ETV Bharat / science-and-technology

ଚନ୍ଦ୍ରରେ କେଉଁଠି ପାଦ ରଖିଥିଲା ଚନ୍ଦ୍ରଯାନ-3, ଫଟୋ ଉଠାଇ ପଠାଇଲା NASA ସାଟେଲାଇଟ - ଚନ୍ଦ୍ରରେ କେଉଁଠି ଅବତରଣ କରିଥିଲା ଚନ୍ଦ୍ରଯାନ 3

ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ସାଇଟର ଫଟୋ ସେୟାର କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(ନାସା) । ଅଧିକ ପଢନ୍ତୁ

NASA releases image of Chandrayaan3
NASA releases image of Chandrayaan3
author img

By ETV Bharat Odisha Team

Published : Sep 6, 2023, 2:06 PM IST

ହାଇଦ୍ରାବାଦ: ଅଗଷ୍ଟ 23, 2023 । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା ଭାରତ । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ଭାବେ ବିଶ୍ବବିଦିତ ହୋଇଛି । ତେବେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଜର କାର୍ଯ୍ୟ ଶେଷ କରି ସ୍ଲିପମୋଡକୁ ଚାଲିଯାଇଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାରି ଭିତରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(NASA) ପକ୍ଷରୁ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ସାଇଟର ଫଟୋ ସେୟାର କରାଯାଇଛି । ଲୁନାର ରେକନାଇଜାନ୍ସ ଅର୍ବିଟର(LRO) ଲ୍ୟାଣ୍ଡିଂ ସାଇଟର ଫଟୋ ଉଠାଇଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫଟୋକୁ ଏକ୍ସରେ ସେୟାର କରିଛି ନାସା ।

ନାସାର ସୂଚନା ଅନୁସାରେ,"ଲୁନାର ରେକନାଇଜାନ୍ସ ଅର୍ବିଟର(LRO) ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟର ଫଟୋ ଉଠାଇଛି । ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟ ଚନ୍ଦ୍ରର ଦକ୍ଷିଣ ମେରୁ ଠାରୁ 600 କିଲୋମିଟର ଦୂରରେ ରହିଛି । ଏଲଆରଓ ଲ୍ୟାଣ୍ଡିଂ ସାଇଟର ଫଟୋକୁ 42 ଡିଗ୍ରୀ ସ୍ଲୋ ଆଙ୍ଗେଲରେ କ୍ୟାପ୍ଚର କରିଛି । ଚନ୍ଦ୍ରଯାନ-3 23 ଅଗଷ୍ଟରେ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବେଳେ ଏହି ଫଟୋ ଏହାର 4 ଦିନ ପରେ ଅର୍ଥାତ ଅଗଷ୍ଟ 27 ତାରିଖରେ ଉଠାଯାଇଛି ।" 2009 ମସିହା ଜୁନ 18 ତାରିଖ ଦିନ ନାସା ଅର୍ବିଟର ଲଞ୍ଚ କରାଯାଇଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଅନେକ ଡାଟା ଏକତ୍ରିତ କରିଥିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Chandrayaan 3 Update: ବିକ୍ରମର ପ୍ରଥମ 3D ଫଟୋ ଜାରି କଲା ISRO

କହିରଖୁଛୁ କି, ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଉଭୟ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନର ଫଟୋ ଇସ୍ରୋ ପକ୍ଷରୁ ସେୟାର କରାଯାଇଛି । ଏହାରି ଭିତରେ ଗତକାଲି(ମଙ୍ଗଳବାର) ପ୍ରଥମ ଥର ପାଇଁ ଇସ୍ରୋ ପକ୍ଷରୁ ବିକ୍ରମର 3D ଫଟୋ ଜାରି କରାଯାଇଥିବା ବେଳେ ଉକ୍ତ ଫଟୋକୁ ପ୍ରଜ୍ଞାନ ଦ୍ବାରା ପ୍ରେରଣ କରାଯାଇଥିବା ସୂଚନା ଦିଆଯାଇଛି । ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସେମାନଙ୍କର କାର୍ଯ୍ୟ ଶେଷ କରି ବର୍ତ୍ତମାନ ସ୍ଲିପମୋଡକୁ ଚାଲିଯାଇଛନ୍ତି । ଗତ 2 ତାରିଖରେ ପ୍ରଥମେ ରୋଭର ପ୍ରଜ୍ଞାନକୁ ସ୍ଲିପମୋଡକୁ ଅଣାଯାଇଥିଲା ।

ଗତ 4 ତାରିଖରେ ଲ୍ୟାଣ୍ଡର ବିକ୍ରମ ନିଷ୍କ୍ରିୟ ହୋଇଯାଇଥିବା ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ପୋଲୋଡକୁ ବର୍ତ୍ତମାନ ସ୍ବିଚଅଫ ବା ବନ୍ଦ କରିଦିଆଯାଇଛି । କିନ୍ତୁ ରିସିଭରକୁ ଆକ୍ଟିଭ ରଖାଯାଇଛି । ସୌର ଶକ୍ତି ଏବଂ ବ୍ୟାଟେରୀ ସରିଯିବା ପରେ ବିକ୍ରମ ଲ୍ୟାଣ୍ଡର ରୋଭର ପ୍ରଜ୍ଞାନ ପାଖରେ ଶୋଇପଡିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଥିଲା । ଉଭୟ ଯାନକୁ ଫୁଲ ଚାର୍ଜ କରି ରଖାଯାଇଥିବା ବେଳେ 22 ତାରିଖରେ ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟାଲୋକ ପଡିଲେ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.