ETV Bharat / science-and-technology

ଟ୍ବିଟର ପରେ ଘୋଷଣା ହେଲା ମେଟାର ବ୍ଲୁ ଟିକ ସବସ୍କ୍ରିପସନ, ମାସକୁ ଏତିକି ଟଙ୍କା - ମେଟାର ସବସ୍କ୍ରିପଶନ

ଟ୍ବିଟର ପରେ ଘୋଷଣା ହେଲା ମେଟାର ବ୍ଲୁ ଟିକ ସବସ୍କ୍ରିପସନ । ମାସକୁ ଏତିକି ଟଙ୍କା ଦେବାକୁ ହେବ

Meta verification service
Meta verification service
author img

By

Published : Jun 8, 2023, 10:25 AM IST

ହାଇଦ୍ରାବାଦ: ଶେଷରେ ମେଟା ଦେଶରେ ଭେରିଫିକେସନ ସର୍ଭିସ ଆରମ୍ଭ କରିଛି । କମ୍ପାନୀ ଏହି ସେବା ଫେବୃଆରୀ ମାସରେ ଆରମ୍ଭ କରିଥିଲା । ବାସ୍ତବରେ ଏହା ହେଉଛି ମେଟାର ପେଡ୍ ସବସ୍କ୍ରିପସନ୍ ସେବା, ଯାହା ମାଧ୍ୟମରେ ଉପଭୋକ୍ତାମାନେ ପେଡ୍ ବ୍ଲୁ ଟିକ୍ ପାଇବା ସହିତ ସ୍ୱତନ୍ତ୍ର ଫିଚର ମଧ୍ୟ ପାଇବେ । ମାର୍କ ଜୁକରବର୍ଗ ନିଜେ ମେଟା ଚ୍ୟାନେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ସେବା ବର୍ତ୍ତମାନ ଭାରତ, ବ୍ରିଟେନ ଏବଂ କାନାଡାରେ ଉପଲବ୍ଧ ହେବ । ଖୁବଶୀଘ୍ର ବ୍ରାଜିଲରେ ମଧ୍ୟ ଏହାକୁ ଲଞ୍ଚ କରାଯିବ ।

ମାର୍କ ଜୁକରବର୍ଗ ମେଟା ଚ୍ୟାନେଲ ମାଧ୍ୟମରେ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଭାରତ, ବ୍ରିଟେନ ଏବଂ କାନାଡାରେ ମେଟା ଭେରିଫାଏଡ୍ ସେବା ଉପଲବ୍ଧ ହୋଇଛି । ଏହାସହ ଏହା ଶୀଘ୍ର ବ୍ରାଜିଲରେ ଲଞ୍ଚ ହେବ । ତାଙ୍କ ଚ୍ୟାନେଲ ପୋଷ୍ଟରେ ମାର୍କ ଆହୁରି ସୂଚନା ଦେଇଛନ୍ତି ଯେ, ଯେଉଁ ଆକାଉଣ୍ଟ ଗୁଡିକୁ ପୂର୍ବରୁ ଯାଞ୍ଚ କରାଯାଇ ବ୍ଲୁଟିକ ଦିଆଯାଇଛି ସେମାନଙ୍କ ପାଇଁ ସମ୍ପୁର୍ଣ୍ଣ ମାଗଣା ରହିବ । ଏହି ସେବାର ଲାଭ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହୋଇପାରିବ ।

ପ୍ରକାଶଥାଉକି, ମେଟା କମ୍ପାନୀ ଏହାର ପେଡ୍ ସବସ୍କ୍ରିପସନ୍ ସେବା ଚଳିତ ବର୍ଷ ଫେବୃଆରୀ ମାସରେ ଆରମ୍ଭ କରିଥିଲା । ଅବଶ୍ୟ, ସେହି ସମୟରେ ଏହି ସେବା କେବଳ ଆମେରିକାରେ ହିଁ ଉପଲବ୍ଧ ଥିଲା । ପରେ 16 ମାର୍ଚ୍ଚରେ ବ୍ରିଟେନରେ ଏବଂ 31 ମାର୍ଚ୍ଚରେ କାନାଡାରେ ଉପଲବ୍ଧ ହେଲା । ବର୍ତ୍ତମାନ ଏହି ତାଲିକାରେ ଭାରତର ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଭାରତରେ ବ୍ଲୁଟିକ ପାଇଁ ଏତିକି ଦେବାକୁ ହେବ: ମେଟା ଭେରିଫାଏଡ୍ ସର୍ଭିସର ଇଣ୍ଡିଆରେ ଲଞ୍ଚ ବିଷୟରେ ସୂଚନା ମାର୍କ ଜୁକରବର୍ଗ ଏବଂ ମେଟା ଭେରିଫାଏଡ୍ ପେଜ୍ ଦ୍ୱାରା ଘୋଷଣା କରାଯାଇଛି । ଏହି ପେଜରେ ଭାରତରେ ମେଟା ଭେରିଫାଏଡ୍ ମୂଲ୍ୟ କେତେ ଟଙ୍କା ରହିଛି ତାହା ସ୍ପଷ୍ଟ କରାଯାଇଛି । ଫେସବୁକ, ଇନଷ୍ଟାଗ୍ରା, ହ୍ବାଟ୍ସଆପ ମୋବାଇଲ ଆପ୍ଲିକେସନ ପାଇଁ ଆଣ୍ଡ୍ରୋଏଡ ଏବଂ ଆଇଓଅସ ପାଇଁ 699 ଟଙ୍କା ମାସିକିଆ ସବସ୍କ୍ରିପଶନ ପ୍ଲାନ ଆଣିଛି ମେଟା । ଆସନ୍ତା ମାସରୁ ଓ୍ବେବ ଭର୍ସନରେ ଭେରିଫାଇଡ ସର୍ଭିସ ପାଇଁ 599 ଟଙ୍କା ପୈଠ କରିବାକୁ ହେବ । ଉଭୟ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପ୍ଲାଟଫର୍ମ ପାଇଁ ଏହି ମୂଲ୍ୟ ସମାନ ।

ମେଟା ଭେରିଫାଇଡ ଆକାଉଣ୍ଟ ପାଇଁ ଏମିତି ଆବେଦନ କରିବେ: ମେଟା ଭେରିଫାଏଡ୍ ପାଇଁ ବର୍ତ୍ତମାନ https://about.meta.com/technologies/meta-verified/ ପୃଷ୍ଠାକୁ ଯାଇ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ କ୍ଲିକ୍ କରିବାକୁ ପଡିବ । ଏଠାରେ ଅପେକ୍ଷା ତାଲିକା ବା ଓ୍ବେଟ ଲିଷ୍ଟରେ ଯୋଗ ଦେବାକୁ କୁହାଯିବ । ଅପେକ୍ଷା ତାଲିକାରେ ଯୋଗଦେବା ପାଇଁ ଯୋଗଦାନ ଉପରେ କ୍ଲିକ୍ କରନ୍ତୁ । ଆକାଉଣ୍ଟ ଯାଞ୍ଚ ପାଇଁ ପ୍ରସ୍ତୁତ ହେବା ମାତ୍ରେ ମେଲରେ ସୂଚନା ପାଇବେ । ଦେୟ ଦେଇ ଆପଣ ଆକାଉଣ୍ଟ ଯାଞ୍ଚ କରିବାକୁ ସମର୍ଥ ହେବେ । ଗୁରୁତ୍ବପୂର୍ଣ୍ଣ ସୂଚନା ହେଉଛି, ଯେ ଯଦି ଆପଣଙ୍କର ଆକାଉଣ୍ଟ ପୂର୍ବରୁ ଯାଞ୍ଚ ହୋଇସାରିଛି, ତେବେ କୌଣସି ଦେୟ ଦେବାକୁ ପଡିବ ନାହିଁ । ମାଗଣାରେ ସେବା ପାଇବେ ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଟ୍ବିଟରରେ ବ୍ଲୁ ଟିକ୍‌ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କ ପାଇଁ ମାସିକ ୮ ଡଲାର ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ମାସିକ ୧୧ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୬ ଟଙ୍କା ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ୯୦୨ ଟଙ୍କା ଦେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.