ETV Bharat / science-and-technology

ISRO ଇତିହାସରେ ଯୋଡିଲା ଆଉ ଏକ ସଫଳତା, Oceansat-3ର ହେଲା ସଫଳ ଉତ୍‌କ୍ଷେପଣ - ଓସନସ୍ୟାଟ 3

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ । PSLV-C54/EOS-06 ମାଧ୍ୟମରେ ମହାକାଶକୁ ଓସନସ୍ୟାଟ-3 ସମେତ 8ଟି ନାନୋ ସାଟେଲାଇଟ୍ କଲା ଉତ୍‌କ୍ଷେପଣ । ଅଧିକ ପଢନ୍ତୁ

ISRO ଇତିହାସରେ ଜୋଡିଲା ଆଉ ଏକ ସଫଳତା, Oceansat-3 ର ହେଲା ସଫଳ ଉତ୍‌କ୍ଷେପଣ

author img

By

Published : Nov 26, 2022, 12:27 PM IST

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତିଶ ଧାୱନ ଲଞ୍ଚ୍ ସେଣ୍ଟରରୁ ଓସନସ୍ୟାଟ-3ର ହୋଇଛି ସଫଳ ଉତ୍‌କ୍ଷେଣ । ସବୁଠୁ ଭାରିଯାନ PSLV-C54/EOS-06 ମାଧ୍ୟମରେ ଏହି ଲଞ୍ଚ୍ କରାଯାଇଛି । ସମୁଦ୍ର ବିଜ୍ଞାନ ଏବଂ ବାୟୁମଣ୍ଡଳୀୟ ଅଧ୍ୟୟନ ପାଇଁ ଏହି ପରୀକ୍ଷଣ କରିଛି ଇସ୍ରୋ ।

ସୂଚନା ଅନୁଯାୟୀ, ଆଜି(ନଭେମ୍ବର 26) ପୂର୍ବାହ୍ନ 11ଟା 56 ମିନିଟ୍ ସମୟରେ ଓସନସ୍ୟାଟ-3ର ଉତ୍‌କ୍ଷେପଣ କରାଯାଇଛି । ଓସନସ୍ୟାଟ-3 ସହ ନାନୋ ସାଟେଲାଇଟ୍ ମଧ୍ୟ ଉତ୍‌କ୍ଷେପଣ ହୋଇଛି । ଏଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ହୋଇଛି । PSLV-C54/EOS-06 ମାଧ୍ୟମରେ ସମସ୍ତ 11ଟି ସାଟେଲାଇଟର ସଫଳ ଉତ୍‌କ୍ଷେପଣ ହୋଇଛି ।

ଓସେନସେଟ-3(Oceansat-3) ଏକ ସିରିଜର ଉପଗ୍ରହ । ଏହି ସିରିଜର ପ୍ରଥମ ଉପଗ୍ରହ Oceansat-1 1999 ମେ’ 26ରେ ଉତକ୍ଷେପଣ କରାଯାଇଥିଲା । ଏହାପରେ 23 ସେପ୍ଟେମ୍ବର 2009ରେ Oceansat-1କୁ ଉତକ୍ଷେପଣ କରାଯାଇଥିଲା । ଆଜି ଏହାର ତୃତୀୟ ପିଢି(3rd Generation) Oceansat-3କୁ ଲଞ୍ଚ କରାଯାଇଛି ।

ଆଜିର ପରୀକ୍ଷଣ ସଫଳ ହେବା ପରେ, ସମୁଦ୍ର ବିଜ୍ଞାନ ଓ ବାୟୁମଣ୍ଡଳୀୟ ଅଧ୍ୟୟନ ସହଜ ହେବ । ଏହା ମାଧ୍ୟମରେ ସାମୁଦ୍ରିକ ଝଡ ମୁକାବିଲାଠୁ ଆରମ୍ଭ କରି ଯେକୌଣସି ଘୂର୍ଣ୍ଣିବଳୟର ପୂର୍ବାନୁମାନ କରିବାରେ ସଫଳ ହେବ ଇସ୍ରୋ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.