ETV Bharat / science-and-technology

ଇନଷ୍ଟାଗ୍ରାମରେ ତୃଟି ଦର୍ଶାଇଲେ ଭାରତୀୟ ଛାତ୍ର, 38 ଲକ୍ଷ ପୁରସ୍କାର ଦେଲା କମ୍ପାନୀ - ବିସିଏ ଛାତ୍ର ନୀରଜ ଶର୍ମା

ଭାରତୀୟ BCA ଦ୍ବିତୀୟ ବର୍ଷ ଛାତ୍ରଙ୍କୁ 38 ଲକ୍ଷ ପୁରସ୍କାର ଦେଲା ଫେସବୁକ୍(Instagram awrded neeraj sharma rs38 lakh), ଜାଣନ୍ତୁ କାହିଁକି ।

ଇନଷ୍ଟାଗ୍ରାମରେ ତ୍ରୁଟି ଦର୍ଶାଇଲେ ଭାରତୀୟ ଛାତ୍ର, 38 ଲକ୍ଷ ପୁରସ୍କାର ଦେଲା କମ୍ପାନୀ

author img

By

Published : Sep 19, 2022, 6:51 PM IST

ହାଇଦ୍ରାବାଦ: ଭାରତୀୟ ଛାତ୍ରଙ୍କୁ 38 ଲକ୍ଷ ପୁରସ୍କାର ଦେଲା ଫେସବୁକ୍ । ଇନଷ୍ଟାଗ୍ରାମରେ ତୃଟି ଦର୍ଶାଇବା ସହ କୋଟି କୋଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହ୍ୟାକରୁ ରକ୍ଷା କରିଥିବାରୁ ଇନଷ୍ଟାଗ୍ରାମ BCA ଦ୍ବିତୀୟ ବର୍ଷ ଛାତ୍ର ନୀରଜ ଶର୍ମାଙ୍କୁ ଏହି ପୁରସ୍କାର ରାଶି ଦେଇଛି(Instagram awrded neeraj sharma rs38 lakh) ।

ସୂଚନାନୁସାରେ, ନୀରଜ ଶର୍ମା ଇନଷ୍ଟାଗ୍ରାମରେ ଏକ ତୃଟି ଦେଖିବାକୁ ପାଇଥିଲେ, ଯେଉଁଥିପାଇଁ କୌଣସି ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବିନା ଲଗଇନ୍ ଏବଂ ପାସୱାର୍ଡ ଥମ୍‌ନେଲ ଚେଞ୍ଜ୍ ନକରି ମଧ୍ୟ ହ୍ୟାକ୍ କରାଯାଇପାରିବ । ଏହି ତୃଟି ବିଷୟରେ ନୀରଜ ଶର୍ମା ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ସୂଚନା ଦେଇଥିଲେ । ଏ ଉପରେ ଅନୁଧ୍ୟାନ ପରେ ନୀରଜ ଶର୍ମାଙ୍କ ଯୁକ୍ତି ସାପେକ୍ଷ ହୋଇଥିଲା, ଫଳରେ ନୀରଜଙ୍କ ଏହି ଅନୁସନ୍ଧାନ ପାଇଁ ତାଙ୍କୁ 38 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛି ଇନଷ୍ଟାଗ୍ରାମ ।

ଜୟପୁରର ଛାତ୍ର ନୀରଜ ଶର୍ମା(Joipur BCA Student Niroj Sharma) କହିଛନ୍ତି, "ଫେସବୁକର ଇନଷ୍ଟାଗ୍ରାମରେ ଏକ ତୃଟି(Bug) ଥିଲା, ଯାହା ମାଧ୍ୟମରେ ଯେକୌଣସି ଆକାଣ୍ଟରେ ରିଲ୍‌ର ଥମ୍ବନେଲ ବଦଳାଯାଇପାରିବ । ଆକାଉଣ୍ଟଧାରୀଙ୍କ ପାସୱାର୍ଡ ଯେତେ ଶକ୍ତିଶାଳୀ ହେଉନା କାହିଁକି, କେବଳ ବ୍ୟବହାରକାରୀଙ୍କ ଆଇଡି ମାଧ୍ୟମରେ ଏହାକୁ ହ୍ୟାକ୍ କରାଯାଇପାରିବ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଗତ ବର୍ଷ ଡିସେମ୍ବରରେ, ମୁଁ ମୋର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ତୃଟି ଖୋଜିବାକୁ ଆରମ୍ଭ କଲି । ବହୁତ ପରିଶ୍ରମ ପରେ, ଜାନୁଆରୀ 31 ସକାଳେ ମୁଁ ଇନଷ୍ଟାଗ୍ରାମରେ ଥିବା ତୃଟି ବିଷୟରେ ଜାଣିବାକୁ ପାଇଲି । ଏ ବାବଦରେ ଫେସବୁକକୁ ଯାଇ ଇନଷ୍ଟାଗ୍ରାମରେ ଏହି ଭୁଲ ବିଷୟରେ କହିଥିଲି ଏବଂ ତିନି ଦିନ ପରେ ରିପ୍ଲାଏ ଆସିବା ପରେ ଇନଷ୍ଟାଗ୍ରାମ ଏକ ଡେମୋ ସେୟାର କରିବାକୁ କହିଥିଲେ ।"

ଏହା ପରେ ନୀରଜ 5 ମିନିଟରେ ସେମାନଙ୍କୁ ଡେମୋ ପଠାଇଥିଲେ । ଏହି ରିପୋର୍ଟକୁ ଅନୁମୋଦନ କରି 11 ମଇ ରାତିରେ ଫେସବୁକ ଜରିଆରେ ନୀରଜଙ୍କୁ ଏକ ମେଲ ଆସିଥିଲା । ମେଲ ଜରିଆରେ ତାଙ୍କୁ 45,000 ଡଲାର(ପ୍ରାୟ 35 ଲକ୍ଷ ଟଙ୍କା) ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ପୁରସ୍କାର ଦେବାରେ ଚାରିମାସ ବିଳମ୍ବ ହୋଇଥିବାରୁ ଫେସବୁକ ନୀରଜଙ୍କୁ ବୋନସ ଭାବରେ 4500 ଡଲାର(ପ୍ରାୟ 3 ଲକ୍ଷ ଟଙ୍କା) ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.