ETV Bharat / science-and-technology

Apple iPhone SE: ସୁଲଭ ମୂଲ୍ୟର ଆଇଫୋନ, ବଢୁଛି ଚାହିଦା

author img

By

Published : Mar 20, 2022, 6:46 PM IST

ଯେଉଁମାନେ ଛୋଟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଏବେ ବଜାରରେ ଉପଲବ୍ଧ ହୋଇଛି iPhone SE (2022) । ଏହା ୫ଜି ହୋଇଥିବା ବେଳେ ଭଲ ବ୍ୟାଟେରୀ ପାୱାର ରହିଛି । ଅଧିକ ପଢନ୍ତୁ

Apple iPhone SE: ସୁଲଭ ମୂଲ୍ୟର ଆଇଫୋନ, ବଢୁଛି ଚାହିଦା
Apple iPhone SE: ସୁଲଭ ମୂଲ୍ୟର ଆଇଫୋନ, ବଢୁଛି ଚାହିଦା

ହାଇଦ୍ରାବାଦ: ସ୍ମାର୍ଟଫୋନ ସାଧାରଣତଃ ଆକାରରେ ଅପେକ୍ଷାକୃତ ବଡ଼ ହୋଇଥାଏ । ତେବେ ଯେଉଁ ଗ୍ରାହକଙ୍କୁ ଅତ୍ୟାଧୁନିକ ସୁବିଧା ସହିତ ଛୋଟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବଜାରରେ ଉପଲବ୍ଧ ହୋଇଛି iPhone SE । ଏହାର ଦାମ ଅନ୍ୟ ଆଇଫୋନ ମୋବାଇଲଠାରୁ କମ ରହିଥିବା ବେଳେ ଆକର୍ଷଣୀୟ ଡିଜାଇନ ସାଙ୍ଗକୁ ରହିଛି ଅନେକ ସୁବିଧା । ଏହା ୫ଜି ମୋବାଇଲ ହୋଇଥିବା ବେଳେ ନୂଆ କ୍ୟାମେରା ସିଷ୍ଟମ ଓ ଭଲ ବ୍ୟାଟେରୀ ପାୱାର ରହିଛି । ଏହାସହ iPhone 8ଠାରୁ ଏହି ମଡେଲ ଦ୍ରୁତ ଗତିରେ କାମ କରୁଥିବା ଜଣାପଡ଼ିଛି ।

ଏଥିରେ ହୋମ ବଟନ୍‌ ସହିତ Touch ID ରହିଛି । ଏହି ନୂଆ ଡିଭାଇସର ମୂଳ ଦାମ ୪୩ ହଜାର ୯୦୦ ଟଙ୍କା ରହିଛି । ଏଥିରେ A15 Bionic(ସ୍ମାର୍ଟଫୋନରେ ଦ୍ରୁତ ଗତିରେ କାମ କରୁଥିବା CPU) ସହ ଏହାର ଆକାର ୪.୭ ଇଞ୍ଚ ରହିଛି । ଶୀଘ୍ର ଚାର୍ଜ ହେବା ସହ ୱେୟାରଲେସ ଚାର୍ଜିଂର ସୁବିଧା ରହିଛି । ୧୨MP ୱାଇଡ କ୍ୟାମେରା ସହ Smart HDR ୪, ଫଟୋଗ୍ରାଫିକ ଷ୍ଟାଇଲ, ଡିପ୍‌ ଫ୍ୟୁଜନ ଓ ପୋର୍ଟରେଟ ମୋଡ ରହିଛି । Smart HDR ୪ ଫଟୋ ଓ ଭିଡି଼ଓରେ କଲର୍‌, କଣ୍ଟ୍ରାଷ୍ଟ ଓ ବ୍ୟାକଗ୍ରାଉଣ୍ଡ ନଏଜକୁ ଏଡିଟ କରିପାରିବ ।

ଏହି ଡିଭାଇସରେ FaceTime calls ସହିତ ନୂଆ Portrait mode ରହିଛି । ଏହି ମଡେଲ ୬୪GB, ୧୨୮GB ଓ ୨୫୬GBରେ ଉପଲବ୍ଧ ସହିତ ରହିଛି EMI ଅଫର୍‌ । ପୂର୍ବରୁ iPhone SE ପୂର୍ବ ଭର୍ସନକୁ ଗ୍ରାହକମାନେ ଖୁବ ପସନ୍ଦ କରିଥିଲେ । ଯଦି ଗ୍ରାହକ ନୂଆ କରି ସୁଲଭ ମୂଲ୍ୟରେ ଆଇଫୋନର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ପାଇଁ ଏହି ମଡେଲଟି ଉପାଦେୟ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.