ହାଇଦ୍ରାବାଦ: ନୂଆବର୍ଷରେ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ଖୁସି ଖବର। ତେବେ ପୂର୍ବରୁ ହ୍ବାଟ୍ସଆପରେ ଲୋକେସନ ସେୟାରିଂ ଫିଚର ରହିଥିଲା। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ରିୟଲ ଟାଇମ ଲୋକେସନ ସେୟାର କରିପାରୁଥିଲେ। ତେବେ ବର୍ତ୍ତମାନ ଗୁଗଲ ମ୍ୟାପରେ ମଧ୍ୟ ସମାନ ଫିଚର ରୋଲଆଉଟ ହୋଇଛି। ନିକଟରେ ଗୁଗଲ ମ୍ୟାପରେ ଏକ ନୂଆ ଫିଚର ରୋଲଆଉଟ କରିଛି ଯାହା ହ୍ବାଟ୍ସଆପର ଲୋକେସନ ସେୟାରିଂ ଫିଚର ସହିତ ସମାନ ଅଟେ। ଏହି ଫିଚର ପାଇଁ ବର୍ତ୍ତମାନ ଅନ୍ୟ ଆପର ଆବଶ୍ୟକତା ରହିବ ନାହିଁ। ଏହା ଫିଚର ଆଣ୍ଡ୍ରୋଏଡ ଫୋନରେ ଉପଲବ୍ଧ ରହିଛି। ବର୍ତ୍ତମାନ ଲୋକେସନ ସେୟାର କରିବା ପାଇଁ ୟୁଜର୍ସଙ୍କୁ ଅନ୍ୟ ଆପ ଡାଉନଲୋଡ କରିବାର ଆବଶ୍ୟକତା ରହିବ ନାହିଁ।
ଏହି ଫିଚରର ଫାଇଦା: ଲୋକେସନ ସେୟାର କରିବା ସମୟରେ ସମୟ ସେଟ କରିବାର ମଧ୍ୟ ଅପ୍ସନ ମିଳିବ। ତେବେ ଟାଇମ ଲିମିଟ ସରିବା ପରେ ଆପେଆପେ ଲୋକେସନ ସେୟାରିଂ ବନ୍ଦ ହୋଇଯିବ। ଗୁଗୁଲ୍ ମ୍ୟାପ୍ସରେ ଲୋକେସନ ସେୟାର କରିବାକୁ ହେଲେ ପ୍ରଥମେ ମ୍ୟାପରେ ଫ୍ରେଣ୍ଡ ଲିଷ୍ଚରେ ଆଡ କରିବାକୁ ହେବ। ଏହା ବ୍ୟତୀତ ଗୁଗଲ କଣ୍ଟାକ୍ଟ ଦ୍ବାରା ମଧ୍ୟ ଲୋକେସନ ସେୟାର କରିପାରିବେ। ଲୋକେସନ ସେୟାର କରିବାକୁ ହେଲେ ପ୍ରଥମେ ମ୍ୟାପ ଖୋଲିବା ପରେ ଡାହାଣ ପାର୍ଶ୍ବରେ ରହିଥିବା ବଟମରେ କ୍ଲିକ କରିବାକୁ ହେବ। ଏହା ପରେ ସେୟାର ଲୋକେସନରେ କ୍ଲିକ କରିବାକୁ ହେବ। ଏଠାରୁ ଆପଣ ଲାଇଭ ଲୋକେସନ ଏବଂ ଏହାର ଟାଇମିଂକୁ ସେଟ କରିବାକୁ ହେବ। ଏହା ପରେ ହିଁ ଲୋକେସନ ସେୟାର କରିବା ସମ୍ଭବ ହେବ।
ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରୁ ଗୁଗଲ ମ୍ୟାପର ନୂଆ ଫିଚର, ଭାରତୀୟଙ୍କୁ ମିଳିବ ଫାଇଦା
ଗୁଗଲ ମ୍ୟାପରେ ଏକ ଅପଡେଟ ଆସିଛି। ଏହାସହ ବର୍ତ୍ତମାନ ୟୁଜର୍ସଙ୍କ ପ୍ରାଇଭେସି ବଢାଇବା ପାଇଁ କାର୍ଯ୍ୟ ଜାରି ରଖିଛି କମ୍ପାନୀ। ବର୍ତ୍ତମାନ ସୁଦ୍ଧା କମ୍ପାନୀ ମ୍ୟାପର ତଥ୍ୟକୁ କ୍ଲାଉଡରେ ଷ୍ଟୋର କରି ରଖୁଥିଲା। କିନ୍ତୁ ବର୍ତ୍ତନାୱ ଫୋନରେ ମଧ୍ୟ ଷ୍ଟୋର କରି ରଖିବାର ଅପ୍ସନ ମିଳିବ। ଯାହା ଦ୍ବାରା ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିପାରିବ।
ହ୍ବାଟ୍ସଆପରେ ମଧ୍ୟ କମ୍ପାନୀ ଏଭଳି ଏକ ଫିଚର ଅଫର କରିଛି। ଏହା ଦ୍ବାରା ଲାଇଭ ଲୋକେସନ ସେୟାର କରିବାରେ ସକ୍ଷମ ହେବେ। ହ୍ବାଟ୍ସଆପରେ ଲାଇଭ ଲୋକେସନର ଡ୍ୟୁରେସନ କେବଳ 8 ଘଣ୍ଟା ରହିଥାଏ। ଏହାପରେ ସେୟାରିଂ ଆପେଆପେ ବନ୍ଦ ହୋଇଯାଇଥାଏ। କିନ୍ତୁ ଗୁଗଲ ମ୍ୟାପରେ ଏଭଳି ସମସ୍ୟା ଭୋଗିବେନି ୟୁଜର୍ସ। ଗୁଗଲ ମ୍ୟାପରେ ୟୁଜର୍ସ ନିଜ ଇଚ୍ଛା ମୁତାବକ ଲୋକଙ୍କ ସହ ଜଡିତ ହୋଇ ରହିପାରିବେ। ଅର୍ଥାତ ମ୍ୟାପରେ ଲାଇଭ ଲୋକେସନ ସେୟାରିଂର କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ।