ETV Bharat / science-and-technology

Twitter High Drama: ବିତାଡିତ କର୍ମଚାରୀଙ୍କୁ ପୁଣି ଡାକିଲେ ମସ୍କ, ବିକଳ୍ପ ଖୋଜୁଛନ୍ତି ୟୁଜର୍ସ - ଏଲନ ମସ୍କଙ୍କ ନୂଆ ନିୟମ

ବିଦା କରିଥିବା କର୍ମଚାରୀଙ୍କୁ ପୁଣି ନିମନ୍ତ୍ରଣ କରୁଛନ୍ତି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ(Elon Musk) । ସେପଟେ ଟ୍ବିଟରର ହାଇ ଡ୍ରାମା ମଧ୍ୟରେ ଆଉ ଏକ ନୂଆ ଆପ୍ ମୁହାଁ ହେଉଛନ୍ତି ୟୁଜର୍ସ । ଅଧିକ ପଢନ୍ତୁ

Twitter High Drama: ବିତାଡିତ କର୍ମଚାରୀଙ୍କୁ ପୁଣି ଡାକିଲେ ମସ୍କ, ବିକଳ୍ପ ଆପଣାଉଛନ୍ତି ୟୁଜର୍ସ

author img

By

Published : Nov 8, 2022, 1:28 PM IST

ସାନ ଫ୍ରାନ୍ସିସ୍କୋ: ଟ୍ବିଟର ନିୟମ ପରିବର୍ତ୍ତନରେ 'ଘଡିକେ ଘୁଡା ଛୁଟୁଛି' । ବିଦା କରିଥିବା କର୍ମଚାରୀଙ୍କୁ ପୁଣି ନିମନ୍ତ୍ରଣ କରିଛି କମ୍ପାନୀ । ଗତ ସପ୍ତାହରେ ପ୍ରାୟ ଅର୍ଦ୍ଧେକ କର୍ମଚାରୀଙ୍କୁ ଅତି ନିର୍ଦ୍ଦୟ ଭାବରେ ଛଟେଇ କରିବା ପରେ, ଏଲନ୍ ମସ୍କ(Elon Musk) ଦ୍ୱାରା ପରିଚାଳିତ ଟ୍ୱିଟର ବର୍ତ୍ତମାନ କିଛି କର୍ମଚାରୀଙ୍କୁ ଫେରି ଆସିବାକୁ ଏବଂ ଅବଶିଷ୍ଟ ଲୋକଙ୍କୁ ଭୁଶୁଡ଼ି ପଡ଼ିଥିବା ଘରକୁ ସଜାଡ଼ିବାରେ ସାହାଯ୍ୟ କରିବାକୁ କହୁଥିବା ଜଣାଯାଇଛି(Now Twitter requests key employees to return amid internal chaos) ।

ପ୍ଲାଟଫର୍ମର୍ ସମ୍ପାଦକ କ୍ୟାସି ନ୍ୟୁଟନ୍‌ଙ୍କ ଅନୁଯାୟୀ, ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ବର୍ତ୍ତମାନ ପ୍ରମୁଖ କର୍ମଚାରୀଙ୍କୁ କମ୍ପାନୀରେ ସେମାନଙ୍କ ପଦବୀରେ ପୁନଃ ନିଯୁକ୍ତି କରିବାକୁ କହିଛି । ନ୍ୟୁଟନ୍ ଏକ ଟ୍ବିଟ୍‌ରେ କହିଛନ୍ତି, "ଏକାଧିକ ଉତ୍ସ ଏବଂ ଟ୍ୱିଟର ବ୍ଲାଇଣ୍ଡ୍ ଚାଟ୍ ବର୍ତ୍ତମାନ କହିଛି ଯେ, କମ୍ପାନୀ କିଛି ଲୋକଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଦେଇଛି ଏବଂ ସେମାନଙ୍କୁ ପୁନର୍ବାର କାର୍ଯ୍ୟକୁ ଫେରିଆସିବାକୁ ଚାହୁଁଛନ୍ତି କି ନାହିଁ ପଚାରିବା ଆରମ୍ଭ କରିଛି ।

ସେହିପରି ଯେଉଁମାନେ କମ୍ପାନୀକୁ ଫେରି ଆସିବାକୁ ଏବଂ ପୁନର୍ବାର ଆମକୁ ସହଯୋଗ କରିବାକୁ ଇଚ୍ଛୁକ ଅଛନ୍ତି ସେମାନେ ସୋମବାର(ନଭେମ୍ବର 7) 4ଟା ସୁଦ୍ଧା ଆବେଦଦନ କରିପାରିବେ ବୋଲି ନ୍ୟୁଟନ୍ କହିଥିଲେ । ଟ୍ବିଟରର ନିରାପତ୍ତା ଏବଂ ଅଖଣ୍ଡତାର ମୁଖ୍ୟ ୟୋଏଲ ରୋଥ୍ କହିଛନ୍ତି ଯେ, କମ୍ପାନୀ ଅବିଶ୍ୱସନୀୟ ପ୍ରତିଭାବାନ ବନ୍ଧୁ ଏବଂ ସହକର୍ମୀଙ୍କୁ ବିଦାୟ ଦେଇଥିଲେ ମଧ୍ୟ ଆମର ମୂଳ ନିୟନ୍ତ୍ରଣ କ୍ଷମତା(core moderation capabilities) ସ୍ଥିର ରହିଛି । ଗତ ସପ୍ତାହରେ ରୋଥ୍ ସୂଚନା ଦେଇ କହିଛନ୍ତି ଯେ, ଟିମ୍ ମେମ୍ବରଙ୍କ ହ୍ରାସ ପରେ ଆମର ଟ୍ରଷ୍ଟ ଆଣ୍ଡ ସେଫ୍ଟି ସଂଗଠନ ପ୍ରଭାବିତ ହୋଇଛି ।

ତେବେ କହି ରଖୁଛୁ ଯେ, ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ମାଲିକ ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ପ୍ରଥମେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବିରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ କମ୍ପାନୀରୁ ବିଦା କରିଥିଲେ । ଏହାପରେ କମ୍ପାନୀରେ ଥିବା ଅଧା ଭାଗ କର୍ମଚାରୀଙ୍କ ଛଟେଇ ଘୋଷଣା କରିଥିଲେ, ଏଥିରେ ଟ୍ବିଟରର ଇଣ୍ଡିଆର ପ୍ରାୟ 200 କର୍ମଚାରୀ ପ୍ରଭାବିତ ହୋଇଥିଲେ । ବର୍ତ୍ତମାନ କମ୍ପାନୀ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନେଇ ନୋଟିସ୍ ପଠାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମାଷ୍ଟୋଡୋନ୍ କଣ(What is Mastodon App) ?

ସେପଟେ ଟ୍ବିଟର ଛାଡି ଅଧିକାଂଶ ୟୁଜର୍ସ ବର୍ତ୍ତମାନ ମାଷ୍ଟୋଡୋନ୍ ନାମକ ଏକ ସୋସିଆଲ ନେଟୱାର୍କ ମୁହାଁ ହୋଇଥିଲା ଡଣାପଡିଛି(Users Leaving Twitter) । କାରଣ ଟ୍ବିଟର ବ୍ଲୁ ଟିକ୍ ପାଇଁ ମସ୍କଙ୍କ 8 ଡଲାର ନିୟମ ସାଙ୍ଗକୁ ସମୟ ସମୟରେ ଟ୍ବିଟର୍ ସାଇଡ୍ କାମ ନକରିବା ଏବଂ ମସ୍କଙ୍କ ନିୟମରେ ଘଡିକେ ଘୁଡା ଛୁଟିବା ଭଳି ସମୟରେ ୟୁଜର୍ସ ଏବେ ଏକ ଛୋଟିଆ ସୋସିଆଲ୍ ନେଟୱାର୍କ ମାଷ୍ଟୋଡୋନ୍ ବ୍ୟବହାର ଆରମ୍ଭ କରିଦେଇଛନ୍ତି ।

କିଛି ଦିନ ମଧ୍ୟରେ ଏହି ସାଇଟ୍‌ରେ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । 2016 ମସିହାରେ ଜର୍ମାନିର ୟୁଜେନ୍ ରୋଚ୍‌କୋ ନାମକ ଜଣେ ବ୍ୟକ୍ତି ଏହାକୁ ବିକଶିତ କରିଥିଲେ । ତେବେ ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ଏହାକୁ କୌଣସି ଗୋଟିଏ କମ୍ପାନି ନିୟନ୍ତ୍ରଣ କରୁନଥିଲେ ମଧ୍ୟ ବିଭିନ୍ନ ଗ୍ରୁପ ଏବଂ ବ୍ୟକ୍ତିମାନେ ଏହାକୁ ଚଳାଉଛନ୍ତି । ଖବର ବର୍ତ୍ତମାନ ମାଷ୍ଟୋଡୋନ୍‌ର ବ୍ୟବହାରକାରୀଙ୍କ ସଂଖ୍ୟା 6,55,000ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.