ETV Bharat / science-and-technology

Chandrayaan3: ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3, ଜାଣନ୍ତୁ କେମତି ହୁଏ ଲ୍ୟାଣ୍ଡିଂ - ଚନ୍ଦ୍ରଯାନ 3ର ଲ୍ୟାଣ୍ଡିଂ ପ୍ରେସେସ କଣ

ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3 । ଜାଣନ୍ତୁ କଣ ସେହି 17 Minutes of Terror । ଅଧିକ ପଢନ୍ତୁ

Chandrayaan3
Chandrayaan3
author img

By ETV Bharat Odisha Team

Published : Aug 23, 2023, 3:10 PM IST

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ସଫଳତା ସାଉଁଟିଥିବା ଭାରତ ପାଇଁ ଆଜି ଆଉ ଏକ ପରୀକ୍ଷା । ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫ୍ଟ୍‌ ଲ୍ୟାଣ୍ଡିଂ କଲେ ଭାରତର ମହାକାଶ ବିଜ୍ଞାନରେ ଯୋଡିହେବ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ । ଐତିହାସିକ ମୂହୁର୍ତ୍ତ ପାଇଁ ଆଉ ମାତ୍ର 4 ଘଣ୍ଟା । ତେବେ ଜାଣନ୍ତୁ କିଭଳି ହୁଏ ଲ୍ୟାଣ୍ଡିଂ ପ୍ରକ୍ରିୟା । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ରୋଭରର କାମ କଣ ?

  • Chandrayaan-3 Mission:
    All set to initiate the Automatic Landing Sequence (ALS).
    Awaiting the arrival of Lander Module (LM) at the designated point, around 17:44 Hrs. IST.

    Upon receiving the ALS command, the LM activates the throttleable engines for powered descent.
    The… pic.twitter.com/x59DskcKUV

    — ISRO (@isro) August 23, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁଠାରୁ ମାତ୍ର 30 କିଲୋମିଟର ଉଚ୍ଚରେ ରହିଛି ବିକ୍ରମ ଲ୍ୟାଣ୍ଡର। ପ୍ରତି ସେକେଣ୍ଡରେ 1.6 କିମି ବେଗରେ ଗତି କରୁଛି । ନିର୍ଦ୍ଧାରିତ ସ୍ଥାନ ଖୋଜିବାଠାରୁ ଆରମ୍ଭ କରି ଗ୍ରୀନ ସିଗନାଲ୍‌ ମିଳିବା ପର୍ଯ୍ୟନ୍ତ ପ୍ରାୟ 7.5 କିଲୋମିଟର ଉଚ୍ଚରେ ଏବଂ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ 32 କିଲୋମିଟର ଉଚ୍ଚରେ ରହିବ । ଏହି ସମୟରେ ଅବତରଣ ସ୍ଥାନ ସୁରକ୍ଷିତ ରହିଛି କି ନାହିଁ ସେନେଇ ଯାଞ୍ଚ କରାଯିବ । ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ସମସ୍ତ ସ୍ପେନ୍ସର ସୂକ୍ଷ୍ମ ଭାବେ ସମନ୍ବିତ ହେବେ । ଅନବୋର୍ଡ ତ୍ରୁଟି ଉପରେ ନଜର ରଖାଯିବ । କହିରଖୁଛି କି, ଚନ୍ଦ୍ରଯାନ-2ରେ ଏହି ସମୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାପରେ ଲ୍ୟାଣ୍ଡିଂ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ହେବ ବିକ୍ରମ ଲ୍ୟାଣ୍ଡର । ଲ୍ୟାଣ୍ଡିଂ ସମୟର ସେହି 17 ମିନିଟର ପ୍ରକ୍ରିୟାକୁ 17 Minutes of Terror ବୋଲି ବିବେଚନା କରାଯାଏ । କାରଣ ଏହି ସମୟରେ ଯଦି ସବୁ ଠିକ୍‌ ହୁଏ ତାହାଲେ ଇତିହାସ ରଚିବ ଭାରତ ।

ଏହା ମଧ୍ୟ ପଢନ୍ତୁ: Chandrayaan-3: ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା, ନଜର ପକାନ୍ତୁ ଉତପେକ୍ଷଣରୁ ବର୍ତ୍ତମାନ ସୁଦ୍ଧା ଅପଡେଟ୍‌ ଉପରେ

ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ 4ଟି ପ୍ରକ୍ରିୟାରେ ହେବ । ରଫ୍‌ ବ୍ରେକିଂ, ଫାଇନ୍‌ ବ୍ରେକିଂ, ଅଲ୍ଟିଚ୍ୟୁଡ୍‌ ହୋଲ୍ଡ ଏହଂ ଟର୍ମିନାଲ ଡିସେଣ୍ଟ୍‌ । ରଫ୍‌ ବ୍ରେକିଂ ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି 1.6 କିଲୋମିଟର ରହିବ । ଅଲ୍ଟିଚ୍ୟୁଡ ହୋଲ୍ଡ ପର୍ଯ୍ୟାୟରେ ଲ୍ୟାଣ୍ଡର୍‌ ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ ଏବଂ ପୂର୍ବରୁ ଜାରି ହୋଇଥିବା ଫୋଟ ସହିତ ତୁଳନା କରି ଲ୍ୟାଣ୍ଡିଂ ସ୍ଥାନ କେତେ ସୁରକ୍ଷିତ ସେ ବିଷୟରେ ତର୍ଜମା କରାଯିବ । ଏହି ପର୍ଯ୍ୟାୟର ସମୟକୁ 10 ସେକେଣ୍ଡ କରାଯାଇଛି । ଫାଇନ୍‌ ବ୍ରେକିଂ ପର୍ଯ୍ୟାୟ 175 ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ଚନ୍ଦ୍ରଯାନର ବେଗକୁ 0 କରାଯିବ। ଏହାପରେ ଲ୍ୟାଣ୍ଡର ବିକ୍ରମର ସ୍ପେନ୍ସରକୁ ସକ୍ରିୟ କରାଯିବା ସହିତ ଉଚ୍ଚତା ମପାଯିବ । ପୁଣି ଶେଷ ଥର ପାଇଁ ଫଟୋ ଉଠାଯାଇ ତୁଳନା କରାଯିବ । ଶେଷ ପର୍ଯ୍ୟାୟ ଟର୍ମିନାଲ ଡିସେଣ୍ଡରେ ଲ୍ୟାଣ୍ଡରରେ ଲାଗିଥିବା ହାଜାର୍ଡ ଡିଟେକ୍ସନ୍‌ କ୍ୟାମେରା ଚନ୍ଦ୍ରପୃଷ୍ଠର ଶେଷ ଫଟୋ ଉଠାଇବ । ଏହି ଟେଷ୍ଟ୍‌କୁ GO-NO-GO କୁହାଯାଏ । ଯଦି ସବୁ ଠିକ ବୋଲି ବିବେଚିତ ହୁଏ ବା ଗ୍ରୀନ୍‌ ସିଗନାଲ୍‌ ମିଳି ତାହାଲେ କିଛି ସେକେଣ୍ଡରେ ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ତେବେ ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ ସ୍ପେନ୍ସର ଗୁ଼ଡ଼ିକୁ ଆକ୍ଟିଭ୍‌ କରିବା ପାଇଁ ଅନବୋର୍ଡ କମ୍ପ୍ୟୁଟରକୁ ସଙ୍କେତ ଦେବ । ଲ୍ୟାଣ୍ଡର ସମ୍ପୁର୍ଣ୍ଣ ଶକ୍ତି ଯୋଗାଇବ । ସମସ୍ତ ପ୍ରକ୍ରିୟା ସମୟରେ ବିକ୍ରମ ଏବଂ ପ୍ରଜ୍ଞା ଫଟୋ ଉଠାଇବେ ।

ଏହା ମଧ୍ୟ ପଢନ୍ତୁ: ଋଷର ଲୁନା-୨୫ ବିଫଳତାର କାରଣ ଚନ୍ଦ୍ରଯାନ-୩ରେ ଦେଖାଯିବ ନାହିଁ ! 'କ୍ରିଟିକାଲ ଟାଇମ ଗୁରୁତ୍ବପୂର୍ଣ୍ଣ'

ଯଦି ସରଳ ଭାଷାରେ କହିବା ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ସମୟରେ ଏହାର ବେଗ ସେକେଣ୍ଡ ପ୍ରତି 1.68 କିଲୋମିଟର ରହିବ । ଏହାପରେ ଲ୍ୟାଣ୍ଡରରେ ରହିଥିବା ସମସ୍ତ ଇଞ୍ଜିନ୍‌କୁ ଆକ୍ଚିଭ କରାଯିବ ଏବଂ ଏହାର ବେଗକୁ ହ୍ରାସ କରାଯିବ । ଲ୍ୟାଣ୍ଡରକୁ ମନୋଭର ଜରିଆରେ ଚନ୍ଦ୍ରପୃଷ୍ଠ ସହିତ ଭୂଲମ୍ବ କରାଯିବ । ଚନ୍ଦ୍ରପୃଷ୍ଠଠାରୁ 800 ମିଟର ଉଚ୍ଚତାରେ ଲ୍ୟାଣ୍ଡର ପହଞ୍ଚିବା ପରେ ସମାନ୍ତରାଳ ଏବଂ ଭୂଲମ୍ବର ବେଗକୁ ଶୂନ କରାଯାଇ ଲ୍ୟାଣ୍ଡିଂ ସ୍ଥାନର ସର୍ଭେ କରାଯିବ। ଏହାପରେ ଲ୍ୟାଣ୍ଡି ସ୍ଥାନ ଚିହ୍ନଟ କରାଯିବ । 2ଟି ଇଞ୍ଜିନ ଆକ୍ଟିଭ୍‌ ରହିଥିବା ବେଳେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡିଂ ପରେ ବିକ୍ରମ୍‌ ଲ୍ୟାଣ୍ଡରକୁ ରୋଭର ପ୍ରଜ୍ଞା ସହିତ ଯୋଗ କରାଯିବ ।

ଚନ୍ଦ୍ରଯାନ-3 ସମ୍ବନ୍ଧରେ ISRO ପକ୍ଷରୁ ଏକ ଅପଡେଟ୍‌ ଦିଆଯାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଅଟୋମେଟିକ ଲ୍ୟାଣ୍ଡିଂ ସିକ୍ବେନ୍ସ (ALS) ଆରମ୍ଭ କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛୁ । ଲ୍ୟାଣ୍ଡର ମଡ୍ୟୁଲ୍ (LM) ନିର୍ଦ୍ଧାରିତ ସ୍ଥାନରେ 17.44 ମିନିଟରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି । ଆମେ ମଧ୍ୟ ଅପେକ୍ଷା କରିଛୁ । ALS କମାଣ୍ଡ୍‌ ପାଇବା ପରେ ଥ୍ରୋଟଲେବଲ୍ ଇଞ୍ଜିନ୍ ସକ୍ରିୟ ହେବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.