ETV Bharat / science-and-technology

ISROର ଆଉ ଏକ ସଫଳତା, NVS-01ର ସଫଳ ଉତକ୍ଷେପଣ

author img

By

Published : May 29, 2023, 12:59 PM IST

Updated : May 29, 2023, 1:23 PM IST

ISROର ଆଉ ଏକ ସଫଳତା । ଶ୍ରୀହରୀକୋଟାରୁ ଲଞ୍ଚ୍‌ ହେଲା ନାଭିଗେସନ୍ ସାଟେଲାଇଟ୍ NVS-0 1। ଅଧିକ ପଢନ୍ତୁ

ISRO launches navigation satellite
ISRO launches navigation satellite

ଅମରାବତୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଆଉ ଏକ ସଫଳତା । ନୂଆ ଜେନେରେସନର ନାଭିଗେସନ ସାଟେଲାଇଟ NVS-01ର ସଫଳ ଉତକ୍ଷେପଣ କରାଯାଇଛି । ଆଜି(ସୋମବାର) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଓଷ୍ଟେସନାରୀ ସାଟେଲାଇଟ୍ ଲଞ୍ଚ ଯାନ (ଜିଏସଏଲଭି) ମାଧ୍ୟମରେ ଏକ ନାଭିଗେସନ୍ ଉପଗ୍ରହ ଉତକ୍ଷେପଣ କରିଛି । GSLV-F12 ରକେଟ୍ ମାଧ୍ୟମରେ ୨ ନମ୍ବର ଲଞ୍ଚ ପ୍ୟାଡରୁ NVS-01 ଉତକ୍ଷେପଣ କରାଯାଇଛି । ସୋମବାର ସକାଳ 10ଟା 42 ମିନିଟ ସମୟରେ ଏହି ସାଟେଲାଇଟକୁ ଲଞ୍ଚ୍‌ କରାଯାଇଛି ।

  • #WATCH | Indian Space Research Organisation (ISRO), launches its advanced navigation satellite GSLV-F12 and NVS-01 from Sriharikota.

    (Video: ISRO) pic.twitter.com/2ylZ8giW8U

    — ANI (@ANI) May 29, 2023 " class="align-text-top noRightClick twitterSection" data=" ">

ଏନେଇ ISRO ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଏହି ସାଟେଲାଇଟ ସାହାଯ୍ୟରେ ଆହୁରି ବଡ଼ ପେଲୋଡ୍ ଲଞ୍ଚ କରିବାର କ୍ଷମତା ବୃଦ୍ଧି ପାଇଛି । ଏହି ଉପଗ୍ରହର ନାମ ହେଉଛି NVS-01, ଯାହା GSLV-F12 ରକେଟ୍ ମାଧ୍ୟମରେ ଲଞ୍ଚ ପ୍ୟାଡ୍-2ରୁ ଛଡାଯାଇଥିଲା । ଏହି ସାଟେଲାଇଟ୍ ଭାରତ ଓ ମୁଖ୍ୟ ଭୂମିର ୧୫ଶହ କିଲୋମିଟର କ୍ଷେତ୍ରରେ ତତ୍କାଳ ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିବ । NavIC ଦ୍ବିତୀୟ ଜେନେରେସନର NVS-01 ହେଉଛି ପ୍ରଥମ ସାଟେଲାଇଟ । ଯେଉଁଥିରେ ରହିଛି ଅତ୍ୟାଧିୁନିକ ଫିଚର ।

କଣ ଏହି NVS-01 ସାଟେଲାଇଟ?

ଏହି ସାଟେଲାଇଟ୍‌ର ଓଜନ 2232 କିଲୋଗ୍ରାମ ରହିଛି । ଶ୍ରୀହରିକୋଟାରେ ଅବସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରେ ହିଁ ଏହାକୁ ନିର୍ମାଣ କରାଯାଇଛି । ଆମେରିକାର ଗ୍ଲୋବାଲ ପୋଜିସନ ସିଷ୍ଟମ ବା ଜିପିଏସ ଭଳି ଏହା କାମ କରିବ । ଏହା ବୈଜ୍ଞାନିକ ଅନୁସନ୍ଧାନ, ଅବସ୍ଥାନ, ଜଳବାୟୁ, ସମୁଦ୍ର ଇତ୍ୟାଦି କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତିରେ ସୂଚନା ପ୍ରଦାନ କରିବାରେ ସକ୍ଷମ ହେବ । ଏହି ସାଟେଲାଇଟ୍ ପୃଥିବୀ କକ୍ଷ ପଥରେ ସ୍ଥାପିତ ହୋଇଥିବା ସପ୍ତମ ଉପଗ୍ରହ । ଯାହା ପୃଥିବୀ ପୃଷ୍ଠରେ ଥିବା ସାଟେଲାଇଟ୍ ଷ୍ଟେସନ ସହିତ ଯୋଗାଯୋଗ ରଖିବା ସହ ଏହି ଉପଗ୍ରହ ଦ୍ୱାରା ଭାରତୀୟ ସେନାକୁ ମିଳୁଥିବା ଭୌଗଳିକ ସୂଚନା ଠୋସ ତଥ୍ୟ ଭିତ୍ତିକ ହେବ । ଅନ୍ୟପଟେ ଏହି ଉପଗ୍ରହ ସୋଲାର ସିଷ୍ଟମରେ କାର୍ଯ୍ୟ କରିବ । ଏହି ଉପଗ୍ରହ ଆଗମୀ ୧୨ ବର୍ଷ ପର୍ଯ୍ୟନ୍ତ କାମ କରିବ । ଏହା ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବ ଏବଂ ପରିବହନ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି ।

ପୂର୍ବରୁ ଇଣ୍ଡିଆନ ରିଜିନାଲ ନାଭିଗେସନ ସିଷ୍ଟମ (IRNSS) ଅଧିନରେ ସାତଟି ସାଟେଲାଇଟ୍ ଉତକ୍ଷେପଣ କରାଯାଇଥିଲା । ଏହା ମାଧ୍ୟମରେ ଭାରତରେ ସୀମିତ ଭାବେ ନାଭିଗେସନ ସେବା ମିଳୁଥିଲା । ସେନା, ବିମାନ ସେବା ଆଦିରେ ଏହାର ବ୍ୟବହାର କରାଯାଉଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ସାଟେଲାଇଟ କାର୍ଯ୍ୟକରିବା ବନ୍ଦ କରିଦେଇଥିବା ବେଳେ ଏହି ସ୍ଥାନରେ ନୂଆ ସାଟେଲାଇଟ ଉତକ୍ଷେପଣ ପାଇଁ ଇସ୍ରୋ ଦାୟିତ୍ବ ନେଇଥିଲା । ଏହି ନାଭିଗେସନ ସାଟେଲାଇଟକୁ ସ୍ୱଦେଶରେ ନିର୍ମିତ କରାଯାଇଥିବା ବେଳେ ସେଥିରେ ରୁବିଡିୟମ ଆଟୋମିକ କ୍ଲକର ବ୍ୟବହାର କରାଯାଇଛି । ତେବେ ଏହି ସାଟେଲାଇଟର ଆକାର ଘଣ୍ଟା ଆକୃତିର ହୋଇଛି। ତେବେ ଏଭଳି ସାଟେଲାଇଟ୍ ପ୍ରଥମ ଥର ଲଞ୍ଚ କରିବାରେ ଭାରତ ସଫଳ ହୋଇଥିବା ବେଳେ ଏହା ମାଧ୍ୟମରେ ସଠିକ୍ ଲୋକେସନ, ପୋଜିସନ ଓ ଟାଇମିଂର ସନ୍ଧାନ କରିହେବ ।

ଏହା ମଧ୍ୟ ପଢନ୍ତୁ: ISRO launch LVM3: ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ LVM-3

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2023, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.