ETV Bharat / science-and-technology

Twitter CEO ହେବେ କି ଜଣେ ଭାରତୀୟ ବଂଶୋଦ୍ଭବ ?

author img

By

Published : Dec 26, 2022, 11:58 AM IST

Twitter CEO ପଦରେ ବସିବେ କି ଭାରତୀୟ ବଂଶୋଦ୍ଭବ । ଟ୍ବିଟ୍ ଯୋଗେ ଆବେଦନ ପାଇଁ ଏଲନ ମସ୍କଙ୍କୁ କଲେ ନିବେଦନ(V.A. Shiva Ayyadurai applies for Twitter CEO post) । ଅଧିକ ପଢନ୍ତୁ

V A Shiva Ayyadurai
V A Shiva Ayyadurai

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ବ୍ୟବହାରକାରୀ ମାଇକ୍ରୋବ୍ଲଗିଂ ଆପ୍ ଟ୍ବିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ପଦରେ ବସିପାରନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ । କମ୍ପାନୀର CEO ପଦରୁ ଓହରିବା ନେଇ ଏଲନ ମସ୍କ ଘୋଷଣା କରିବା ପରେ କିଏ ଏହି ପଦରେ ବସିବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏଥିପାଇଁ ଇଚ୍ଛା ପ୍ରକଟ କରିଛନ୍ତି ଆମେରିକାରେ ରହୁଥିବା 59 ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଭି.ଏ ଶିବା ଆୟାଦୁରାଇ(V.A. Shiva Ayyadurai applies for Twitter CEO post) ।

  • Dear Mr. Musk(@elonmusk):

    I am interested in the CEO position @Twitter. I have 4 degrees from MIT & have created 7 successful high-tech software companies. Kindly advise of the process to apply.

    Sincerely,

    Dr. Shiva Ayyadurai, MIT PhD
    The Inventor of Email

    m:1-617-631-6874

    — Dr.SHIVA Ayyadurai, MIT PhD. Inventor of Email (@va_shiva) December 24, 2022 " class="align-text-top noRightClick twitterSection" data=" ">

ଏନେଇ ଏଲନ ମସ୍କଙ୍କୁ ଟ୍ବିଟରରେ ଆବେଦନ କରିବାର ପ୍ରକ୍ରିୟା ପଚାରିଛନ୍ତି ଶିବା ଆୟାଦୁରାଇ । ସେ ଟ୍ବିଟ କରି କହିଛନ୍ତି ଯେ, "ମୁଁ ଟ୍ବିଟର ସିଇଓ ପଦବୀ ପାଇଁ ଆଗ୍ରହୀ ଅଛି । ମୁଁ MIT ରୁ 4ଟି ଡିଗ୍ରୀ ହାସଲ୍ କରିବା ସହ 7 ଟି ସଫଳ ହାଇ-ଟେକ୍ ସଫ୍ଟୱେର୍ କମ୍ପାନୀ ତିଆରି କରିଛି । ଦୟାକରି ଆବେଦନ କରିବାର ପ୍ରକ୍ରିୟା ବତାନ୍ତୁ ।"

ଆୟାଦୁରାଇଙ୍କ ଏହି ଟ୍ବିଟ୍‌ ଟ୍ବିଟରରେ ବେଶ୍ ଚର୍ଚ୍ଚା ହୋଇଛି । କିଛି ୟୁଜର୍ସ ତାଙ୍କୁ ପ୍ରୋତ୍ସାହିତ କରିଥିବାବେଳେ ଅନ୍ୟ କିଛି ଜଣ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଟ୍ବିଟର ବ୍ୟବହାରକାରୀ ଗ୍ରେଗ ଅଟ୍ରି ଲେଖିଛନ୍ତି, "ମୁଁ ଦେଖିଲି ଯେ, ଡ଼ିଗ୍ରୀ ହେଉଛି ଶେଷ ଜିନିଷ ମଧ୍ୟରୁ ଗୋଟିଏ, ଯାହାକୁ ଏଲନ ମସ୍କ ନିଯୁକ୍ତି ସମୟରେ ଦେଖନ୍ତି ।" ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଆପଣଙ୍କ ପାଇଁ ଶୁଭକାମନା । ମୋତେ ଲାଗୁଛି ଆପଣଙ୍କର ଆବେଦନ ପ୍ରତ୍ୟାଖ୍ୟାନ(ରିଜେକ୍ଟ) ହୋଇଯିବ କାରଣ ଆପଣ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ବାବଦରେ ଉଲ୍ଲେଖ କରିଛନ୍ତି ।"

ତେବେ କହି ରଖୁଛୁ ଯେ, ଆୟାଦୁରାଇ 1963ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । 1978ରେ ତାଙ୍କୁ ମାତ୍ର 14 ବର୍ଷ ବୟସ ହୋଇଥିବା ବେଳେ ସେ ଏକ କମ୍ପ୍ୟୁଟର ପ୍ରୋଗ୍ରାମ ତିଆରି କରିଥିଲେ ଯାହାକୁ ସେ "ଇମେଲ" ବୋଲି କହିଥିଲେ । ସେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(Massachusetts Institute of Technology, MIT) ରୁ ଚାରୋଟି ଡିଗ୍ରୀ ହାସଲ କରିଛନ୍ତି ।

1982 ମସିହାରେ ଆମେରିକା ସରକାର ତାଙ୍କୁ ଇମେଲ ପାଇଁ ପ୍ରଥମ କପିରାଇଟ୍ ପ୍ରଦାନ କରିଥିଲେ, ତେଣୁ ତାଙ୍କୁ ସରକାରୀ ଭାବରେ ଇମେଲର ଉଦ୍ଭାବକ ଭାବରେ ସ୍ୱୀକୃତି ମିଳିଛି । ସେପଟେ ଆୟାଦୁରାଇଙ୍କ ପୂର୍ବରୁ, ୟୁଟ୍ୟୁବର୍ MrBeast ଟ୍ବିଟର ସିଇଓ ପଦରେ ବସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଜଣେ ବୋକାକୁ ଦାୟିତ୍ବ ଦେଇ ଛାଡିଦେବି ଟ୍ବିଟର CEO ପଦ: ଏଲନ ମସ୍କ

ସୂଚନା ଥାଉକି, ଗତ ସପ୍ତାହରେ ମସ୍କ ସୋସିଆଲ ମିଡିଆରେ ଏକ ସର୍ଭେ କରିଥିଲେ । ଯେଉଁଥିରେ ସେ ସର୍ବସାଧାରଣଙ୍କୁ ପ୍ରଶ୍ନ କରିଥିଲେ କି, "ମୁଁ ଟ୍ବିଟର CEO ପଦରୁ ଇସ୍ତଫା ଦେବା ଉଚିତ୍ କି ନୁହଁ ?" ଲୋକଙ୍କ ନିଷ୍ପତ୍ତି ଯାହା ଆସିବ ତାକୁ ମୁଁ ସମର୍ଥନ ଜଣାଇବି ବୋଲି ମସ୍କ କରିଥିଲେ । ସର୍ଭେରେ 57.5 ପ୍ରତିଶତ ଲୋକ ମସ୍କ ସିଇଓ ପଦ ଛାଡିବା ସପକ୍ଷରେ ଭୋଟ୍ ଦେଇଥିଲେ ।

ଏହାପରେ ଏଲନ ମସ୍କଙ୍କ ଏକ ଟ୍ବିଟ୍‌କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ସେ କହିଥିଲେ "ଖୁବ୍‌ଶୀଘ୍ର ଜଣେ ବୋକା ଲୋକଙ୍କୁ ଖୋଜି ଦାୟିତ୍ବ ଦେବା ପରେ ମୁଁ ସିଇଓ ପଦରୁ ଇସ୍ତଫା ଦେବି ! ଏହା ପରେ, ମୁଁ କେବଳ ସଫ୍ଟୱେର୍ ଏବଂ ସର୍ଭର ଟିମ୍ କାମ ତଦାରଖ କରିବି ।" ବର୍ତ୍ତମାନ ଟ୍ବିଟର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେବାକୁ ଅଧିକାଂଶ ନାମି ଦାମୀ ଲୋକେ ଆଗ୍ରହ ପ୍ରକାଶ କରିବା ପରେ କାହାକୁ ଏହି ଦାୟିତ୍ବ ମିଳୁଛି ତା' ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.