ୱାଶିଂଟନ୍: ବିଶ୍ବର ସବୁଠୁ ବ୍ୟବହାର ହେଉଥିବା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି ଟେସଲା ମାଲିକ ଏଲନ୍ ମସ୍କ । ଏହିପରିପ୍ରେକ୍ଷୀରେ ଶୁକ୍ରବାର(ନଭେମ୍ବର 18)ରେ ମାଇକ୍ରୋବ୍ଲଗିଂ ସାଇଟ୍ରେ ଆଉ ଏକ ନୂଆ ଫିଚର୍ସ ଘୋଷଣା ହୋଇଛି । ନୂତନ ଫିଚର୍ସ ଅନୁସାରେ ଏଣିକି ନେଗେଟିଭ୍ ଟ୍ବିଟ୍ସକୁ ପ୍ରୋତ୍ସାହନ ମିଳିବ ନାହିଁ । ଅର୍ଥାତ୍ ନକାରତ୍ମକ ଦିଗ ଥିବା ଟ୍ବିଟ ଅଧିକ ଭିଜିବୁଲ୍ ବା ଦୃଷ୍ଟି ଗୋଚର ହେବନାହିଁ(Negative tweets to be deboosted, demonetised) ।
ମସ୍କ ଏକ ଟ୍ବିଟ୍ ଯୋଗେ କହିଛନ୍ତି ଯେ, 'ନୂତନ ଟ୍ୱିଟର ନୀତି ହେଉଛି କି(Elon Musk announces new Twitter policy), ଟ୍ବିଟ୍ କରିବାର ସ୍ବାଧୀନତା ସମସ୍ତଙ୍କର ରହିବ, କିନ୍ତୁ ଏହାକୁ ପ୍ରଚାର ବା ଅନ୍ୟ ୟୁଜର୍ସ ନିକଟରେ ପହଞ୍ଚାଇବାର ସ୍ବାଧୀନତା ରହିବ ନାହିଁ ।' ସେ ଏହା ମଧ୍ୟ କହିଛନ୍ତି ଯେ, ଅଶ୍ଳୀଳ ଭାଷାରେ ଟ୍ବିଟ୍ କିମ୍ବା ନକାରାତ୍ମକ ବିଷୟବସ୍ତୁ(Content) ଧାରଣ କରିଥିବା ଟ୍ୱିଟକୁ ପ୍ରୋତ୍ସାହନ ମିଳିବ ନାହିଁ । ସର୍ବୋପରି ନୂତନ ଟ୍ୱିଟର ନୀତିରେ ବାକ୍ ସ୍ୱାଧୀନତା ଅଛି, କିନ୍ତୁ ନକରାତ୍ମକ ଶବ୍ଦର ବ୍ୟବହାର ଉପରେ ନାହିଁ ବୋଲି ମସ୍କ କହିଛନ୍ତି ।
ନକାରାତ୍ମକ / ଘୃଣ୍ୟ ଟ୍ୱିଟ୍ ଗୁଡିକ ଡିବୁଷ୍ଟ୍ ହେବ ଅର୍ଥାତ୍ ଏହା ଅନ୍ୟ ଟ୍ବିଟର୍ ବ୍ୟବହାରକାରୀଙ୍କୁ ଦୃଶ୍ୟମାନ ହେବ ନାହିଁ । ଯେପର୍ଯ୍ୟନ୍ତ ଏହି ଟ୍ବିଟ୍କୁ ଜଣେ ୟୁଜର୍ସ ସର୍ଚ୍ଚ କରିନଥିବେ, ସେପର୍ଯ୍ୟନ୍ତ ତାଙ୍କୁ ଦେଖାଯିବ ନାହିଁ । ଏଥିସହ ସେ ଘୋଷଣା କରିଛନ୍ତି ଯେ, ପୂର୍ବରୁ ବିବାଦୀୟ କିମ୍ବା ନିଲମ୍ବିତ ହୋଇଥିବା ଅନେକ ବିବାଦୀୟ ଆକାଉଣ୍ଟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଟ୍ୱିଟର ଯୋଜନା କରିଛି, କିନ୍ତୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସମ୍ପର୍କରେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ ।
ମସ୍କ କହିଛନ୍ତି ଯେ, ପୂର୍ବରୁ ବିବାଦୀୟ କାନାଡାର ପୋଡକାଷ୍ଟର ଜୋର୍ଡାନ ପିଟରସନ ଏବଂ ରାଇଟ୍ ଲର୍ଣ୍ଣିଂ ସାଟିରିକାଲ୍ ୱେବସାଇଟ ବାବିଲ ବି(Babylon Bee)ର ଆକାଉଣ୍ଟ ପୁନଃ ଆରମ୍ଭ ହେବ । ସେହିପରି ଏଲନ ମସ୍କଙ୍କ ନାମରେ ଛଦ୍ମ ଆକାଉଣ୍ଟ୍ରୁ ଟ୍ବିଟ୍ କରି ଏହି ମାସ ଆରମ୍ଭରୁ ପ୍ଲାଟଫର୍ମରୁ ନିଲମ୍ବିତ ହୋଇଥିବା ହାସ୍ୟ ଅଭିନେତା କ୍ୟାଥି ଗ୍ରିଫିନଙ୍କ ଆକାଉଣ୍ଟକୁ ମଧ୍ୟ ପୁନଃସ୍ଥାପିତ କରିବେ ବୋଲି ମସ୍କ କହିଛନ୍ତି ।