ETV Bharat / science-and-technology

2024ରେ ଭାରତରେ ଟେସଲାର ଏଣ୍ଟ୍ରି ! ଆସନ୍ତା ମାସରେ ଗୁଜୁରାଟ ଆସିପାରନ୍ତି ମସ୍କ - 2024ରେ ଟେସଲାର ଏଣ୍ଟ୍ରି

Tesla Entry in India: 2024ରେ ଭାରତରେ ଏଣ୍ଟ୍ରି କରିପାରେ ଟେସଲା । ଏନେଇ କମ୍ପାନୀ ସହିତ ସରକାରଙ୍କ ଆଲୋଚନା ଶେଷ ହୋଇଥିବା ବେଳେ ଆସନ୍ତା ମାସରେ ଗୁଜୁରାଟ ଆସିପାରନ୍ତି ମସ୍କ । ଅଧିକ ପଢନ୍ତୁ

Tesla Entry in India
Tesla Entry in India
author img

By ETV Bharat Odisha Team

Published : Dec 29, 2023, 2:23 PM IST

ଗାନ୍ଧିନଗର: ଆସନ୍ତା ମାସରେ ଭାରତରେ ଲଞ୍ଚ ହେବ ଆମେରେକୀୟ ଜିଆଣ୍ଟ ବିଦ୍ୟୁତ କାର ମେନ୍ୟୁଫେକ୍ଚରିଂ କମ୍ପାନୀ ଟେସଲା । ଭାରତରେ ପ୍ରବେଶ କରିବାର ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି । ଆସନ୍ତା ମାସରେ ଗାନ୍ଧୀନଗରରେ ହେବାକୁ ଥିବା ଭାଇଭ୍ରେଣ୍ଟ ଗୁଜୁରାଟ ସମିଟରେ ଟେସଲା ଏହି ଘୋଷଣା କରିପାରେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଇଛି ।

ତେବେ ଆସନ୍ତା ମାସରେ ଭାରତ ଆସିପାରନ୍ତି ଟେସଲା ସିଇଓ ଏଲନ ମସ୍କ । ଇଭି ନିର୍ମାତାକୁ ଭାରତରେ ପ୍ରବେଶ ନେଇ ଘୋଷଣା ସମୟରେ ଏଲନ ମସ୍କ ଉପସ୍ଥିତ ରହିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ମେନ୍ୟୁଫେକ୍ଚରିଂ ପ୍ଲାଣ୍ଟ ପାଇଁ କମ୍ପାନୀ ଗୁଜୁରାଟ ସରକାରଙ୍କ ସହ ଆଲୋଚନା କରିଥିବା ନେଇ ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

ତେବେ ଏନେଇ ପୂର୍ବରୁ ହିଁ ଇଙ୍ଗିତ କରିଥିଲେ ଏଲନ ମସ୍କ । ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏଲନ ମସ୍କଙ୍କ ସହିତ ଭେଟ ହୋଇଥିଲା । ତେବେ ଭାରତରେ ପୁଞ୍ଜି ନିବେଶ ଉପରେ ଆଲୋଚନା କରୁଥିବା ନେଇ ସେହି ସମୟରେ ମସ୍କ ଦୋହରାଇ ଥିଲେ । ତେବେ ଭାରତରେ ଅଧିକ ଆମଦାନୀ ଶୁଳ୍କ ହେତୁ ଟେସଲା ଭାରତରେ ନିବେଶ ନକରିବା ପାଇଁ କମ୍ପାନୀ ପକ୍ଷରୁ ଏକ ବର୍ଷ ପୂର୍ବେ ନିଷ୍ପତ୍ତି ନିଆଯାଇଥିଲା । ତେବେ ନିକଟରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଆମେରିକାର ଏକ ଟେସଲା ପ୍ଲାଣ୍ଟ ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଟେସ୍‌ଲାକୁ ମିଳିବନି ଇଭି ଉପରେ ରିହାତି, କେନ୍ଦ୍ରର ସ୍ପଷ୍ଟୀକରଣ

ତେବେ ରାଜ୍ୟ ସରକାର ଏବଂ ଟେସଲା ମଧ୍ୟରେ ଆଲୋଚନା ହୋଇଥିବା ନେଇ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସୂଚନା ଦେଇଥିଲେ । ଗୁରୁବାର ଦିନ କ୍ୟାବିନେଟରେ ଆମେ ଆଶାବାଦୀ ରହିିଥିବା ନେଇ ସେ ସୂଚନା ଦେଇଥିଲେ । ସାନନ୍ଦରେ ଏହି କାରଖାନା ପ୍ରତିଷ୍ଠା ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଗୁଜୁରାଟରେ ଟାଟା ମୋଟର୍ସ, ମାରୁତି ସୁଜକି ଏବଂ ମନଜି ମୋଟର ରହିଥିବା ବେଳେ ଏବେ ସାମିଲ ହେବ ଟେସଲା ।

ତେବେ ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲଙ୍କ କହିବା ଅନୁସାରେ, "ରାଜ୍ୟ ସରକାରଙ୍କ ସହିତ ରାଜ୍ୟବାସୀ ଏଲନ ମସ୍କଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ସରକାର ଏବଂ କମ୍ପାନୀ ମଧ୍ୟରେ ଯୋଗଯୋଗ ସଠିକ ଭାବେ ରହିଛି । ଟେସଲା ନିଯୁକ୍ତି ସୃଷ୍ଟି କରିବା ଠାରୁ ଆରମ୍ଭ କରି ବିକାଶ ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ଅଗ୍ରଗତି ପାଇଁ ପ୍ରତିଶୃତି ଦେଇଥିବା କଥା କହିଛନ୍ତି ।" ଯଦି ସବୁ କାର୍ଯ୍ୟ ଯୋଜନା ଅନୁସାରେ ହୁଏ, ତାହେଲେ ଆସନ୍ତା ମାସରେ ଗୁଜରାଟ ଆସିପାରନ୍ତି ଏଲନ ମସ୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.