ETV Bharat / science-and-technology

NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ

author img

By

Published : Aug 29, 2022, 10:51 AM IST

ପରୀକ୍ଷଣ କେନ୍ଦ୍ରରେ ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ଆମେରିକା ସ୍ପେସ୍ ଏଜେନ୍ସି ନାସାର ମୁନ୍ ରକେଟ(NASA New Moon Rocket) । 322 ଫୁଟର ଏହି ସ୍ପେସ ଲଞ୍ଚ ସିଷ୍ଟମ ରକେଟ ହେଉଛି NASAର ସବୁଠାରୁ ଶକ୍ତିଶାଳୀ ରକେଟ୍ । ଅଧିକ ପଢନ୍ତୁ

NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ
NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ

ୱାଶିଂଟନ: ଆଜି(ସୋମବାର) ମହାକାଶକୁ ଉତକ୍ଷେପଣ ହେବ ଆମେରିକା ସ୍ପେସ୍ ଏଜେନ୍ସି(America Space Agency) ନାସାର ନୂଆ ମୁନ୍ ରକେଟ ବା ଚନ୍ଦ୍ର ରକେଟ(NASA New Moon Rocket) । ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବାକୁ ପ୍ରସ୍ତୁତ ଚନ୍ଦ୍ର ରକେଟ । ଭାରତୀୟ ସମୟ ସନ୍ଧ୍ୟା 6ଟାରେ ପରୀକ୍ଷଣ ହେବ । 322 ଫୁଟ (98 ମିଟର) ସ୍ପେସ୍ ଲଞ୍ଚ ସିଷ୍ଟମ୍(SLS) ରକେଟ୍ ହେଉଛି ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ନାସାର 'ଆପୋଲୋ' ମିଶନ(NASA Apollo Programme)ର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଏହା ଏକ ଖାଲି 'କ୍ରୁ କ୍ୟାପସୁଲ'କୁ ଚନ୍ଦ୍ର କକ୍ଷପଥରେ ପଠାଇବାକୁ ସ୍ଥିର କରିଛି, ଯେଉଁଥିରେ 12 ଜଣ ମହାକାଶଚାରୀ ଚନ୍ଦ୍ରରେ ଅବତରଣ କରିଥିଲେ ।

ଯଦି ଏହି ଛଅ ସପ୍ତାହ ପରୀକ୍ଷଣ ଉଡ଼ାଣ ସଫଳ ହୁଏ, ତେବେ ମହାକାଶଚାରୀମାନେ କିଛି ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠକୁ ଯାଇ ଫେରିପାରିବେ । ତେବେ ବିପଦ ଅଧିକ ଥିବାରୁ ରକେଟର ଅବଧି ହ୍ରାସ କରାଯାଇପାରେ ବୋଲି ନାସା ଅଧିକାରୀମାନେ କହିଛନ୍ତି । ମହାକାଶଚାରୀଙ୍କ ବଦଳରେ ରକେଟରେ କମ୍ପନ, ତ୍ୱରାନ୍ୱିତ ଏବଂ ବିକିରଣ ମାପିବା ପାଇଁ ତିନୋଟି ପରୀକ୍ଷଣ ଡମି ଓରିଅନ୍ କ୍ୟାପସୁଲ ରଖାଯାଇଛି । କେବଳ କ୍ୟାପସୁଲରେ 1000ରୁ ଅଧିକ ସେନ୍ସର ରହିଛି । ନାସାର ଅଧିକାରୀମାନେ ରବିବାର କହିଛନ୍ତି ଯେ, ଶନିବାର ବଜ୍ରପାତ ସମୟରେ ନାସାର କେନେଡି ସ୍ପେସ୍ ସେଣ୍ଟର(NASA's Kennedy Space Centre)ରେ ରକେଟ୍ ଏବଂ କ୍ୟାପସୁଲର କୌଣସି କ୍ଷୟକ୍ଷତି ହୋଇନାହିଁ । ଅନ୍ୟ ଉପକରଣରେ ମଧ୍ୟ କୌଣସି କ୍ଷତି ଘଟିନାହିଁ । ତେବେ ନାସାର କେନେଡି ସ୍ପେସ୍ ସେଣ୍ଟରରେ ରକେଟକୁ ଘେରି ରହିଥିବା 600 ଫୁଟ ଟାୱାର ନିକଟରେ ପାଞ୍ଚଟି ବଜ୍ରପାତ ହୋଇଥିଲା । ଏହା ସତ୍ତ୍ବେ ପରୀକ୍ଷଣ ହେବାକୁ ଥିବା ରକେଟ ସୁରକ୍ଷିତ ରହିଛି । ତେଣୁ ପୂର୍ବ ଧାର୍ଯ୍ୟ ହୋଇଥିବା ସମୟରେ ଲଞ୍ଚ ହେବ ମୁନ୍ ରକେଟ ।

ସୂଚନାଯୋଗ୍ୟ ଯେ, ନାସାର ଆର୍ଟେମିସ୍ -1 ମିଶନ୍ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ମନୁଷ୍ୟକୁ ଚନ୍ଦ୍ରରେ ଯାତ୍ରା କରାଇ ପୁଣି ଫେରାଇ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଡକୁ ଗତି କରୁଛି । ଏହି ମିଶନ୍ ଆଜି(29 ଅଗଷ୍ଟ 2022) ଆରମ୍ଭ ହେବ ଏବଂ ଏହା ନାସାର ସ୍ପେସ୍ ଲଞ୍ଚ ସିଷ୍ଟମ୍ ଏବଂ ଓରିଅନ୍ କ୍ରୁ କ୍ୟାପସୁଲ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେବାକୁ ଯାଉଛି । ଏହି ମହାକାଶଯାନ ଚନ୍ଦ୍ରକୁ ଯିବ, କିଛି ଛୋଟ ଉପଗ୍ରହକୁ କକ୍ଷପଥରେ ଛାଡି ନିଜେ କକ୍ଷପଥରେ ସ୍ଥାପିତ ହେବ । ଏହି ପରୀକ୍ଷଣ ଫଳରେ ମହାକାଶଯାନର ପରିଚାଳନାକୁ ପରୀକ୍ଷଣ କରିବା ଏବଂ ଚନ୍ଦ୍ରର ମହାକାଶଚାରୀଙ୍କ ଦ୍ୱାରା ଅନୁଭୂତ ହୋଇଥିବା ଅବସ୍ଥାକୁ ଅନୁସନ୍ଧାନ କରିବା ନାସାର ମୁଖ୍ୟ ଉଦ୍ଦେଶ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.