ETV Bharat / science-and-technology

X Ads Revenue Program: Xରୁ ଟଙ୍କା ରୋଜଗାର ଆହୁରି ହେଲା ସହଜ, ପରିବର୍ତ୍ତନ ହେଲା ମନିଟାଇଜେସନ ପଲିସି - Xରୁ ଟଙ୍କା ରୋଜଗାର

ଏକ୍ସ ମାଲିକ ଏଲନ୍ ମସ୍କ ADS ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରିଛନ୍ତି । ଏଣିକି ଆହୁରି ସୁବିଧା ହେବ ଟଙ୍କା ରୋଜଗାର । ଅଧିକ ପଢନ୍ତୁ

X Ads Revenue Program
X Ads Revenue Program
author img

By

Published : Aug 11, 2023, 5:22 PM IST

ହାଇଦ୍ରାବାଦ: ଜୁକରବର୍ଗ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଟକ୍କର ଭିତରେ ଉଭୟେ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ରୋଲଆଉଟ୍‌ କରୁଛନ୍ତି । ଏହାରି ଭିତରେ ମସ୍କଙ୍କ କମ୍ପାନୀ ଏକ୍ସ ୟୁଜର୍ସଙ୍କୁ ଆଉ ଏକ ସୁବିଧା ପ୍ରଦାନ କରିଛି । ଆପଣ ମଧ୍ୟ ଚାହିଁଲେ ଏକ୍ସରୁ(X)ରୁ ରୋଜଗାର କରିପାରିବେ ଟଙ୍କା । ମନିଟାଇଜେସନ ପିଲିସରେ ପରିବର୍ତ୍ତନ କଲା କମ୍ପାନୀ। ଏଲନ୍ ମସ୍କଙ୍କ କମ୍ପାନୀ X ଏହାର ବିଜ୍ଞାପନ ରାଜସ୍ୱ ପ୍ରୋଗ୍ରାମର(ADS REVENUE PROGRAM) ଯୋଗ୍ୟତାରେ ପରିବର୍ତ୍ତନ କରିଛି । ଯାହା ଦ୍ବାରା ୟୁଜର୍ସ ଉପକୃତ ହେବେ ବୋଲି କୁହାଯାଉଛି ।

  • This essentially means that X Premium (fka Twitter Blue) is free for accounts that generate above 5M views.

    Note, only views from verified handles count, as scammers will otherwise use bots to spam views to infinity. https://t.co/87MqqyUu2E

    — Elon Musk (@elonmusk) August 11, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ପ୍ଲାଟ୍‌ଫର୍ମରୁ ଟଙ୍କା ରୋଜଗାର କରିବାକୁ ହେଲେ ୟୁଜର୍ସଙ୍କୁ ନିଜ ଆକାଉଣ୍ଟରେ 500 ଫଲୋର୍ସ, 3 ମାସ ମଧ୍ୟରେ 5 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନ ଏବଂ ବ୍ଲୁ ଟିକ୍‌ ରହିବା ଆବଶ୍ୟକ । କିନ୍ତୁ ପୂର୍ବରୁ ଏହି ସଂଖ୍ୟା ଅଧିକ ରହିଥିଲା । ଏହା ପୂର୍ବରୁ 15 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନର ଆବଶ୍ୟକତା ରହିଥିଲା । ଏହା ବ୍ୟତୀତ ଓ୍ବିଥଡ୍ର ପଲିସିରେ ମଧ୍ୟ ପରିବର୍ତ୍ତନ କରିଛି । ଓ୍ବିଥ୍‌ଡ୍ରଲ ଲିମିଟକୁ 50 ଡଲାରରୁ କମ କରି 10 ଡଲାର କରାଯାଇଛି । ଏହି ପରିବର୍ତ୍ତନ ଦ୍ବାରା ଅଧିକରୁ ଅଧିକ ଲୋକ ପ୍ଲାଟଫର୍ମରୁ ଟଙ୍କା ରୋଜଗାର କରିବାରେ ସଫଳ ହେବେ ।

ଏହା ମଧ୍ୟ ପଢନ୍ତୁ: X: କାମ ଦେଲା ମସ୍କଙ୍କ ଯାଦୁ, ରେକର୍ଡ ସ୍ତରରେ ବୃଦ୍ଧି ପାଇଲା ୟୁଜର୍ସଙ୍କ ସଂଖ୍ୟା

ଏହି ବିଷୟ ଉପରେ ଧ୍ୟାନ ଦେବା ଉଚିତ: ଏହି ସମସ୍ତ ସୁବିଧା ପ୍ରଦାନ କରିବା ସତ୍ତ୍ବେ ମଧ୍ୟ ଏକ ସର୍ତ୍ତ ରଖିଛି କମ୍ପାନୀ। ADS ରେଭେନ୍ୟୁ ପ୍ରୋଗ୍ରାମ ପାଇଁ କେବଳେ ଭେରିଫାଇଡ ଆକାଉଣ୍ଟରୁ ଆସିଥିବା ଇମ୍ପ୍ରେସନକୁ ଗଣାଯିବ। ଫ୍ରି ଆକାଉଣ୍ଟର ଇମ୍ପ୍ରେସନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । ୟୁଜର୍ସମାନେ ସ୍ପାମ୍‌ ଏବଂ ବୋଟ ଜରିଆରେ କମ୍ପାନୀର ସିଷ୍ଟମକୁ ଟ୍ରିକ୍‌ କରିପାରିବେ ବୋଲି ଏହି ସର୍ତ୍ତ ଜାରି କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ X ଉପଭୋକ୍ତାମାନଙ୍କୁ ନିଜର ଭ୍ୟୁ ଯାଞ୍ଚ କରିବା ପାଇଁ ମଧ୍ୟ କୌଣସି ଅପ୍ସନ୍‌ ଦେଇ ନାହିଁ ।

କହିରଖୁଛୁ କି, ଏଲନ୍‌ ମସ୍କ ପ୍ରଥମେ ଜୁଲାଇ ମାସରେ ADS ରେଭେନ୍ୟୁ ପ୍ରୋଗ୍ରାମ କିଛି କ୍ରିଏଟର୍ସଙ୍କ ପାଇଁ ଉପଲବ୍ଧ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବିଶ୍ବବାସୀଙ୍କ ପାଇଁ ଲାଇଭ୍‌ କରାଗଲା । ଗ୍ଲୋବାଲ୍ ରୋଲ୍‌ ଆଉଟ୍ ପରେ ଅଧିକରୁ ଅଧିକ ସାଇନ୍‌ଅପ୍‌ କରିଥିଲେ । ଏତେ ମାତ୍ରାରେ କ୍ରିଏଟର୍ସଙ୍କୁ ପେମେଣ୍ଟ ଟ୍ରାନ୍ସଫର ବା ଟଙ୍କା ପ୍ରଦାନ କରିବାରେ ବିଳମ୍ବ ହେବାକୁ ଲାଗିଲା । ଏନେଇ X ପକ୍ଷରୁ ଲୋକମାନଙ୍କୁ ଏକ ବିବୃତ୍ତି ପ୍ରଦାନ କରାଯାଇଥିଲା । କୁହାଯାଇଥିଲା ଯେ, "ପେମେଣ୍ଟ ଟ୍ରାନ୍ସଫର ହେବାରେ ବିଳମ୍ବ ହେଉଛି । ଖୁବଶୀଘ୍ର ସମସ୍ତଙ୍କୁ ଟଙ୍କା ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.