ହାଇଦ୍ରାବାଦ: ମୋବାଇଲରେ ଫଟୋ ଖୋଜିବାରେ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ୟୁଜର୍ସ । ସଠିକ ସମୟରେ ରିମାଇଣ୍ଡର ପ୍ରଦାନ କରିବା ସହିତ ଫୋଲ୍ଡରରେ ଫଟେକୁ ଶ୍ରେଣୀଭୁକ୍ତ କରିବ ଗୁଗଲ ଫଟୋ ଆପ । ଆପ୍ରେ ଆସିଲା ଏଆଇ ଫିଚର । ପ୍ରାୟ ସମସ୍ତେ ଗୁଗଲ ଫୋଟ ଆପ୍ର ବ୍ୟବହାର କରିଥାଆନ୍ତି । ଏହି ଆପରେ କମ୍ପାନୀ ଆଉ ଦୁଇଟି 2 ଫିଚର ଯୋଡ଼ିଛି । ନିକଟରେ ଗୁଗଲ ଫଟୋ ଆପରେ ଟେକ ଜିଆଣ୍ଟ ଗୁଗଲ ଦୁଇଟି ଏଆଇ ସଞ୍ଚାଳିତ ଫିଚର ଆଣିଛି। ଯାହା ଅବବ୍ୟବସ୍ଥାକୁ କମ କରିବା ସହିତ ସ୍କ୍ରିନସଟ ଏବଂ ଦସ୍ତାବିଜକୁ ଆଲବମରେ କେଟୋଗୋରାଇଜ(ଶ୍ରେଣୀଭୁକ୍ତ) କରିବାରେ ସାହାଯ୍ୟ କରିବ।
କମ୍ପାନୀ ପକ୍ଷରୁ ଫଟୋ ଷ୍ଟେକ୍ସ ନାମରେ ଏକ ଫିଚର ଲଞ୍ଚ କରିଛି। ଯାହାକି ସଦୃଶ୍ୟ ଫଟୋକୁ ଏକ ଷ୍ଟେକରେ ରଖିବ। ଯାହା ଦ୍ବାରା ଏକାଭଳି ସାମଞ୍ଜସ୍ୟ ରହିଥିବା ଫଟୋକୁ ଅତି ସହଜରେ ପାଇପାରିବେ ୟୁଜର୍ସ। ଏହି ଫିଚର ଦ୍ବାରା ଫଟୋ ଖୋଜିବା ପାଇଁ ଆଉ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହି ଫିଚର ଏଆଇ ପାଓ୍ବାର୍ଡ ଅଟେ । ଗୁଗଲ ଫଟୋରେ କୌଣସି ତ୍ରୁଟି ଦେଖାଗଲେ ଏହି ଫିଚରକୁ ବନ୍ଦ କରି ସଂଶୋଧନ କରିବା ମଧ୍ୟ ସମ୍ଭବ ହୋଇପାରିବ ।
ଡକ୍ୟୁମେଣ୍ଟ ଏବଂ ସ୍କ୍ରିନସଟକୁ ଶ୍ରେଣୀଭୁକ୍ତ କରିବ AI: ଏଣିକି ୟୁଜର୍ସଙ୍କୁ ଡକ୍ୟୁମେଣ୍ଟ ଏବଂ ସ୍କ୍ରିନସଟ ଖୋଜିବାରେ ସମସ୍ୟା ହେବ ନାହିଁ। ଏଣିକି ଏଆଇ ଏହାକୁ ଶ୍ରେଣୀଭୁକ୍ତ କରି ରଖିବ। ଉଦାହରଣ ସ୍ବରୂପ, ସମସ୍ତ ବିଲ୍ ଏକ ଜାଗାରେ ରହିବ । ଏହା ସହିତ ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଏକ ଫୋଲ୍ଡରରେ ରହିବ। ଏହା ବ୍ୟତୀତ ନୋଟ୍ସର ଏକ ଫୋଲ୍ଡର ମଧ୍ୟ ତିଆରି କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ।
ଏହା ମଧ୍ୟ ପଢନ୍ତୁ: ଗୁଗଲ ଆଣୁଛି ଆକର୍ଷଣୀୟ ଫିଚର, ଏଣିକି ଫଟୋର ପଛକୁ ଦେଖି ଚିହ୍ନିବ ଗୁଗଲ
କ୍ୟାଲେଣ୍ଡରରେ ଯୋଗ ହେବ ରିମାଇଣ୍ଡର: ଗୁଗଲ୍ ଫଟୋ ଗ୍ୟାଲେରୀରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ବା ତଥ୍ୟକୁ କ୍ୟାଲେଣ୍ଡରରେ ଯୋଗ କରିବ । ଉଦାହରଣ ସ୍ବରୂପ ଯଦି ଗୁଗଲ ଫଟୋରେ ଫ୍ଲାଇଟ୍ ଟିକେଟର ଏକ ସ୍କ୍ରିନ୍ସଟ୍ ରହିଛି । ତେବେ ଉଡ଼ାଣ ଭରିବାର ସମୟ ପୂର୍ବରୁ ରିମାଇଣ୍ଡର ପ୍ରଦାନ କରାଯିବ । ଏହାଦ୍ବାରା ୟୁଜର୍ସ କୌଣସି ତଥ୍ୟକୁ ଭୁଲି ପାରିବେ ନାହିଁ । ଏହାସହିତ ୟୁଜର୍ସ ବିଲ୍ ରିମାଇଣ୍ଡର ସହିତ ଅନାନ୍ୟ ତଥ୍ୟକୁ ମଧ୍ୟ ସେଟ୍ କରିପାରିବେ । କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)କୁ ଆପ୍କୁ ଆଣି ୟୁଜର୍ସଙ୍କ କାର୍ଯ୍ୟକୁ ଆହୁରି ସହଜ କରିଛି । ୟୁଜର୍ସ ଏକ୍ସପିରିୟନ୍ସ ଉପରେ ଏହା ଅଧିକ ଗୁରୁତ୍ବ ପ୍ରଦାନ କରିପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ