ସାନ ଫ୍ରାନ୍ସିକୋ: ଚଳିତ ମେ ମାସ ସୁଦ୍ଧା ଗୁଗଲ୍ ଲଞ୍ଚ କରିବାକୁ ଯାଉଛି ନିଜର ଇନ-ହାଉସ୍ ସ୍ମାର୍ଟୱାଚ୍ (Google Pixel Watch) । ଜଣାଶୁଣା ଟିପଷ୍ଟର ଜନ୍ ପ୍ରୋସର ଏହାର ଲଞ୍ଚ ବିବରଣୀ ବିଷୟରେ ସୂଚନା ଦେଇଛନ୍ତି । ଏହି ସ୍ମାର୍ଟୱାଚରେ ଅନେକ ସୁବିଧା ରହିଥିବା ବେଳେ ଏହା ଗୁଗଲ ଆସିଷ୍ଟାଣ୍ଟର ଆଗାମୀ ପିଢି ବୋଲି ଜଣାପଡ଼ିଛି ।
-
Pixel Watch 👇
— Jon Prosser (@jon_prosser) January 21, 2022 " class="align-text-top noRightClick twitterSection" data="
I’m hearing that Google is planning on launching it on Thursday, May 26th — over year since we leaked it.
This is the first we’ve seen a set date on the device behind the scenes.
Google is known for pushing back dates — but if they do, we’ll know 👀 pic.twitter.com/Kk0D4Bom6d
">Pixel Watch 👇
— Jon Prosser (@jon_prosser) January 21, 2022
I’m hearing that Google is planning on launching it on Thursday, May 26th — over year since we leaked it.
This is the first we’ve seen a set date on the device behind the scenes.
Google is known for pushing back dates — but if they do, we’ll know 👀 pic.twitter.com/Kk0D4Bom6dPixel Watch 👇
— Jon Prosser (@jon_prosser) January 21, 2022
I’m hearing that Google is planning on launching it on Thursday, May 26th — over year since we leaked it.
This is the first we’ve seen a set date on the device behind the scenes.
Google is known for pushing back dates — but if they do, we’ll know 👀 pic.twitter.com/Kk0D4Bom6d
ଟିପଷ୍ଟର ଜନ୍ ପ୍ରୋସର କହିଛନ୍ତି ଯେ ଗୁଗୁଲ ଏହାର ତାରିଖ ବଦଳାଇବା ପାଇଁ ଜଣାଶୁଣା, କିନ୍ତୁ ବର୍ତ୍ତମାନ ଯଦି ସେମାନେ ଲଞ୍ଚ ତାରିଖରେ କିଛି ପରିବର୍ତ୍ତନ କରନ୍ତି, ତେବେ ଏ ସମ୍ପର୍କରେ ସ୍ପଷ୍ଟ ହେବ । ଗୁଗୁଲ୍ ପିକ୍ସେଲ୍ ସ୍ମାର୍ଟୱାଚ ଅନେକ ବୈଶିଷ୍ଟ୍ୟ ସହିତ ବଜାରରେ ପ୍ରବେଶ କରିବାକୁ ଯାଉଛି । ପିକ୍ସେଲ ୱାଚର ଅନେକ ବୈଶିଷ୍ଟ୍ୟ ଅଛି ଯାହା ଅନ୍ୟ Wear OS ଘଣ୍ଟାରେ ଉପଲବ୍ଧ ନାହିଁ । ଏହା ହେଉଛି ଗୁଗୁଲ୍ ଆସିଷ୍ଟାଣ୍ଟର ପରବର୍ତ୍ତୀ ପିଢି ବୋଲି କୁହାଯାଉଛି ।
ଏହା ବି ପଢନ୍ତୁ: Covid Booster Dose: ଓମିକ୍ରନ ବିରୋଧରେ ବଢାଉଛି ଆଣ୍ଟିବଡି ସୁରକ୍ଷା
ଗୁଗୁଲ ପିକ୍ସେଲ ୱାଚ୍ ଆପଲ୍ ୱାଚ୍ 7, ସାମସଙ୍ଗ ଗାଲାକ୍ସି ୱାଚ୍ 4 ଏବଂ ବଜାରରେ ଥିବା ଅନ୍ୟ ସମସ୍ତ ସର୍ବୋତ୍ତମ ସ୍ମାର୍ଟୱାଚ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରିବ ବୋଲି ଆଶା କରାଯାଇଛି । ଗୁଗଲ ଏହି ସ୍ମାର୍ଟୱାଚ୍ ପାଇଁ Exynos ଆଧାରିତ Tensor ଚିପ୍ର ବ୍ୟବହାର କରିପାରେ । Google Pixel 6 ଡିଭାଇସ Tensor GS 101 ଚିପସେଟର ଉପଯୋଗ କରୁଛି । ତେବେ ଏହା ହାର୍ଡୱେରକୁ ଅଧିକ କାର୍ଯ୍ୟକ୍ଷମ କରିବା ପରି Exynos ପ୍ରୋସେସର ବୋଲି ଜଣାପଡ଼ିଛି ।
ଏହି ସ୍ମାର୍ଟୱାଚ୍ ଷ୍ଟେପ କାଉଣ୍ଟ କରିବା ସହିତ SPO2 ଟ୍ରାକିଂ, ସ୍ଲିପ ଆନାଲିସିସ୍, ହାର୍ଟବିଟ ମନିଟର, ଷ୍ଟ୍ରେସ ଟ୍ରାକିଂ, ମେଡିକାଲ ଡିଭାଇସ ଓ ଜିମ ଉପକରଣ ସହିତ ପେୟାରିଂ(Pairing), ରେପ୍ ଡିଟେକ୍ସନ ଓ କ୍ୟାଲୋରିକୁ ଟ୍ରାକ୍ କରିପାରିବ । ଏହି ଖବର ଲିକ୍ ହେବା ପରେ ଗୁଗଲ୍ର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ । ଗୁଗଲ୍ ଏପରି କୌଣସି ୱାଚ୍ ବନାଉନଥିବା ମଧ୍ୟ କହିଛି । କିନ୍ତୁ ଟିପଷ୍ଟର ଜନ୍ଙ୍କ କୌଣସି ଖବର ମିଥ୍ୟା ସାବ୍ୟସ୍ତ ହୋଇନଥିବା ମଧ୍ୟ ରେକର୍ଡ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ