ETV Bharat / science-and-technology

12ହଜାର କର୍ମଚାରୀଙ୍କୁ ଗୁଗଲର ଛଟେଇ ମାମଲା, ତରିକା ସଠିକ ନଥିଲା କହିଲେ ପିଚାଇ - 12 ହଜାର କର୍ମଚାରୀଙ୍କୁ ଗୁଗଲର ଛଟେଇର କାରଣ

Google Layoff: 12 ହଜାର କର୍ମଚାରୀଙ୍କୁ ଗୁଗଲର ଛଟେଇ ମାମଲା ନେଇ ମୁହଁ ଖୋଲିଲେ ସିଇଓ ସୁନ୍ଦର ପିଚାଇ। କହିଲେ ଏମିତି..

Google Layoff
Google Layoff
author img

By ANI

Published : Dec 16, 2023, 5:21 PM IST

ହାଇଦ୍ରାବାଦ: 2022 ମସିହାରେ ଟେକ ଜିଆଣ୍ଟ ଗୁଗଲ 1200 କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଚର୍ଚ୍ଚା ଜୋର ଧରିଥିଲା। ଏତେ ସଂଖ୍ୟକ କର୍ମଚାରୀଙ୍କୁ ଟେକ ଜିଆଣ୍ଟ କାହିଁକି ଛଟେଇ କରିଛି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିଲା। ତେବେ ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି ଗୁଗଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ।

ଆଲଫାବେଟ 2022 ମସିହାରେ ପ୍ରାୟ 12 ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। କମ୍ପାନୀ ଇତିହାସରେ ଏହା ସବୁଠାରୁ ବଡ ଛଟେଇ ବୋଲି କୁହାଯାଏ। ତେବେ ଏନେଇ ଅଲ ହେଣ୍ଡ୍ସ ମିଟିରେ ଖୁଲାସା କରିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ତେବେ ନିକଟରେ ସୁନ୍ଦରପିଚାଇଙ୍କ ଏକ ଭଏସ ନୋଟ ଭାଇରାଲ ହେବାରେ ଲାଗିଛି।

ସୁନ୍ଦର ପିଚାଇଙ୍କୁ କର୍ମଚାରୀଙ୍କ ପ୍ରଶ୍ନ: ଗୁଗଲର ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଦିନ କମ୍ପାନୀର ବୈଠକରେ 2022 ମସିହାରେ କରାଯାଇଥିବା 12,000 କର୍ମଚାରୀଙ୍କୁ ବରଖାସ୍ତ କରିବାର ନିଷ୍ପତ୍ତିକୁ ରକ୍ଷା କରିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଜଣେ କର୍ମଚାରୀ ପିଚାଇଙ୍କୁ ପ୍ରଶ୍ନ କରିଥିଲେ, "ଆମର କର୍ମଜୀବୀ ହ୍ରାସ କରିବା ପାଇଁ କଠିନ ନିଷ୍ପତ୍ତି ନେବାର ପ୍ରାୟ 1 ବର୍ଷ ବିତିଗଲାଣି। ଏହି ନିଷ୍ପତ୍ତି ଆମର ଅଭିବୃଦ୍ଧି, ପି ଆଣ୍ଡ ଏଲ ଏବଂ ମନୋବଳ ଉପରେ ପ୍ରଭାବ ପକାଇଥିଲା କି?

ଏହା ମଧ୍ୟ ପଢନ୍ତୁ: ଚାକିରି ପାଇଁ ନେଉଥିଲେ ସାକ୍ଷାତକାର, ଏପଟେ ଚାଲିଗଲା ନିଜ ଚାକିରି

ଏମିତି ଉତ୍ତର ଦେଲେ ପିଚାଇ: ସୁନ୍ଦର ପିଚାଇ ଉତ୍ତରରେ କହିଛନ୍ତି, ଏହି ନିଷ୍ପତ୍ତି ନେବା କମ୍ପାନୀ ପାଇଁ କଷ୍ଟକର ରହିଥିଲା। ଏହା ଦ୍ବାରା କମ୍ପାନୀର ମନୋବଳ ଉପରେ ଅଧିକ ପ୍ରଭାବ ପକାଇଛି। ଅର୍ଥନୈତିକ ଅସ୍ଥିରତା କାରଣରୁ ଏଭଳି ନିଷ୍ପତ୍ତିର ଆବଶ୍ୟକତା ରହିଥିବାକୁ କମ୍ପାନୀ ପକ୍ଷରୁ କୋଠର ନିଷ୍ପତ୍ତି ନିଆଯାଇଥିଲା। କମ୍ପାନୀ ସଂଶାଧନୋକୁ ସବୁଠାରୁ ଅଧିକ ଲାଭରେ ଆବଣ୍ଟନ କରିବାକୁ ଚାହୁଁଛି। ଏହାସହିତ ଆଭ୍ୟନ୍ତରୀଣ କ୍ଷେତ୍ରରେ ଅଧିକ ଦକ୍ଷ ହେବାକୁ ଚାହୁଁଛି।" କମ୍ପାନୀ ପକ୍ଷରୁ ଯଦି ଏଭଳି ନିଷ୍ପତ୍ତି ନିଆଯାଇ ନଥାଆନ୍ତି ତାହେଲେ ଭବିଷ୍ୟତରେ କମ୍ପାନୀ ପାଇଁ ଏହା ଅଧିକ ଖରାପ ହୋଇଥାଆନ୍ତା ବୋଲି ସୁନ୍ଦର ପିଚାଇ କହିଛନ୍ତି।

ସଠିକ ତରିଆରେ ଛଟେଇ ହେବା ଉଚିତ: ତେବେ ଗୁଗଲ କରିଥିବା ଛଟେଇ ପଛରେ କିଛି ତ୍ରୁଟି ରହିଥିବା ନେଇ ପିଚାଇ ସ୍ବିକାର କରିଛନ୍ତ। ହଠାତ କମ୍ପାନୀରୁ ଛଟେଇ କରିବା ଏବଂ ସମସ୍ତଙ୍କୁ ଏକାଥରେ ଏଭଳି ନିଷ୍ପତ୍ତି ଶୁଣାଇବା ଏକ ପ୍ରକାର କମ୍ପାନୀର ତ୍ରୁଟି ଅଟେ। ମୁଁ ଭାବୁଛି ଏଭଳି କରିବା ଠିକ ନୁହେଁ, ଛଟେଇ କରିବାର ତରିକା ଭିନ୍ନ ହେବାର ଆବଶ୍ୟକତା ରହିଥିବା ନେଇ କହିଛନ୍ତି ସୁନ୍ଦର ପିଚାଇ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.