ETV Bharat / science-and-technology

ରିପ୍ଲେସମେଣ୍ଟ ନାଭିଗେସନ ସାଟେଲାଇଟ୍ ଲଞ୍ଚ୍ କରିବ ଭାରତ

author img

By

Published : Dec 8, 2022, 3:10 PM IST

ରିପ୍ଲେସମେଣ୍ଟ ନାଭିଗେସନ ସାଟେଲାଇଟ୍ ଲଞ୍ଚ୍ କରିବ ଭାରତ । ଲୋକସଭାର ଶୀତ ଅଧିବେଶନରେ ରିପ୍ଲେସମେଣ୍ଟ ନାଭିଗେସନ ସାଟେଲାଇଟ୍ ଲଞ୍ଚ୍ ନେଇ ଉତ୍ତର ରଖିଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ(Union Minister of State for Science and Technology, Jitendra Singh) । ଅଧିକ ପଢନ୍ତୁ

ରିପ୍ଲେସମେଣ୍ଟ ନାଭିଗେସନ ସାଟେଲାଇଟ୍ ଲଞ୍ଚ୍ କରିବ ଭାରତ
ରିପ୍ଲେସମେଣ୍ଟ ନାଭିଗେସନ ସାଟେଲାଇଟ୍ ଲଞ୍ଚ୍ କରିବ ଭାରତ

ଚେନ୍ନାଇ: ରିପ୍ଲେସମେଣ୍ଟ ନାଭିଗେସନ ସାଟେଲାଇଟ୍ ଲଞ୍ଚ୍ କରିବ ଭାରତ(India to launch replacement navigation satellites) । ବର୍ତ୍ତମାନ ସାତୋଟି ନାଭିଗେସନ୍ ସାଟେଲାଇଟ୍ ସମୂହ ପାଇଁ NVS-01 ଏବଂ ପରବର୍ତ୍ତୀ ସାଟେଲାଇଟ୍ ଉତକ୍ଷେପଣ ପାଇଁ କାର୍ଯ୍ୟ ଜାରି ରହିଥିବା କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ(Union Minister of State for Science and Technology, Jitendra Singh) । ବୁଧବାର ଲୋକସଭାର ଶୀତ ଅଧିବେଶନ ଚାଲିଥିବା ସମୟରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଲୋକସଭାରେ ମନ୍ତ୍ରୀ ସିଂ କହିଛନ୍ତି ଯେ, "ସାତୋଟି ଉପଗ୍ରହର ସମୂହ ପାଇଁ ବଦଳାଯାଇଥିବା ଉପଗ୍ରହ NVS-01 ଉତକ୍ଷେପଣ କରିବାକୁ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଏହା ସହ 'NavIC' (Navigation with Indian Constellation) ବର୍ତ୍ତମାନର ପରିସର ଠାରୁ ଏହାର ପ୍ରସାର ପାଇଁ ଉପଯୁକ୍ତ ସଂରଚନା ଉପରେ କାର୍ଯ୍ୟ ଚାଲିଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ NavIC ବ୍ୟବସ୍ଥାର ବ୍ୟବହାର ବୃଦ୍ଧି ପାଇଛି ।

ଏହା ମଧ୍ୟ ଜାତୀୟ ପ୍ରକଳ୍ପରେ ବ୍ୟବହୃତ ହେଉଛି, ଯେପରିକି ସାଧାରଣ ଯାନ ସୁରକ୍ଷା, ପାୱାର୍ ଗ୍ରୀଡ୍ ସିଙ୍କ୍ରୋନାଇଜେସନ୍, ରିଅଲ୍-ଟାଇମ୍ ଟ୍ରେନ୍ ସୂଚନା ବ୍ୟବସ୍ଥା, ମତ୍ସ୍ୟଜୀବୀଙ୍କ ସୁରକ୍ଷା ବ୍ଯବସ୍ଥା ଇତ୍ୟାଦି । ସିଂ କହିଛନ୍ତି ଯେ, ଆଗାମୀ ପଦକ୍ଷେପଗୁଡ଼ିକରେ କମନ୍ ଆଲର୍ଟ ପ୍ରୋଟୋକଲ୍ ଆଧାରିତ ଜରୁରୀକାଳୀନ ଚେତାବନୀ, ସମୟ ବିସ୍ତାର, ଜିଓଡେଟିକ୍ ନେଟୱାର୍କ, ମାନବ ବିହୀନ ବିମାନ ଯାନ ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ, ଯାହା NavIC ପ୍ରଣାଳୀ ଗ୍ରହଣ ପ୍ରକ୍ରିୟାରେ ଅଛି । ଦେଶରେ ଅନେକ ମୋବାଇଲ୍ ଫୋନ୍ ମଡେଲରେ NavIC ସୁସଙ୍ଗତତା ରହିଛି ।

ମନ୍ତ୍ରୀ କହିଛନ୍ତି ଯେ, NavIC ହେଉଛି ଏକ ସ୍ବାଧୀନ ଆଞ୍ଚଳିକ ନାଭିଗେସନ୍ ସିଷ୍ଟମ୍, ଯାହା ଭାରତୀୟ ଅଞ୍ଚଳ ଏବଂ ଭାରତୀୟ ସୀମାଠାରୁ 1,500 କିଲୋମିଟର ଦୂରରେ ରହିଛି । GEO/GSO(Geostationary Earth Orbit) କକ୍ଷପଥରେ ସାତଟି ଉପଗ୍ରହର ସମୂହ ଭାବରେ ଏହି ସିଷ୍ଟମ୍ ଡିଜାଇନ୍ କରାଯାଇଛି । ଏହି ଉପଗ୍ରହ ଦ୍ୱାରା ପ୍ରସାରିତ ସଙ୍କେତଗୁଡ଼ିକ ସାଧାରଣ ନାଗରିକ ବ୍ୟବହାର ପାଇଁ ଫ୍ରି-ଟୁ-ଏୟାର ଉପଲବ୍ଧ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସିଂ କହିଛନ୍ତି ଯେ, ଉପଗ୍ରହ ସମୂହ 2013 ରୁ 2018 ମଧ୍ୟରେ ସ୍ଥାପିତ ହୋଇଥିଲା ଏବଂ ସେହି ଦିନଠାରୁ ଏହି ସିଷ୍ଟମ କାର୍ଯ୍ୟ କରିଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.