ହାଇଦ୍ରାବାଦ: ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ କିଛି ସମୟର ବ୍ୟବଧାନରେ ନୂଆ ନୂଆ ଫିଚର ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଥାଏ । ଗତବର୍ଷ କମ୍ପାନୀ ଆପରେ ନୋଟ୍ସ(Notes )ର ଅପ୍ସନ ଯୋଡିଥିଲା । ଯାହା ୟୁଜର୍ସଙ୍କୁ ଏକ ପ୍ରକାରର ଷ୍ଟାଟସ ଅପଡେଟ ଦେଇଥାଏ । ସାଧାରଣତଃ ନୋଟ୍ସରେ କୌଣସି ଗୀତକୁ ଡାଉନଲୋଡ କରି ଅପଲୋଡ କରିଥାଆନ୍ତି ୟୁଜର୍ସ । ସେହିପରି ଯଦି ଆପଣ କୁଆଡେ ବୁଲିବାକୁ ଯାଆନ୍ତି ତାହେଲେ ମଧ୍ୟ ବର୍ତ୍ତମାନ ତାହା ୟୁଜର୍ସଙ୍କୁ ସୂଚିତ କରିବାରେ ସହଜ ହେବ । କାରଣ ଏହାରି ଭିତରେ କମ୍ପାନୀ ନୋଟ୍ସରେ ଏକ ନୂଆ ଅପ୍ସନ ଯୋଡିଛି । ଯାହା ଦ୍ବାରା ୟୁଜର୍ସ ଭିଡିଓ ସେୟାର କରିବାରେ ସକ୍ଷମ ହେବେ । ଏଥିପାଇଁ କମ୍ପାନୀ ନୋଟ୍ସରେ ଏକ କ୍ୟାମେରା ଅପ୍ସନ ଯୁକ୍ତ କରିଛି ।
2 ସେକେଣ୍ଡର ଭିଡିଓ କରିପାରିବେ ୟୁଜର୍ସ: ନୋଟ୍ସରେ ଯୁ୍କ୍ତ ହୋଇଥିବା ଏହି ଫିଚରରେ ୟୁଜର୍ସ 2 ସେକେଣ୍ଡର ଭିଡିଓ ରେକର୍ଡିଂ କରି ସେୟାର କରିପାରିବେ । ଉକ୍ତ ଭିଡିଓ ଉପରେ ଫୋଲର୍ସ ଇମୋଜି ଏବଂ ଟେକ୍ସଟ ମାଧ୍ୟମରେ ମଧ୍ୟ ରିଆକ୍ଟ ବା ପ୍ରତିକ୍ରିୟା ଦେଇପାରିବେ । କିନ୍ତୁ ୟୁଜର୍ସ କେବଳ ସେଲ୍ଫି ମୋଡରେ ହିଁ ଏହି ଭିଡିଓ କରିବାରେ ସକ୍ଷମ ହେବେ । ତେବେ କ୍ୟାମେରା ଅପ୍ସନ କ୍ଲିକ କରିବା ପରେ ୟୁଜର୍ସ ବ୍ୟାକ କ୍ୟାମେରା କିମ୍ବା ଭିଡିଓକୁ ନୋଟ୍ସରେ ସେୟାର କରିବା ପାଇଁ ସକ୍ଷମ ହେବେ ନାହିଁ । ତେବେ ଷ୍ଟୋରୀ ଏବଂ ନୋଟ୍ସ ମଧ୍ୟରେ ପାର୍ଥକ୍ୟ ରଖିବା ପାଇଁ କମ୍ପାନୀ ପକ୍ଷରୁ ଏହା କରାଯାଇଛି। ପ୍ରକାଶଥାଉକି କମ୍ପାନୀ ପୂର୍ବରୁ ହିଁ ଷ୍ଟୋରୀରେ ଭିଡିଓ ସେୟାର କରିବା ନେଇ ଅପ୍ସନ ଦେଇଅଛି।
ଏହା ମଧ୍ୟ ପଢନ୍ତୁ: ବଢିବ ଇନଷ୍ଟାଗ୍ରାମ ଷ୍ଟୋରୀର ସମୟସୀମା, ଆସିବାକୁ ଯାଉଛି ନୂଆ ଫିଚର
ଏଭଳି ଷ୍ଟାଟସ ସେୟାର କରିପାରିବେ ୟୁଜର୍ସ: ଯଦି ୟୁଜର୍ସ ଷ୍ଟୋରୀ ସେୟାର କରିବା ପାଇଁ ଚାହୁଁଛନ୍ତି ତାହାଲେ ପ୍ରୋଫାଇଲ ଫଟୋରେ ଦେଖାଯାଉଥିବା ପ୍ଲସ ଆଇକନ ଉପରେ କ୍ଲିକ କରିବାକୁ ହେବ । ଏହା ପରେ ଏକ କ୍ୟାମେରା ଅପ୍ସନ ଦେଖାଯିବ । ଏହା ଉପରେ କ୍ଲିକ କରି ନିଜ ଫୋଲର୍ସଙ୍କୁ ସର୍ଟ ଭିଡିଓ ଦେଖାଇ ପାରିବେ ୟୁଜର୍ସ । ତେବେ ନୋଟ୍ସ ଭିଡିଓ ଅପ୍ସନକୁ କମ୍ପାନୀ ପର୍ଯ୍ୟାୟ କ୍ରମେ ସେୟାର କରୁଅଛି। ଆପରେ ଅପଡେଟ ଆସିବା ପରେ ଏହି ଫିଚରର ଲାଭ ଉଠାଇପାରିବେ ୟୁଜର୍ସ ।
ପ୍ରକାଶଥାଉକି ଖୁବଶୀଘ୍ର ଷ୍ଟୋରୀରର ସମୟ ସୀମା ବୃଦ୍ଧି ପାଇବ। କମ୍ପାନୀ MY Week ନାମକ ଏକ ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ଯାହାକି ଆଗାମୀ ଦିନରେ ବା ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ ନେଇ ରିବର୍ସ ଇଞ୍ଜିନିୟର Alessandro Paluzzi ଏକ୍ସରେ ଏକ ପୋଷ୍ଟ ଯୋଗେ ସୂଚନା ଦେଇଥିଲେ।