ETV Bharat / science-and-technology

ପ୍ରଥମ ଅନୁଷ୍ଠାନ ଭାବେ ଆମେରିକାର IBM କ୍ବାଣ୍ଟମ ନେଟୱାର୍କରେ IIT Madras ସାମିଲ

author img

By

Published : Sep 14, 2022, 7:19 AM IST

ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ଆମେରିକାର IBM କ୍ବାଣ୍ଟମ ନେଟୱାର୍କରେ ସାମିଲ ହେଲା ଆଇଆଇଟି ମାଡ୍ରାସ(IIT Madras joins IBM Quantum Network) । ଭାରତରେ କ୍ବାଣ୍ଟମ ନେଟୱାର୍କର ଉନ୍ନତି ଦିଗରେ ହେବ ସହାୟକ । ଅଧିକ ପଢନ୍ତୁ

ପ୍ରଥମ ଅନୁଷ୍ଠାନ ଭାବେ ଆମେରିକାର IBM କ୍ବାଣ୍ଟମ ନେଟୱାର୍କରେ ସାମିଲ ହେଲା IIT Madras

ବେଙ୍ଗାଲୁରୁ: ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ଆମେରିକାର IBM କ୍ବାଣ୍ଟମ ନେଟୱାର୍କରେ ସାମିଲ ହେଲା IIT ମାଡ୍ରାସ(IIT Madras joins IBM Quantum Network) । IBM(International Business Machines ) ସୋମବାର ଘୋଷଣା କରିଛି ଯେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ(IIT-Madras) ହେଉଛି ପ୍ରଥମ ଭାରତୀୟ ଅନୁଷ୍ଠାନ, ଯିଏକି ଆଇବିଏମ୍ କ୍ୱାଣ୍ଟମ୍ ନେଟୱାର୍କ(IBM Quantum Network)ରେ ଯୋଗ ଦେଇ ଭାରତରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଦକ୍ଷତା ବିକାଶ ଏବଂ ଅନୁସନ୍ଧାନକୁ ଆଗକୁ ନେଇପାରିବ ।

IBM କ୍ୱାଣ୍ଟମ୍ ନେଟୱାର୍କର ଜଣେ ସଦସ୍ୟ ଭାବରେ, ଆଇଆଇଟି ମାଡ୍ରାସ ବ୍ୟବହାରିକ ପ୍ରୟୋଗ ଗୁଡ଼ିକୁ ଅନୁସନ୍ଧାନ କରିବା ଏବଂ ବ୍ୟବସାୟ ତଥା ସମାଜ ପାଇଁ ଏହି ଟେକ୍ନୋଲୋଜିର ବ୍ୟାପକ ଲାଭ ହାସଲ କରିବା ପାଇଁ IBMର ବହୁ ଉନ୍ନତ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ସିଷ୍ଟମ୍ ଏବଂ ଆଇବିଏମର କ୍ୱାଣ୍ଟମ୍ ପାରଦର୍ଶୀତା ପାଇଁ cloud-based ଆକ୍ସେସ୍ ପାଇବ । ଆଇଆଇଟି ମାଡ୍ରାସ୍ ସେଣ୍ଟର ଫର କ୍ୱାଣ୍ଟମ୍ ସୂଚନା, ଯୋଗାଯୋଗ ଏବଂ ଗଣନା (CQuICC) କ୍ୱାଣ୍ଟମ୍ ମେସିନ୍ ଲର୍ନି୍ଂ, କ୍ୱାଣ୍ଟମ୍ ଅପ୍ଟିମାଇଜେସନ୍ ଏବଂ ଆର୍ଥିକ କ୍ଷେତ୍ରରେ ପ୍ରୟୋଗ ଅନୁସନ୍ଧାନ ପରି ଗବେଷଣା କ୍ଷେତ୍ରରେ ମୂଳ ଆଲଗୋରିଦମକୁ ଅଗ୍ରଗତି ଉପରେ ଧ୍ୟାନ ଦେବ ।

ଏଥିସହ କ୍ୱାଣ୍ଟମ୍ ଆଲଗୋରିଦମ, କ୍ୱାଣ୍ଟମ୍ ମେସିନ୍ ଲର୍ନିଂ, କ୍ୱାଣ୍ଟମ୍ ତ୍ରୁଟି ସଂଶୋଧନ ଏବଂ ତ୍ରୁଟି ହ୍ରାସ, କ୍ୱାଣ୍ଟମ୍ ଟମୋଗ୍ରାଫି ଏବଂ କ୍ୱାଣ୍ଟମ୍ ରସାୟନ ପରି କ୍ଷେତ୍ରଗୁଡିକ ଅନୁସନ୍ଧାନ କରିବା ପାଇଁ ଓପନ୍ ସୋର୍ସ କ୍ୱିସ୍କିଟ୍ ଢାଞ୍ଚା ସହିତ ଆଇବିଏମ୍ କ୍ୱାଣ୍ଟମ୍ ସେବା ବ୍ୟବହାର କରିବ ଏବଂ ଦେଶରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଇକୋସିଷ୍ଟମକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରିବ ।

ଏହି ସହଯୋଗ ବିଷୟରେ ସୂଚନା ଦେଇ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି କାମାକୋଟି କହିଛନ୍ତି, "କ୍ୱାଣ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ କ୍ଷେତ୍ରରେ IBM ସହ ଭାଗିଦାରୀ ହୋଇ ଆମେ ବହୁତ ଉତ୍ସାହିତ । ଆମର ଅଧ୍ୟାପକ ଏବଂ IBM ର ପ୍ରଫେସନାଲମାନଙ୍କ ଦ୍ବାରା NPTEL ଅଧୀନରେ କ୍ୱାଣ୍ଟମ୍ ଟେକ୍ନୋଲୋଜି ଉପରେ ଆମେ ଏକ ପାଠ୍ୟକ୍ରମ ଆରମ୍ଭ କରିସାରିଛୁ । ଆମେ ଏହି ସମ୍ପର୍କକୁ ଜାରି ରଖିବାକୁ ଚାହୁଁଛୁ ଏବଂ ଆଇଆଇଟି ମାଡ୍ରାସରେ ଏକ ଆଇଆଇଟିଏମ୍-ଆଇବିଏମ୍ କ୍ୱାଣ୍ଟମ୍ ଇନୋଭେସନ୍ ହବ୍(IITM-IBM Quantum Innovation hub) ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.