ETV Bharat / science-and-technology

Chandrayaan 3: ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଏହା କହିଲେ ଇସ୍ରୋ ମୁଖ୍ୟ - ସଫ୍ଟ ଲ୍ୟାଣ୍ଡିଂ ନେଇ କାହିଁକି ଦୃଢତା ଦେଖାଉଛନ୍ତି ଇସ୍ରୋ

ଆଉ ମାତ୍ର ଦୁଇ ସପ୍ତାହର ଅପେକ୍ଷା । ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3 । ପଢନ୍ତୁ ଏନେଇ କଣ କହୁଛନ୍ତି ଇସ୍ରୋ ମୁଖ୍ୟ

Chandrayaan 3
Chandrayaan 3
author img

By

Published : Aug 9, 2023, 11:41 AM IST

ହାଇଦ୍ରାବାଦ: ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଅତିକ୍ରମ କରି ସଫଳତା ଦିଗରେ ଆଗେଇ ଚାଲିଛି ଚନ୍ଦ୍ରଯାନ-3 । ଗତ 5 ତାରଖ ସନ୍ଧ୍ୟାରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ବେଳେ ଏବେ ସମସ୍ତଙ୍କର ଅପେକ୍ଷା ରହିଛି ସଫ୍ଟ ଲ୍ୟାଣ୍ଡିଂ । ଐତିହାସିକ ମୁହୂର୍ତ୍ତର ଆଉ ପାଦେ ନିକଟତର ହୋଇଛି ଇସ୍ରୋ । ସଫ୍ଟ ଲ୍ୟାଣ୍ଡିଂକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିବା ବେଳେ ଏନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ମୁଖ୍ୟ ଏସ ସୋମନାଥ ସୂଚନା ଦେଇଛନ୍ତି । ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-3 ର ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ମାସରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ସେ କହିଛନ୍ତି । ଇଞ୍ଜିନ କାମ ନକରିଲେ ମଧ୍ୟ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସେ ଇସ୍ରୋ ମୁଖ୍ୟ ଦାବି କରି କହିଛନ୍ତି ।

ସୂଚନା ଅନୁସାରେ, ନିକଟରେ ଏନଜିଓ ଦିଶା ଭାରତ ଦ୍ବାରା ଚନ୍ଦ୍ରଯାନ-3 ଭାରତର ଗୌରବ ଅନ୍ତରୀକ୍ଷ ମିଶନ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଇସ୍ରୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ,"ସମସ୍ତ ସେନ୍ସର ଏବଂ ଦୁଇଟି ଇଞ୍ଜିନ କାମ କରିବାରେ ବିଫଳ ହେଲେ ମଧ୍ୟ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବ ।" ସେ ଆହୁରି ମଧ୍ୟ କହିଛନ୍ତି, " ISRO ଟିମର ସବୁଠାରୁ ବଡ ଆହ୍ବାନ ହେଉଛି ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ଭୂଲମ୍ବ ଭାବରେ ଅବତରଣ କରିବା । ଥରେ ଲ୍ୟାଣ୍ଡର୍ କକ୍ଷପଥରୁ ଅଲଗା ହୋଇଗଲେ ଏହା ଭୂସମାନ୍ତର ଭାବରେ ଗତି କରିବ । ଅନେକ ମନିଭର୍ ପରେ ବିକ୍ରମଙ୍କୁ ଚନ୍ଦ୍ରରେ ସୁରକ୍ଷିତ ଅବତରଣ କରିବା ପାଇଁ ଏକ ଭୂଲମ୍ବ ସ୍ଥିତିକୁ ଅଣାଯିବ । ଯେକୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା କରୁଛୁ ।"

ସଫ୍ଟ ଲ୍ୟାଣ୍ଡିଂ ନେଇ କାହିଁକି ଦୃଢତା ଦେଖାଉଛନ୍ତି ଇସ୍ରୋ ମୁ୍ଖ୍ୟ:

କହିରଖୁଛୁ କି, 2 ଜୁଲାଇ 2019ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ଚନ୍ଦ୍ରୟାନ-୨ ମିଶନ ଆରମ୍ଭ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ-ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଚ୍ଛିନ୍ନ ହୋଇଥିଲା । ଏନେଇ ଇସ୍ରୋ ମୁଖ୍ୟ କହିଛନ୍ତି," ଆମେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲୁ । କିନ୍ତୁ ଚନ୍ଦ୍ରଯାନ-3ରେ ସେଭଳି କିଛି ହେବ ନାହିଁ । ବିଫଳତାକୁ ନିୟନ୍ତ୍ରଣ କରିପାରିବ ବୋଲି ଲ୍ୟାଣ୍ଡର 'ବିକ୍ରମ'ର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଯଦି ସବୁ ବିଫଳ ହୋଇଯାଏ ଅର୍ଥାତ ସମସ୍ତ ସେନ୍ସର କାମ କରିବା ବନ୍ଦ କରିଦିଏ, ତଥାପି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । କେବଳ ପ୍ରମ୍ପୁଲିଜନ ସିଷ୍ଟମ୍ ଭଲ କାମ କରିବା ଆବଶ୍ୟକ ।"

ମିଶନ ଚନ୍ଦ୍ରୟାନ-3 14 ଜୁଲାଇରୁ ଆରମ୍ଭ ହୋଇଥିଲା ଏବଂ ମହାକାଶକୁ ଛଡାଯିବା ପରେ ଏହା 5 ଅଗଷ୍ଟରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା ​। ଚନ୍ଦ୍ରଯାନ ବର୍ତ୍ତମାନ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି । ଆଜି ପୁଣି ଏହାର କକ୍ଷପଥକୁ ଆହୁରି ହ୍ରାସ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଚନ୍ଦ୍ର ଚାରିପଟେ ଅଣ୍ଡାକୃତି କକ୍ଷପଥରେ ଘୁରୁଛି ଚନ୍ଦ୍ରଯାନ-3 । ଚନ୍ଦ୍ରପୃଷ୍ଠରୁ ଏହାର ସର୍ବନିମ୍ନ ଦୂରତା 170 କିଲୋମିଟର ଏବଂ ସର୍ବୋଚ୍ଚ ଦୂରତା 4313 କିଲୋମିଟର ରହିଛି । ଆଜି ଆହୁରି କକ୍ଷପଥକୁ ହ୍ରାସ କରାଯିବା ନେଇ ସୂଚନା ଦିଆଯାଇଛି । ଚନ୍ଦ୍ରର ନିକଟତର କରିବା ପାଇଁ ଏହା କରାଯିବ ଏବଂ ଅଗଷ୍ଟ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ସେଥିରୁ ରୋଭର ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ 14 ଦିନ ବିଚରଣ କରିବ ବୋଲି ଇସ୍ରୋ ଯୋଜନା କରିଛି ।

କେଉଁ ସମୟ ଅଧିକ ଗୁରୁତ୍ବପୂର୍ଣ୍ଣ: ଲ୍ୟାଣ୍ଡିଂ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ରହିଛି । ଏହି ସମୟରେ ରୋଭର ଅଲଗା ହେବା ଏବଂ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିବା ସବୁଠାରୁ ବଡ ଚାଲେଞ୍ଜ ରହିଛି । ଏହି ସମୟରେ ଚନ୍ଦ୍ରଯାନର ଗତି ବହୁତ କମ୍ କରାଯାଇ ଏହାକୁ ଧୀରେ ଧୀରେ ଭୂମିରେ ଲ୍ୟାଣ୍ଡିଂ କରାଯାଇଥାଏ । ଚନ୍ଦ୍ରରେ ଅନେକ ଗର୍ତ୍ତ, ପାହାଡ ଅଛି, ଏପରି ପରିସ୍ଥିତିରେ ସଠିକ୍ ସ୍ଥାନ ବାଛିବା କଷ୍ଟକର ହୋଇଥାଏ । ସଠିକ୍ ସ୍ଥାନ ବାଛିବା ପରେ ଏହା ଚନ୍ଦ୍ରରେ ଅବତରଣ କରିବ । ଅବତରଣର ଏହି ସମୟରେ ସ୍ଥାନ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ସୂଚନା ଅନୁସାରେ, ଅବତରଣ ପୃଷ୍ଠଟି 12 ଡିଗ୍ରୀରୁ ଅଧିକ ବଙ୍କା ହେବା ଉଚିତ୍ ନୁହେଁ, ନଚେତ୍ ଏକ ସମସ୍ୟା ହୋଇପାରେ ବୋଲି ଜଣାପଡିଛି । ଏହା ଧୀରେ ଧୀରେ ଚନ୍ଦ୍ର ଉପରେ ଅବତରଣ କରେ ଏବଂ ଯେତେବେଳେ 10 ମିଟର ଦୂରତା ରହିଥାଏ, ଏହା 10 ରୁ 15 ସେକେଣ୍ଡରେ ଭୂମି ସ୍ପର୍ଶ କରେ । ତେବେ ଲ୍ୟାଣ୍ଡିଂ କରିବା ପୂର୍ବରୁ 400 ମିଟର ଦୂରତାରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ବାଛିବା ସହିତ ସମସ୍ତ ତଥ୍ୟ ଗ୍ରହଣ କରିବ ଏହାପରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3।

ଏହା ମଧ୍ୟ ପଢନ୍ତୁ: Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା, ଅପେକ୍ଷା ସେହି ମୁହୂର୍ତ୍ତକୁ

Chandrayaan-3 Enters lunar Orbit: ଐତିହାସିକ ମୁହୂର୍ତ୍ତକୁ ଆଉ ପାଦେ, ସଫଳତାର ସହ ଜହ୍ନ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

Chandrayaan 3 Tracker: କେଉଁଠି ରହିଛି ଚନ୍ଦ୍ରଯାନ-3, ଜାଣନ୍ତୁ ଲାଟେଷ୍ଟ ଅପଡେଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.