ETV Bharat / science-and-technology

ପୁନଃବ୍ୟବହାର ଯୋଗ୍ୟ ରକେଟ୍‌ର ପ୍ରଥମ ରନୱେ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ISRO - ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ

କର୍ଣ୍ଣାଟକର ସ୍ପେସ୍ ଟେଷ୍ଟ ରେଞ୍ଜରୁ ଉତକ୍ଷେପଣ ହେବ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ(Reusable Launch Vehicle Technology Demonstrator, RLV TD) । ଏଥିପାଇଁ ପ୍ରସ୍ତୁତ ଜାରି ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ(Indian Space Research Organisation, ISRO) । ଅଧିକ ପଢନ୍ତୁ

ପୁନଃବ୍ୟବହାର ଯୋଗ୍ୟ ରକେଟ୍‌ର ପ୍ରଥମ ରନୱେ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ISRO

author img

By

Published : Nov 9, 2022, 9:18 PM IST

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ(Indian Space Research Organisation, ISRO)ର ପୁନଃବ୍ୟବହାର ଯୋଗ୍ୟ ରକେଟର ପ୍ରଥମ ରନୱେ ଲ୍ୟାଣ୍ଡିଂ ପ୍ରକ୍ଷେପଣ ପାଇଁ ପ୍ରସ୍ତୁତ । କର୍ଣ୍ଣାଟକର ଚିତ୍ରାଦୁର୍ଗ ଜିଲ୍ଲାର ସ୍ପେସ୍ ଟେଷ୍ଟ ରେଞ୍ଜରୁ ଏହି ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ(Reusable Launch Vehicle Technology Demonstrator, RLV TD) ଉତକ୍ଷେପଣ ହେବ । ଏଥିପାଇଁ ପାଣିପାଗ ଉପରେ ନଜର ରଖାଯାଉଛି ବୋଲି ISRO ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ।

ଅଧ୍ୟକ୍ଷ ସୋମନାଥ କହିଛନ୍ତି ଯେ, "ଆମେ ପାଗ ଉପରେ ନଜର ରଖିଛୁ । ପାଗ ଏପର୍ଯ୍ୟନ୍ତ ଠିକ ହୋଇନାହିଁ । ତେଣୁ ଏଥିପାଇଁ ଆମେ ଅପେକ୍ଷା କରିଛୁ, ପବନ ଏବଂ ଅନ୍ୟାନ୍ୟ ପ୍ରଣାଳୀ ଅନୁକୂଳ ହେବା ପରେ ଉତକ୍ଷେପଣ କରିବୁ ।" ISRO ଅଧିକାରୀଙ୍କ ଅନୁଯାୟୀ, ହେଲିକପ୍ଟର ସାହାଯ୍ୟରେ RLV ୱିଙ୍ଗ ବଡି(Body)କୁ ତିନିରୁ ପାଞ୍ଚ କିଲୋମିଟର ଉଚ୍ଚକୁ ନିଆଯିବ ଏବଂ ଭୂସମାନ୍ତର ବେଗ ସହିତ ରନୱେ ପୂର୍ବରୁ ପ୍ରାୟ ଚାରିରୁ ପାଞ୍ଚ କିଲୋମିଟର ଦୂରରେ ଛାଡି ଦିଆଯିବ । ଏହା ମୁକ୍ତ(Release) ହେବା ପରେ, RLV ବିମାନ ଚଳାଚଳ କରିବ, ରନୱେ ନିକଟରେ ପହଞ୍ଚିବ ଏବଂ ଚିତ୍ରାଦୁର୍ଗ ନିକଟ ପ୍ରତିରକ୍ଷା ବିଭାଗର ଏକ ଅଞ୍ଚଳରେ ଲ୍ୟାଣ୍ଡିଂ ଗିୟର ସହିତ ସ୍ୱୟଂଚାଳିତ ଭାବେ ଅବତରଣ କରିବ ।

ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, ଲ୍ୟାଣ୍ଡିଂ ଗିଅର୍, ପାରାଚ୍ୟୁଟ୍, ହୁକ୍ ବିମ୍ ଆସେମ୍ବଲି, ରାଡାର ଅଲ୍ଟିମିଟର ଏବଂ ସିଉଡୋଲାଇଟ୍ ଭଳି ନୂତନ ସିଷ୍ଟମ ପ୍ରସ୍ତୁତ କରାଯାଇଛି । ISRO ଏହାର ପ୍ରଥମ RLV-TD HEAX-01 (ହାଇପରସୋନିକ୍ ଫ୍ଲାଇଟ୍ ଏକ୍ସପେରିମେଣ୍ଟ -01) ମିଶନକୁ SDSC SHAR ସହିତ 23 ମଇ 2016 ରେ ଉତ୍‌କ୍ଷେପଣ କରିଥିଲା ଏବଂ ଡିଜାଇନ୍ ଓ ପରୀକ୍ଷଣ ପାଇଁ ଜଟିଳ ପ୍ରଯୁକ୍ତିକୁ ସଫଳତାର ସହିତ ପ୍ରଦର୍ଶନ କରିଥିଲା ​​।

ତେବେ କହି ରଖୁଛୁ ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ୍ ରକେଟ୍ ଟେକ୍ନୋଲୋଜି ନାହିଁ । ଏହି ପରୀକ୍ଷଣ ସଫଳ ହେଲେ ଉପଗ୍ରହ ଉତ୍‌କ୍ଷେପଣର ମୂଲ୍ୟକୁ ହ୍ରାସ କରିବ । ବର୍ତ୍ତମାନ ସମୟରେ ଥିବା ଲଞ୍ଚ୍ ଭେଇକିଲ୍ ତୁଳନାରେ ଏହା ବହୁତ ଶସ୍ତା ରହିବ ବୋଲି ପୂର୍ବରୁ ଏସ ସୋମନାଥ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.