ETV Bharat / science-and-technology

ହାଇରିଜୋଲ୍ୟୁସନ Ultrasound ଫଟୋକୁ ଗୁରୁତ୍ବ, ନୂଆ ଟେକ୍ନୋଲୋଜି ଆଣିଲା IIT ମାଡ୍ରାସ

author img

By

Published : Mar 14, 2022, 4:00 PM IST

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ମାଡ୍ରାସ ଆଣିଛି ନୂଆ ଟେକ୍ନୋଲୋଜି । ଏହା ଅଲଟ୍ରାସାଉଣ୍ଡ ଇମେଜର ଉତ୍କୃଷ୍ଟତାକୁ ବଢାଇବ । ଯାହାଦ୍ବାରା ରୋଗକୁ ଆହୁରି ଭଲ ଭାବେ ଚିହ୍ନିପାରିବେ ଡାକ୍ତର । ଅଧିକ ପଢନ୍ତୁ

ହାଇରିଜୋଲ୍ୟୁସନ Ultrasound ଫଟୋକୁ ଗୁରୁତ୍ବ, ନୂଆ ଟେକ୍ନୋଲୋଜି ଆଣିଲା IIT ମାଡ୍ରାସ
ହାଇରିଜୋଲ୍ୟୁସନ Ultrasound ଫଟୋକୁ ଗୁରୁତ୍ବ, ନୂଆ ଟେକ୍ନୋଲୋଜି ଆଣିଲା IIT ମାଡ୍ରାସ

ନୂଆଦିଲ୍ଲୀ: ସ୍ପଷ୍ଟ ଓ ହାଇରିଜୋଲ୍ୟୁସନ ଅଲଟ୍ରାସାଉଣ୍ଡ ଫଟୋ ଉପରେ ଗୁରୁତ୍ବ ଦେଇ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି IIT ମାଡ୍ରାସ । ରୋଗର ଉତ୍କୃଷ୍ଟ ଡାଇଗ୍ନୋସିସ, ନିର୍ଦ୍ଦିଷ୍ଟ ରୋଗକୁ ଚିହ୍ନିବାରେ ସହାୟକ ହେବ ଏହି ନୂତନ ଟେକ୍ନୋଲୋଜି । ସ୍ପଷ୍ଟ ଚିତ୍ର ଦ୍ବାରା ରୋଗକୁ ଚିହ୍ନିବାରେ ଡାକ୍ତରଙ୍କୁ ଆହୁରି ସହଜ ହେବ । ଆଭ୍ୟନ୍ତରୀଣ ଅଙ୍ଗରେ ଯନ୍ତ୍ରଣା, ଫୁଲା ଏବଂ ସଂକ୍ରମଣର କାରଣ ନିର୍ଣ୍ଣୟ କରିବା ଏବଂ ଗର୍ଭବତୀ ମହିଳାମାନଙ୍କ ଗର୍ଭସ୍ଥ ଶିଶୁର ପରୀକ୍ଷା କରିବା ପାଇଁ ଏହି କୌଶଳ ବହୁଳ ଭାବରେ ବ୍ୟବହୃତ ହୋଇଥାଏ ।

ଅଲଟ୍ରାସାଉଣ୍ଡ ଇମେଜିଙ୍ଗ କୌଶଳ ମାନବ ଶରୀର ଭିତରେ ରିଅଲ ଟାଇମ ଚିତ୍ର ଉତ୍ତୋଳନ ପାଇଁ ବ୍ୟବହୃତ ହୁଏ । ଚିକିତ୍ସାରେ ଏହାର ବିଭିନ୍ନ ପ୍ରକାରର କ୍ଲିନିକାଲ୍ ପ୍ରୟୋଗ ରହିଥାଏ । ଅଲଟ୍ରାସାଉଣ୍ଡ ମେସିନର ପ୍ରମୁଖ ଉପକରଣଟି ହେଉଛି "beamformer" । ଚୂଡ଼ାନ୍ତ ଫଟୋ ତିଆରି କରିବାରେ ଏହି ଉପକରଣଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗତ କିଛି ବର୍ଷ ଧରି ଅଲଟ୍ରାସାଉଣ୍ଡ ଇମେଜର କ୍ବାଲିଟିକୁ ବଢାଇବା ପାଇଁ ଉଦ୍ୟମ ଜାରି ରହିଥିଲା । beamformerରେ କିପରି ଫଟୋର କ୍ବାଲିଟିକୁ ବଢାଇଯାଇପାରିବ ତାହା ଉପରେ ଗବେଷଣା କରି ଏହି ନୂଆ ଟେକ୍ନୋଲୋଜିକୁ ଆଣିଛି ଆଇଆଇଟି ମାଡ୍ରାସ ।

ଟିମ ଏକ ନୂଆ beamforming ଟେକନିକ ନିର୍ମାଣ କରିଛି । ଏହା ଫଟୋର ରିଜୋଲ୍ୟୁସନ ବଢାଇବାରେ ସହାୟକ ହେବ । ତେବେ ସେମାନଙ୍କ ଗବେଷଣାର ନିଷ୍କର୍ସ ସମ୍ପର୍କରେ ପିଅର-ରିଭ୍ୟୁଡ ଜର୍ଣ୍ଣାଲ(peer-reviewed journal) ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶିତ ହୋଇଛି । ରୋଗର ଉତ୍କୃଷ୍ଟ ଧରଣର ଡାଇଗ୍ନୋସିସ ଓ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା ପାଇଁ ଏହି ନୂଆ ଟେକ୍ନୋଲୋଜି ସହାୟକ ହେବ ।

ଡିଲେ ଓ ସମ ବିମଫର୍ମର(Delay and Sum beamformer) ଅଲଟ୍ରାସାଉଣ୍ଡ ମେସିନରେ ଅଧିକ ବ୍ୟବହୃତ ହୋଇଥାଏ । ମାତ୍ର ଏହାର ରିଜୋଲ୍ୟୁସନ ପାୱାର କମ ରହିଥାଏ । ଏହି ନିର୍ଦ୍ଦିଷ୍ଟ ଧରଣର ବିମଫର୍ମର ଶବ୍ଦ ଦ୍ବାରା ପ୍ରଭାବିତ ହେଉଥିବା ଜଣାପଡ଼ିଥିଲା । ଫଳରେ ଫଟୋ ମଧ୍ୟ ସଠିକ ଆସୁନଥିଲା । ଏହି ସମସ୍ତ ଦିଗ ଉପରେ ଗବେଷଣା କରି IIT ମାଡ୍ରାସ ଉତ୍କୃଷ୍ଟ ଧରଣର ମେସିନକୁ ନିର୍ମାଣ କରିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.