ETV Bharat / science-and-technology

Hyderabad Data Centre: ସବୁଠୁ ବଡ ପୁଞ୍ଜି ନିବେଶ କରିବ Microsoft

author img

By

Published : Mar 8, 2022, 3:59 PM IST

ବିଭିନ୍ନ ତଥ୍ୟ ଡେଲିଭର ସମୟରେ ଅଧିକ ସୁରକ୍ଷା ଯୋଗାଇବା ସହିତ ହାଇଦ୍ରାବାଦରେ ନିଯୁକ୍ତି ସୃଷ୍ଟି ପାଇଁ ତେଲେଙ୍ଗାନା ସରକାର ଗୁରୁତ୍ବ ଦେଇଛି । ଏଥିଲାଗି ମାଇକ୍ରୋସଫ୍ଟ ସହିତ ହୋଇଛି ଚୁକ୍ତି ସ୍ବାକ୍ଷର । ଏହାରି ମାଧ୍ୟମରେ ମାଇକ୍ରୋସଫ୍ଟ ହାଇଦ୍ରାବାଦରେ କରିବାକୁ ଯାଉଛି ୧୫ କୋଟିର ପୁଞ୍ଜି ନିବେଶ । ଅଧିକ ପଢନ୍ତୁ

ହାଇଦ୍ରାବାଦ ଡାଟା ସେଣ୍ଟରରେ ସବୁଠୁ ବଡ଼ ପୁଞ୍ଜି ନିବେଶ କରିବ Microsoft

ହାଇଦ୍ରାବାଦ: ସଫ୍ଟୱେର ଜିଆଣ୍ଟ ମାଇକ୍ରୋସଫ୍ଟ ହାଇଦ୍ରାବାଦ ଡାଟା ସେଣ୍ଟରରେ ୧୫ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ କରିବ । ସୋମବାର ତେଲେଙ୍ଗାନା ସରକାର ଏବଂ ମାଇକ୍ରୋସଫ୍ଟ ମିଳିତ ଭାବେ ଡାଟା ସେଣ୍ଟର ନିବେଶ ନେଇ ଘୋଷଣା କରିଛନ୍ତି ଯାହାକି ଭାରତରେ ମାଇକ୍ରୋସଫ୍ଟର ସବୁଠୁ ବଡ ଡାଟା ସେଣ୍ଟର ହେବ । ମାଇକ୍ରୋସଫ୍ଟ 15 ବର୍ଷ ମଧ୍ୟରେ ନୂତନ ଡାଟା ସେଣ୍ଟର ଅଞ୍ଚଳରେ ୩ଟି ସାଇଟ୍ - ଚନ୍ଦାନଭେଲି, ଏଲିକାଟ୍ଟା ଏବଂ କୋଟୁର ମଧ୍ୟରେ ସେଣ୍ଟର ବିସ୍ତାର କରାଯିବ । ଏହି ସେଣ୍ଟର ବିଭିନ୍ନ ତଥ୍ୟ ଡେଲିଭର ସମୟରେ ଅଧିକ ସୁରକ୍ଷା ଯୋଗାଇବ ।

ମାଇକ୍ରୋସଫ୍ଟ ହାଇଦ୍ରାବାଦରେ ଏହାର ଭାରତ ବିକାଶ କେନ୍ଦ୍ର ନିର୍ମାଣ କରିଛି ଯାହା ଆମେରିକାର ମୁଖ୍ୟାଳୟ ପରେ ବିଶ୍ବରେ ବୃହତ୍ତମ । ହାଇଦ୍ରାବାଦର ନୂତନ ଡାଟା କେନ୍ଦ୍ର ଉନ୍ନତ ଡାଟା ସୁରକ୍ଷା ଏବଂ କ୍ଲାଉଡ୍ ସମାଧାନ ପ୍ରଦାନ କରିବ ଯାହା ଉଦ୍ୟୋଗ, ଷ୍ଟାର୍ଟ ଅପ୍, ଡେଭଲପର୍, ଶିକ୍ଷା ଏବଂ ସରକାରୀ ଅନୁଷ୍ଠାନକୁ ସାହାଯ୍ୟ କରିବ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ତେଲେଙ୍ଗାନାର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ. ଟି ରାମା ରାଓ ଏବଂ ITE & Cର ମୁଖ୍ୟ ସଚିବ ଜୟେଶ ରଂଜନ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଘୋଷଣା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମାଇକ୍ରୋସଫ୍ଟର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜେନ-ଫିଲିପ ଏବଂ ମାଇକ୍ରୋସଫ୍ଟ ଇଣ୍ଡିଆର ରାଷ୍ଟ୍ରପତି ଅନନ୍ତ ମହେଶ୍ବରୀ ମଧ୍ୟ ଯୋଗ ଦେଇଥିଲେ। ଗତ ୫ ବର୍ଷରୁ ଅଧିକ ସମୟ ଧରି ପୁଣେ, ମୁମ୍ବାଇ ଏବଂ ଚେନ୍ନାଇରେ ଚାଲିଆସୁଥିବା ଭାରତର 3 ଟି ନେଟୱାର୍କର ହାଇଦ୍ରାବାଦ ଡାଟା ସେଣ୍ଟର ଯୋଡ଼ି ହୋଇଛି । ତେଲେଙ୍ଗାନାର ବିକାଶରେ ଏହା ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ବୋଲି କହିଛନ୍ତି କେ. ଟି ରାମା ରାଓ ।

ସେ ଟ୍ବିଟ କରି କହିଛନ୍ତି ଯେ, "ଏହା ତେଲେଙ୍ଗାନାକୁ ଆକର୍ଷିତ କରିଥିବା ସବୁଠାରୁ ବଡ ଏଫଡିଆଇ ମଧ୍ୟରୁ ଗୋଟିଏ ହେବ । ଏହା ପରୋକ୍ଷରେ ସ୍ଥାନୀୟ ବ୍ୟବସାୟ ଅଭିବୃଦ୍ଧିକୁ ସମର୍ଥନ କରିବ ଏବଂ ଆଇଟି ଅପରେସନ୍, ସୁବିଧା ପରିଚାଳନା, ଡାଟା ଏବଂ ନେଟୱାର୍କ ସୁରକ୍ଷା, ନେଟୱାର୍କ ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ।" ଡାଟା ସେଣ୍ଟର୍ ଅଞ୍ଚଳ ମାଧ୍ୟମରେ ମାଇକ୍ରୋସଫ୍ଟ ହାଇଦ୍ରାବାଦ ଏବଂ ତେଲେଙ୍ଗାନାର ମାଇକ୍ରୋସଫ୍ଟ କ୍ଲାଉଡ୍ ସେବା ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ତେଲେଙ୍ଗାନା ଏବଂ ମାଇକ୍ରୋସଫ୍ଟ ପୂର୍ବରୁ ଏକ Mouରେ ସ୍ବାକ୍ଷର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.