ରିପୋର୍ଟରେ କୁହାଯାଛି ଯେ, ଲୁନା -25 ଋଷର ଭୋଷ୍ଟୋଚନି କସମୋଡ୍ରୋମରୁ ଲଞ୍ଚ ସେଣ୍ଟରରୁ ଲଞ୍ଚ କରାଯାଇଛି । ସୋଏଜ୍-୨ ରକେଟର ସାହାଯ୍ୟରେ ଉତକ୍ଷେପଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଉତକ୍ଷେପଣର 564 ସେକେଣ୍ଡ ପରେ ଫ୍ରିଗେଟ ବୁଷ୍ଟର ରକେଟରକୁ ଅଲଗା ହୋଇଛି । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପାଇଁ ଲୁନା-25କୁ ସାଢେ 5 ଦିନ ସମୟ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି । ଏହା ପରେ ଅଗଷ୍ଟ 23ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ସମ୍ଭାବନା ରହିଛି ।

ମହାକାଶଯାନ ଲୁନା-25 ଚନ୍ଦ୍ରରେ ଜଳ ସମେତ ପ୍ରାକୃତିକ ସମ୍ପଦର ସନ୍ଧାନ କରିବ । ଏହାସହିତ ଚନ୍ଦ୍ରପୃଷ୍ଠର ସଂରଚନା ସମ୍ପର୍କରେ ମଧ୍ୟ ପରୀକ୍ଷା ନିରୀକ୍ଷା କରିବ । ଚନ୍ଦ୍ରର ମେରୁରେ ମୃତ୍ତିକାର ପରୀକ୍ଷା ଏବଂ ଚନ୍ଦ୍ରର ପତଳା ବାୟୁମଣ୍ଡଳରେ ଥିବା ପ୍ଲାଜମା ଏବଂ ଧୂଳି ଅଧ୍ୟୟନ ପାଇଁ ଏକ ବର୍ଷ ସମୟ ନେବ । ଲ୍ୟାଣ୍ଡରର ଏକାଧିକ କ୍ୟାମେରା ଅଛି ଏବଂ ଅବତରଣର ଟାଇମଲେପ୍ ​​ଫୁଟେଜ୍ ଏବଂ ଚନ୍ଦ୍ରର ଦୃଶ୍ୟର ଏକ HDR ଓ୍ବାଇଡ ଏଙ୍ଗେଲ ଛବି ତିଆରି କରିବ ।

ଆମେରିକୀ ଗବେଷଣା ସଂସ୍ଥା (ନାସା) ଏକ ବିବୃତ୍ତିରେ କହିଛି ଯେ, ଲ୍ୟାଣ୍ଡରର ଚାରୋଟି ପେର ବିଶିଷ୍ଟ ଲ୍ୟାଣ୍ଡିଂ ରକେଟ୍ ଏବଂ ପ୍ରୋପେଲାଣ୍ଟ ଟ୍ୟାଙ୍କ ଅଛି । ଏହାସହିତ ସୌର ପ୍ୟାନେଲ, ସଂଚାର ଉପକରଣ, ଅନ୍-ବୋର୍ଡ କମ୍ପ୍ୟୁଟର ଉପରି ଭାଗରେ ରହିଛି । ନାସା ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, 20 ରୁ 30 ସେମି ଗଭୀରତାରେ ଭୂପୃଷ୍ଠ ରେଗୋଲିଥ୍ ଅପସାରଣ ଏବଂ ସଂଗ୍ରହ କରିବା ପାଇଁ ଏହି ଲ୍ୟାଣ୍ଡରର 1.6 ମିଟର ଲମ୍ବର ରୋବୋଟିକ୍ ଆର୍ମ (LRA, Lunar Manipulator Complex) ରହିଛି । ଋଷ ମୁନ ମିଶନ ପାଇଁ ବହୁତ ବର୍ଷ ଧରି କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତ୍ତମାନ ଲଞ୍ଚ କରିବାରେ ସଫଳ ହୋଇଛି ।

ପ୍ରକାଶଥାଉକି, ଏହାପୂର୍ବରୁ, ଲୁନା-24କୁ 1976 ମସିହାରେ ଲଞ୍ଚ କରିଥିଲେ । ବର୍ତ୍ତମାନ ଲୁନା-25କୁ ଲଞ୍ଚ କରାଯାଇଛି । ତେବେ ଚନ୍ଦ୍ରଯାନ-3 ଏବଂ ଲୁନା-25 ମଧ୍ୟରୁ କିଏ ପ୍ରଥମେ ଚନ୍ଦ୍ରରେ ପହଞ୍ଚିବ ତାକୁ ନେଇ ତର୍କ ଜାରି ରହିଛି । ତେବେ ଦୁଇ ଯାନ ମଧ୍ୟରେ ଧକ୍କା କିମ୍ବା ସେଭଳି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Russia Lunar Mission: ମୁନ୍ ମିଶନ ଆରମ୍ଭ କରିବ ଋଷ, ଏହି ତାରିଖରେ ଲଞ୍ଚ୍‌ ହେବ ଲୁନା-25

Chandrayaan 3: ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଏହା କହିଲେ ଇସ୍ରୋ ମୁଖ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.