ETV Bharat / science-and-technology

ଟ୍ବିଟର ପରେ ମେଟା ଆଣିଲା ନିୟମ, ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା - ମେଟା ନୂଆ ନିୟମ

ଏଣିକି ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ଲୁ ଟିକ୍ ଭେରିଫିକେସନ୍ ପାଇଁ ଗଣିବାକୁ ପଡିବ ଟଙ୍କା । 'ମେଟା ଭେରିଫାଏଡ୍' ସବ୍‌ସ୍କ୍ରିପ୍ସନ୍ ପ୍ଲାନ୍ ଅଧୀନରେ ଚାଲିବ ଏହି ନିୟମ । ଅଧିକ ପଢନ୍ତୁ

Instagram Facebook
Instagram Facebook
author img

By

Published : Feb 20, 2023, 10:24 AM IST

ନୂଆଦିଲ୍ଲୀ: ବ୍ଲୁ ଟିକ୍‌ ପାଇଁ ଟ୍ବିଟର ପରେ ମେଟା ଆଣିଲା ନୂଆ ନିୟମ । ଏଣିକି ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ଲୁ ଟିକ୍ ଭେରିଫିକେସନ୍ ପାଇଁ ଗଣିବାକୁ ପଡିବ ଟଙ୍କା । 'ମେଟା ଭେରିଫାଏଡ୍' ସବ୍‌ସ୍କ୍ରିପ୍ସନ୍ ପ୍ଲାନ୍ ଅଧୀନରେ ଚାଲିବ ଏହି ନିୟମ । ଏଥିପାଇଁ ୟୁଜର୍ସଙ୍କୁ ମାସକୁ ଦେବାକୁ ପଡିବ 984 ଟଙ୍କା । ଖବର ଅନୁସାରେ ଉଭୟ ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ୍ ପାଇଁ ଗୋଟିଏ ପ୍ୟାକ୍‌ରେ ଭେରିଫିକେସନ୍ ନିୟମ ଲାଗୁ ହେବ ।

ସେହିପରି ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଅଲଗା ଅଲଗା ଶୁଳ୍କ ଘୋଷଣା କରିଛି ମେଟା । ବ୍ଲୁ ଟିକ୍ ପାଇଁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମାସକୁ 11.19 ଡଲାର୍ ଅର୍ଥାତ୍ 984 ଟଙ୍କା ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କୁ 14.99 ଡଲାର୍ ଅର୍ଥାତ୍ 1,238 ଟଙ୍କା ଦେବାକୁ ପଡିବ । ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ରେ 'ମେଟା ଭେରିଫାଏଡ୍' ନିୟମ ଲାଗୁ କରାଯିବ । ଏହାପରେ ବିଶ୍ବର ଅନ୍ୟାନ୍ୟ ଦେଶରେ ନୂଆ ନିୟମ ଆରମ୍ଭ ହେବ ବୋଲି କମ୍ପାନି କହିଛି ।

ଏହା ମଧ୍ୟ ପଢନ୍ତୁ:- Instagram New Features: କ୍ରିଏଟର୍ସ-ଫଲୋର୍ସ ଯୋଗାଯୋଗ ହେବ ସହଜ, ଇନଷ୍ଟାଗ୍ରାମ ଆଣିଲା ଏହି ଫିଚର୍ସ

କହି ରଖୁଛୁ ଯେ, ରବିବାର(ଫେବ୍ରୁଆରୀ 19)ରେ ମେଟା ସିଇଓ ମାର୍କ ଜୁକରବର୍ଗ 'ମେଟା ଭେରିଫାଏଡ୍' ଲଞ୍ଚ୍ କରିଛନ୍ତି । ଏହି ନୂଆ ନିୟମ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ନକଲି ଆକାଉଣ୍ଟରୁ ସୁରକ୍ଷା ଦେବ ବୋଲି ଜୁକରବର୍ଗ କହିଛନ୍ତି । ଏଥିସହ ଗ୍ରାହକଙ୍କୁ ଏକ ବ୍ୟାଜ୍ ମଧ୍ୟ ମିଳିବ, ଯାହା ସେମାନଙ୍କ ଆକାଉଣ୍ଟକୁ ଏକ ସରକାରୀ ଆଇଡି ପ୍ରଦାନ କରିବ । ଏହାଦ୍ବାରା ବ୍ଲୁ ଟିକ୍ ଆକାଉଣ୍ଟ ଅଧିକ ଭିଜିବିଲିଟି ହେବ । ଏହି ନିୟମ ଲାଗୁ ହେବା ପରେ କୌଣସି ବ୍ଲୁ ଟିକ୍ ଇନଷ୍ଟାଗ୍ରାମ ଓ ଫେସ୍‌ବୁକ୍ ଆକାଉଣ୍ଟ ନାମଧାରୀ ବ୍ୟକ୍ତିଙ୍କ ଛଦ୍ମନାମରେ ଅନ୍ୟ ଆକାଉଣ୍ଟ ଓପନ୍ କରିବା ସମ୍ଭବ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ:- ଟ୍ବିଟର ଇଣ୍ଡିଆର 2ଟି କାର୍ଯ୍ୟାଳୟ ବନ୍ଦ, ଘରୁ କାମ କରିବେ କର୍ମଚାରୀ

ସୋସିଆଲ ମିଡିଆ ଜିଆଣ୍ଟ କହିଛି ଯେ, ଏହି ସେବା ମୁଖ୍ୟତଃ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ପ୍ଲାଟଫର୍ମରେ ସେମାନଙ୍କର ଉପସ୍ଥିତି ବୃଦ୍ଧି କରିବାକୁ ଚାହୁଁଛି । ପୂର୍ବରୁ ଭେରିଫାଏ ଥିବା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି କେବଳ 18 ବର୍ଷରୁ ଅଧିକ ୟୁଜର୍ସଙ୍କ ପାଇଁ ଏହି ସବସ୍କ୍ରିପ୍ସନ୍ ପାଇଁ ଅନୁମତି ମିଳିବ । ଏହି ସେବା ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବସାୟ ଅର୍ଥାତ୍ ବିଜ୍‌ନେସ୍ ଆକାଉଣ୍ଟ ପାଇଁ ଉପଲବ୍ଧ ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:- Twitter Blue Service: ଭାରତରେ ସେବା ଆରମ୍ଭ, ମାସକୁ ଦେବେ ଏତିକି ଟଙ୍କା

ଉଲ୍ଲେଖ ଯୋଗ୍ୟ ଯେ, ବିଶ୍ବର ଅରବପତି ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ପ୍ଲାଟଫର୍ମଲେ ବ୍ଲୁ ଟିକ୍ ପାଇଁ ଦେୟଯୁକ୍ତ ନିୟମ ଆରମ୍ଭ କରିଥିଲେ । ବିଶ୍ବର ଅଧିକାଂଶ ଏହି ନିୟମ ଲାଗୁ ହୋଇସାରି ଥିବାବେଳେ ନିକଟରେ ଭାରତରେ ନୂଆ ନିୟମ ଆରମ୍ଭ ହୋଇଛି । ବର୍ତ୍ତମାନ ଭାରତରେ ଟ୍ବିଟର ବ୍ଲୁ ଟିକ୍ ପାଇଁ ୱେବ୍‌ ବ୍ୟବହାରକାରୀଙ୍କୁ ମାସକୁ 650 ଟଙ୍କା ଦେବାକୁ ପଡୁଥିବା ବେଳେ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀ 900 ଟଙ୍କା ଦେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.