ETV Bharat / science-and-technology

ଚନ୍ଦ୍ରରୁ ପୃଥିବୀର କକ୍ଷପଥକୁ ଫେରିଲା ଚନ୍ଦ୍ରଯାନ-3ର ପ୍ରୋପଲସନ୍ ମଡ୍ୟୁଲ: ଇସ୍ରୋ

author img

By ETV Bharat Odisha Team

Published : Dec 5, 2023, 10:26 AM IST

Chandrayaan 3 Propulsion Module: ଚନ୍ଦ୍ରଯାନ-3 ନେଇ ଆଉ ଏକ ସଫଳତା ମିଳିଛି । ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଥିବା ଚନ୍ଦ୍ରଯାନ-3ର ପ୍ରୋପଲସନ୍ ମଡ୍ୟୁଲକୁ ପୃଥିବୀର କକ୍ଷପଥକୁ ଫେରାଇ ଆଣିବାରେ ସଫଳ ହୋଇଛି ଇସ୍ରୋ । ଅଧିକ ପଢ଼ନ୍ତୁ

Chandrayaan 3 Propulsion Module
Chandrayaan 3 Propulsion Module

ହାଇଦ୍ରାବାଦ: ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ନେଇ ଇସ୍ରୋର(ଭାରତୀୟ ମହାକାଶ ଗବେଷଣା ସଂସ୍ଥା) ସଫଳତା ବିଶ୍ବ ବିଦିତ। ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରେରେ ଏହା ଏକ ବଡ଼ ମାଇଲେଜ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହାରି ଭିତରେ ଚନ୍ଦ୍ରଯାନ-3ର ପ୍ରୋପଲସନ୍ ମଡ୍ୟୁଲ(PM) ସଫଳତାର ସହ କାର୍ଯ୍ୟ ଶେଷ କରିବା ପରେ ପୃଥିବୀର କକ୍ଷପଥକୁ ଫେରି ଆସିଛି । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରୋପଲସନ୍ ମଡ୍ୟୁଲରେ କେବଳ ଚନ୍ଦ୍ରରେ ଏକ ବସ୍ତୁକୁ ଲଞ୍ଚ୍‌ କରିବାର କ୍ଷମତା ନାହିଁ ବରଂ ଏହା ସହିତ ପୁନଃ ଫେରସ୍ତ କରିବାର ମଧ୍ୟ କ୍ଷମତା ରହିଛି । ଏହାକୁ ଇସ୍ରୋର ଆଉ ଏକ ଉପଲବ୍ଧି ବୋଲି କୁହାଯାଉଛି । ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଚନ୍ଦ୍ରଯାନ-3ର ପ୍ରୋପଲସନ୍ ମଡ୍ୟୁଲକୁ ଚନ୍ଦ୍ରମାର ଏକ କକ୍ଷପଥରୁ ପୃଥିବୀର ଏକ କକ୍ଷପଥକୁ ଅଣାଯାଇଛି ।"

କହିରଖୁଛୁ କି, ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପିତ କରାଯାଇଥିଲା । ଇସ୍ରୋର ନିର୍ମିତ ବିଶାଳ ରକେଟ LVM3 M4 ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଗୋଟିଏ ପରେ ଗୋଟିଏ ଜଟିଳ ପ୍ରକ୍ରିୟା ଅତିକ୍ରମ କରିବା ପରେ ଅଗଷ୍ଟ 23 ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା ।

ଇସ୍ରୋ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, "ଲ୍ୟାଣ୍ଡର ମଡ୍ୟୁଲକୁ ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା କରି ଚନ୍ଦ୍ରର ଅନ୍ତିମ କକ୍ଷପଥରେ ସ୍ଥାପିତ କରିବା ଏଜେନ୍ସିର ମୂଳ ଲକ୍ଷ୍ୟ ରହିଥିଲା । ପୃଥକ ହେବା ପରେ ପ୍ରୋପଲସନ୍ ମଡ୍ୟୁଲର ସ୍ପେକ୍ଟ୍ରୋ-ପୋଲାରିମେଟ୍ରି ହେବିଟେବଲ୍ ପ୍ଲେନେଟ ଆର୍ଥ(SHAPE)କୁ ସକ୍ରିୟ କରାଯାଇଥିଲା। ଯୋଜନା ମୁତାବକ ଏହି ପେଲୋଡକୁ ପ୍ରୋପଲସନ୍ ମଡ୍ୟୁଲରେ 3 ମାସ ପର୍ଯ୍ୟନ୍ତ ସକ୍ରିୟ ରଖିବା ପାଇଁ ଯୋଜନା କରାଯାଇଥିଲା।"

ଏହା ମଧ୍ୟ ପଢନ୍ତୁ: ବର୍ତ୍ତମାନ ଗଗନଯାନ ଆମର ପ୍ରଥମ ପ୍ରାଥମିକତା: ଇସ୍ରୋ ମୁଖ୍ୟ

ବର୍ତ୍ତମାନ ପ୍ରୋପଲସନ୍ ମଡ୍ୟୁଲ ପୃଥିବୀ ଚାରିପଟେ ଘୁରି ବୁଲୁଛି। ଏହା 22 ନଭେମ୍ବରରେ 1.54 ଲକ୍ଷ କିଲୋମିଟର ଦୂରତାରେ ପ୍ରଥମ ପେରେଜି(ପୃଥିବୀର ନିକଟତର ଚନ୍ଦ୍ରର କିମ୍ବା କୌଣସି ଉପଗ୍ରହର କକ୍ଷପଥ) ଅତିକ୍ରମ କରିଥିଲା । ଇସ୍ରୋର ସୂଚନା ମୁତାବକ ଏହି କକ୍ଷରେ ରହିବାର ଅବଧି ମାତ୍ର 13 ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଗାମୀ ଦିନରେ ଅନେକ ଯାନ ପରୀକ୍ଷଣ ପାଇଁ ଯୋଜନା କରୁଥିବା ବେଳେ ପ୍ରୋପଲସନ୍ ମଡ୍ୟୁଲର ପ୍ରତ୍ୟାବର୍ତ୍ତନ ସାହାସ ଯୋଗାଇବାରେ ସହାୟକ ହେବ । ବିଶେଷକରି ଚନ୍ଦ୍ରରୁ ପୃଥିବୀକୁ ଯାନ ଫେରାଇ ଆଣିବା ପାଇଁ ନିଶ୍ଚିତତା ପ୍ରଦାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.