ETV Bharat / science-and-technology

ଆସିଲା ଗୁଗୁଲର Street View ଫିଚର, ଏମିତି ବ୍ୟବହାର କରିବେ

author img

By

Published : May 28, 2023, 5:26 PM IST

Updated : May 28, 2023, 5:40 PM IST

ବର୍ତ୍ତମାନ ମ୍ୟାପରେ 360 ଡିଗ୍ରୀ କୋଣରେ ଦେଖିପାରିବେ । ପୁଣି ଫେରିଲା ଗୁଗୁଲ ଷ୍ଟ୍ରିଟ୍‌ ଭ୍ୟୁ ଫଚର । ଅଧିକ ପଢନ୍ତୁ

Street View feature
Street View feature

ହାଇଦ୍ରାବାଦ: ପୁଣି ଫେରିଲା ଗୁଗୁଲ ଷ୍ଟ୍ରିଟ ଭ୍ୟୁ ଫିଚର । ଏଣିକି ଆପଣ ପ୍ରତ୍ୟେକ ସ୍ଥାନକୁ 360 ଡିଗ୍ରୀ କୋଣରେ ଦେଖିପାରିବେ । ଗତବର୍ଷ କମ୍ପାନୀ ଦ୍ବାରା କିଛି ସ୍ଥାନରେ ଏହି ଗୁଗୁଲ ଷ୍ଟ୍ରିଟ୍‌ ଭ୍ୟୁ ଫିଚରକୁ ରୋଲ୍‌ ଆଉଟ କରାଯାଇଥିଲା । କିଛି ମନୋନିତ ସହର ପାଇଁ ଏହା ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଏକାଧିକ ସ୍ଥାନ ପାଇଁ ପପଲବ୍ଧ ରହିଛି । ଆପଣ ପ୍ରତ୍ୟେକ ସ୍ଥାନକୁ 360 ଡିଗ୍ରୀ କୋଣରେ ଦେଖିପାରିବେ । ସୁରକ୍ଷା ଦୃଷ୍ଟିରୁ ପ୍ରାୟ 6 ମାସ ନିଷେଧ ହେବା ପରେ ଗତ ବର୍ଷ ଏହା ପୁଣି ରୋଲ୍‌ ଆଉଟ କରାଯାଇଥିଲା । ଗୁଗୁଲ ଗତ ବର୍ଷ ମ୍ୟାପ୍‌ ପାଇଁ ଷ୍ଟ୍ରିଟ୍ ଭ୍ୟୁ ଫିଚର ଘୋଷଣା କରିଥିଲା । ଭର୍ଚୁଆଲରେ ଆପଣ ସବୁ ଯାଗାକୁ ଯାଇପାରିବେ । କିଛି ସମୟ ପାଇଁ ଏଭଳି ଲାଗିବ ଆପଣ ସେହି ସମାନ ରାସ୍ତା କିମ୍ବା ବଜାରରେ ରହିଛନ୍ତି। ସ୍ଥାନକୁ ସୂଚିତ କରିବା ପାଇଁ ଏହି ଫିଚର ବହୁତ ସହାୟକ।

ଏମିତି ମ୍ୟାପରେ କରିପାରେବେ ଷ୍ଟ୍ରିଟ ଭ୍ୟୁ

  • ସର୍ବପ୍ରଥମେ ଗୁଗୁଲ୍ ମ୍ୟାପ୍‌କୁ ଯାଆନ୍ତୁ ଏବଂ ଆପଣ ଖୋଜିବାକୁ ଚାହୁଁଥିବା ସ୍ଥାନକୁ ସର୍ଚ୍ଚ କରନ୍ତୁ ।
  • ତାପରେ ନିମ୍ନରେ ଡାହାଣକୁ ଯାଆନ୍ତୁ ଏବଂ ଲେୟାର ଅପ୍ସନ୍ ଉପରେ କ୍ଲିକ୍ କରି ଷ୍ଟ୍ରିଟ୍ ଭ୍ୟୁ ଅପ୍ସନ୍କୁ ସିଲେକ୍ଟ କରନ୍ତୁ ।
  • ଆପଣ କ୍ଲିକ୍ କରିବା ମାତ୍ରେ ମାନଚିତ୍ରଟି ନୀଳ ରଙ୍ଗର ହୋଇଯିବ । ଯଦି ଆପଣ ଏହାକୁ ୱେବରେ ଦେଖୁଛନ୍ତି ତେବେ ପ୍ରତ୍ୟେକ ସ୍ଥାନକୁ 360 ଡିଗ୍ରୀ ଆକାରରେ ଦେଖିପାରିବେ । ମୋବାଇଲରେ ଆପଣଙ୍କୁ ନୀଳ ରଙ୍ଗର ଲାଇନ ଦେଖାବାକୁ ମିଳିବ ଏହା ତାହା ସ୍ଥାନ(ଲୋକେସନ) ସୂଚିତ କରିବ ।
  • ଗୁଗୁଲ୍ ମ୍ୟାପ୍‌ ଷ୍ଟ୍ରିଟ୍ ଭ୍ୟୁ ଆପ୍ ଏବଂ ଗୁଗୁଲ୍ ମ୍ୟାପ୍ ୱେବସାଇଟରେ କାମ କରେ । ଏହାସହ ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ ଉପଲବ୍ଧ ।

ଏହା ମଧ୍ୟ ପଢନ୍ତୁ: BGMI Video Game: ପୁଣି ଭିଡିଓ ଗେମର ମଜା ନେବେ ଖେଳପ୍ରେମୀ, ପ୍ଲେ ଷ୍ଟୋର ଉପଲବ୍ଧ ହେଲା BGMI

ଶୀଘ୍ର ଆସିବାକୁ ଯାଉଛି ଇମରସିଭ ଭ୍ୟୁ ଫିଚର:

ନାଭିଗେସନକୁ ଅତି ସହଜ କରିବାକୁ, ଗୁଗୁଲ ମାନଚିତ୍ରରେ ଜେନେରେଟିଭ୍ AIର ସପୋର୍ଟ ଦେବା ପାଇଁ ଯାଉଛି । ଫଳରେ ଲୋକମାନଙ୍କୁ ଇମରସିଭ ଭ୍ୟୁ ଫିଚର ମିଳିବା ନେଇ ଆଶା କରାଯାଉଛି । ବର୍ତ୍ତମାନ ଏହି ଫିଚର କିଛି ଦେଶରେ ଉପଲବ୍ଧ ହେଉଛି । ଏହି ଫିଚର ସାହାଯ୍ୟରେ ଆପଣ ଯେକୌଣସି ଜାଗାକୁ 3ଡି ଇମେଜ ସହ ଦେଖିପାରିବେ । ଏହି ଫିଚର ସୁବିଧାରେ ଆପଣ ଜାଣିପାରିବେ ଯେ, କେଉଁ ସ୍ଥାନରେ କଣ ଘଟୁଛି । 3ଡି ଇମେଜରେ ଟ୍ରାଫିକ, ପାଣିପାଗ ବିଷୟରେ ସମସ୍ତ ତଥ୍ୟ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2023, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.