ETV Bharat / science-and-technology

ଭାରତର ଚନ୍ଦ୍ରଯାନ-3 ଋଷର ଲୁନା-25 ଠାରୁ ଭିନ୍ନ: ଇସ୍ରୋ ବୈଜ୍ଞାନିକ

author img

By

Published : Aug 14, 2023, 11:24 AM IST

ଭାରତ ଏବଂ ଋଷ ନିଜର ମୁନ ମିଶନ ଆରମ୍ଭ କରିଥିବା ବେଳେ ଭାରତର ଚନ୍ଦ୍ରଯାନ-3 ଋଷର ଲୁନା-25 ଠାରୁ ଭିନ୍ନ ବୋଲି କହିଛନ୍ତି ଇସ୍ରୋ ବୈଜ୍ଞାନିକ । ଅଧିକ ପଢନ୍ତୁ

Indian and Russian lunar missions vastly different

ହାଇଦ୍ରାବାଦ: ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଲଞ୍ଚ ହେବାର ପାଖାପାଖି ମାସେ ପରେ ଭାରତର ସହଯୋଗୀ ଋଷ ଆରମ୍ଭ କରିଲା ମୁନ ମିଶନ ଲୁନା -25 । 47 ବର୍ଷ ପରେ ଗତ ଅଗଷ୍ଟ 11 ତାରିଖରେ ଋଷର ଭୋଷ୍ଟୋଚନି କସମୋଡ୍ରୋମରୁ ଲଞ୍ଚ ସେଣ୍ଟରରୁ ଲୁନା-25କୁ ଲଞ୍ଚ କରିଛି ଋଷ । ତେବେ ଭାରତ ପରେ ଋଷ ମୁନ ମିଶନ ଆରମ୍ଭ କରିଥିବାରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚନ୍ଦ୍ରରେ ପ୍ରଥମେ କିଏ ଲ୍ୟାଣ୍ଡ କରିବ ସେନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଥିବା ବେଳେ ଦୁଇ ଯାନର ଗଠନ ସମାନ ହୋଇଥିବା ନେଇ ମଧ୍ୟ ଅନେକ ଦାବି କରିଥିଲେ । କିନ୍ତୁ ଏଥିରେ ବିରାମ ଲଗାଇଛନ୍ତି ଇସ୍ରୋ ବୈଜ୍ଞାନିକ । ପଦ୍ଧତି, ମାର୍ଗ ଏବଂ ପରୀକ୍ଷଣ ଦୃଷ୍ଟିରୁ ଲୁନା-25 ଠାରୁ ଚନ୍ଦ୍ରଯାନ-3 ସମ୍ପୂର୍ଣ୍ଣ ଅଲଗା ବୋଲି କହିଛନ୍ତି ଭାରତର ମହାକାଶ ବିଜ୍ଞାନୀ ।

ଜୁଲାଇ 14ରେ ଚନ୍ଦ୍ରଯାନ-3 ଲଞ୍ଚ ହୋଇଥିବାବେଳେ ଋଷ ଗତ ଶୁକ୍ରବାର ଅଗଷ୍ଚ 11 ତାରିଖରେ ଲନା-25କୁ ସଫଳତାର ସହିତ ଉତକ୍ଷେପଣ କରିଛି । ତେବେ ଚନ୍ଦ୍ରଯାନ-3ର 40 ଦିନର ଗତିକୁ ଲୁନା-25 10 ଦିନରେ ସମାପ୍ତ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଲୁନା-25ରେ ଉଚ୍ଚ ଶକ୍ତିସମ୍ପନ୍ନ ରକେଟ ରହିଛି । ଯାହାର କି ଅଧିକ ଇନ୍ଧନ କ୍ଷମତା ରହିଥିବାରୁ ଏହା ଚନ୍ଦ୍ରଯାନ-3 ଠାରୁ ଶୀଘ୍ର ଗତିକରିବ ବୋଲି କୁହାଯାଉଛି । ଦୁହେଁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ ବୋଲି ଆଶା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Russia Lunar Mission: 47 ବର୍ଷ ପରେ ଜହ୍ନ ରାଇଜକୁ ଋଷର ଯାତ୍ରା, ଅଗଷ୍ଟ 23ରେ ଲ୍ୟାଣ୍ଡିଂ !

ଜୁଲାଇ 14ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆରମ୍ଭ ହୋଇଥିବା ଚନ୍ଦ୍ରଯାନ-3, 40 ଦିନିଆ ଯାତ୍ରା ସମାପ୍ତ କରିବା ପରେ ଅଗଷ୍ଟ 23ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଅଗଷ୍ଟ 11ରେ ଆରମ୍ଭ ହୋଇଥିବା ଲୁନା -25 ଚନ୍ଦ୍ରଯାନ-3ର ଦୁଇ ଦିନ ଆଗରୁ ଅଗଷ୍ଟ 21ରେ ଚନ୍ଦ୍ରରେ ଅବତରଣ କରିବ ବୋଲି କୁହାଯାଇଛି । ତେବେ ଲୁନା-25 ଲଞ୍ଚ ହେବା ସମୟରେ ଦୁହେଁ ଏକା ଦିନରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବେ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ଲୁନା ଚନ୍ଦ୍ରଯାନ ଠାରୁ ଆଗରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: Chandrayaan 3: ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଏହା କହିଲେ ଇସ୍ରୋ ମୁଖ୍ୟ

ଯାତ୍ରା ସମୟର ପାର୍ଥକ୍ୟର ଅନେକ କାରଣ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଭାରତର ମହାକାଶଯାନ ପୃଥିବୀ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଉପରେ ଅଧିକ ନିର୍ଭର କରେ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି । କିନ୍ତୁ ଲୁନା-25ରେ ଉଚ୍ଚ ଶକ୍ତି ସମ୍ପନ୍ନ ରକେଟ ରହିଛି । ଯାହା କି ବାହ୍ୟ ସାହାଯ୍ୟ ଉପରେ ନିର୍ଭର ନକରି ମହାକାଶଯାନକୁ ଶକ୍ତି ଯୋଗାଇବାରେ ସକ୍ଷମ ହେବ । ତେଣୁ ଏହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି କୁହାଯାଉଛି ।

ବର୍ତ୍ତମାନ ଚନ୍ଦ୍ରଯାନ-3 ଚନ୍ଦ୍ରର ନିକଟବର୍ତ୍ତୀ ହୋଇଥିବା ବେଳେ କକ୍ଷପଥକୁ ହ୍ରାସ କରାଯାଉଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ସେଥିରୁ ରୋଭର ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ 14 ଦିନ ବିଚରଣ କରିବ ବୋଲି ଇସ୍ରୋ ଯୋଜନା କରିଛି । ଏହି ସମୟରେ ରୋଭର ଅଲଗା ହେବା ଏବଂ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିବା ସବୁଠାରୁ ବଡ ଚାଲେଞ୍ଜ ରହିଛି । ଦକ୍ଷିଣ ମେରୁରେ ଆଜି ପର୍ଯ୍ୟନ୍ତ କୌଣସି ଦେଶର ଯାନ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିବା ବେଳେ ଭାରତ ପାଇଁ ଏକ ପ୍ରକାର ଚାଲେଞ୍ଜ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.