ହାଇଦ୍ରାବାଦ: କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କ ରକ୍ତରେ ଠାବ ହୋଇଛି evACE2 ପ୍ରୋଟିନ ଧାରଣ କରିଥିବା ନାନୋ ବବଲ୍ସ(Nano Bubbles) । ଏହି ଛୋଟ ଛୋଟ କଣିକାଗୁଡିକ SARS-CoV-2 ଭାଇରସଠାରୁ ହେଉଥିବା ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିଛି । ନର୍ଥୱେଷ୍ଟର୍ଣ୍ଣ ମେଡିସିନ ଓ ଦି ୟୁନିଭର୍ସିଟି ଅଫ ଟେକ୍ସାସ ଏମଡି ଆଣ୍ଡରସନ କ୍ୟାନ୍ସର ସେଣ୍ଟର ବୈଜ୍ଞାନିକମାନେ ଗବେଷଣା କରି ଏହା ସମ୍ପର୍କରେ ଜାଣି ପାରିଥିବା କହିଛନ୍ତି ।
ବୈଜ୍ଞାନିକମାନେ କହିଛନ୍ତି ଯେ evACE2 ଶରୀରରେ ଏକ ବାଧକ ଭଳି କାର୍ଯ୍ୟ କରିଥାଏ ଏବଂ SARS-CoV-2 ର ବର୍ତ୍ତମାନର ତଥା ଭବିଷ୍ୟତର ଷ୍ଟ୍ରେନ୍ ଦ୍ବାରା ହେଉଥିବା ସଂକ୍ରମଣରୁ ରୋକିବାରେ ସକ୍ଷମ ହୋଇପାରିଛି । ଏହା ଥରେ ଶରୀରରେ ବିକଶିତ ହେବା ପରେ ସର୍ବନିମ୍ନ ବିଷାକ୍ତ ପଦାର୍ଥ ବିରୋଧରେ ଶରୀରରେ ଜୈବିକ ଚିକିତ୍ସା ଭାବରେ କାର୍ଯ୍ୟ କରିଥାଏ । ଏହି ଗବେଷଣାରୁ ପ୍ରଥମ ଭାବେ ଜଣାପଡ଼ିଛି ଯେ evACE2 ପ୍ରୋଟିନ କୋଭିଡ଼ ମହାମାରୀର ଭାରିଏଣ୍ଟ ବିରୋଧରେ ଲଢି ପାରୁଛି ।
ଏହି ପ୍ରୋଟିନ ନାନୋ ବବଲ୍ସରେ ରହିଥାଏ । ଯାହାକି ଆଣ୍ଟି-ଭାଇରାଲ ଭାବରେ ମନୁଷ୍ୟ ଶରୀରରେ କାର୍ଯ୍ୟ କରିଥାଏ । ଏହା କୋଭିଡ଼ ଭାଇରସ ଷ୍ଟ୍ରେନକୁ ବ୍ଲକ୍ କରୁଥିବା ଦେଖିବାକୁ ମିଳିଛି । SARS-CoV-2 ଭାଇରସ ଚିହ୍ନଟ ହେବା ପରେ କୋରୋନା ଟିକା କିମ୍ବା ଆମ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ଆଲଫା, ବିଟା, ଡେଲଟା ଓ ଅନ୍ୟ ଭାରିଏଣ୍ଟ ବିରୋଧରେ ଫଳପ୍ରଦ ହୋଇପାରିନଥିଲା । କିନ୍ତୁ evACE2 କୋରାନା ଭାଇରସର ଷ୍ଟ୍ରେନକୁ ବ୍ଲକ କରୁଛି ।
ତେବେ ଏହା SARS-CoV-2 ଓ କୋଭିଡ଼ର ଭବିଷ୍ୟତ ଷ୍ଟ୍ରେନକୁ ବ୍ଲକ କରିବ ବୋଲି କହିଛନ୍ତି ବିଶେଷଜ୍ଞ ଡକ୍ଟର ହୁଇପିଙ୍ଗ ଲିୟୁ । ବାୟୁ ମାଧ୍ୟମରେ ଏହାର କଣିକାକୁ ଏହି ପ୍ରୋଟିନ ବ୍ଲକ କରୁଥିବା ସେ କହିଛନ୍ତି । ଭାଇରସକୁ ଆମ କୋଷ ଭିତରେ ପ୍ରବେଶ କରିବାକୁ ଏହି ପ୍ରୋଟିନ ବାଧା ସୃଷ୍ଟି କରିବ । ଫଳରେ କୋଭିଡ଼ ଭାଇରସ ଭାସମାନ ଅବସ୍ଥାରେ କୋଷ ଉପରେ ରହିବ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ଏହାକୁ ନଷ୍ଟ କରିବ । ଏହି ପ୍ରକାରରେ ସେ କୋଷ ଭିତରକୁ ପ୍ରବେଶ କରି ସଂକ୍ରମଣ କରିପାରିବ ନାହିଁ ବୋଲି ସେ କହିଛନ୍ତି । ତେବେ ଏହି ପ୍ରୋଟିନକୁ ଔଷଧ ଭାବରେ ବ୍ୟବହାର କରାଯାଇ ମହାମାରୀ କବଳରୁ ରକ୍ଷା ପାଇ ହେବ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ