ETV Bharat / science-and-technology

Cricket World Cup 2023: କ୍ରିକେଟ ବିଶ୍ବକପ ପାଇଁ ଗୁଗଲର ସ୍ପେଶାଲ୍ ଡୁଡଲ

author img

By ETV Bharat Odisha Team

Published : Oct 5, 2023, 10:54 AM IST

କ୍ରିକେଟ ବିଶ୍ବକପ ପାଇଁଁ ଗୁଗଲର ସ୍ପେଶାଲ୍ ଡୁଡଲ । ସ୍ପେଶାଲ୍ ଡୁଡୁଲ କରି ସେଲିବ୍ରେଟ କଲା ଗୁଗୁଲ । ଅଧିକ ପଢନ୍ତୁ

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: ଆଜିଠାରୁ ଆରମ୍ଭ ହେବ କ୍ରିକେଟର ମହାସମର । ଅହମ୍ମଦାବାଦ ସ୍ଥିତ ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚ ଆରମ୍ଭ ହେବ । 10ଟି ଦଳ ମଧ୍ୟରେ ଆସନ୍ତା ନଭେମ୍ବର 19 ପର୍ଯ୍ୟନ୍ତ ଆୟୋଜିତ ହେବ ଟୁର୍ଣ୍ଣାମେଣ୍ଟ୍‌ । ଆଜିର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦ୍ବିପ୍ରହର 2ଟା ସମୟରେ ଆରମ୍ଭ ହେବ ମ୍ୟାଚ୍‌ । ଏନେଇ ସମସ୍ତଙ୍କ ମନରେ ଉତ୍ସାହ ରହିଥିବା ବେଳେ ଗୁଗଲ ମଧ୍ୟ ସ୍ବତନ୍ତ୍ର ଡୁଡଲ କରି ସେଲିବ୍ରେସନ କରୁଛି ।

ଗୁଗଲ କରିଥିବା ସ୍ବତନ୍ତ୍ର ଡୁଡଲ ଅତ୍ୟନ୍ତ ମଜାଦାର ହୋଇଛି । ଦର୍ଶକଙ୍କ ଉପସ୍ଥିତିରେ ଦୁଇ ବ୍ୟାଟର୍‌ ରନ୍‌ ନେଉଥିବା ଭଳି ଦେଖିବାକୁ ମିଳିଛି । ଗୁଗଲ ଖୋଲିବା ମାତ୍ରେ ପ୍ରଥମେ ଏହି ସ୍ବତନ୍ତ୍ର ଡୁଡଲ ଦେଖାଯାଉଛି । GOOGLEର ଲେଖାରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି । ଏହି ଲେଖାକୁ ମଜାଦାର ଢଙ୍ଗରେ ବ୍ୟାଟ୍‌ ବଲକୁ ସ୍ଥାନ ଦିଆଯାଇଛି । O ସ୍ଥାନରେ ବଲ୍ ରଖାଯାଇଥିବା ବେଳେ Lସ୍ଥାନରେ ବ୍ୟାଟକୁ ରଖାଯାଇଛି । ଏଭଳିକି ବ୍ୟାଟର୍‌ ପିଚରେ ଦୌଡ଼ିବା ବେଳେ ପଛରେ ଓ୍ବିକେଟକୁ ମଧ୍ୟ ଡୁଡଲରେ ସ୍ଥାନ ଦେଇଛି ଗୁଗଲ । ଏହି ଡୁଡଲକୁ ଭାରତ, ପାକିସ୍ତାନ, ତ୍ରିନିଦାଦ ଓ ଟୋବାଗୋ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ରିଚ୍ କରାଯାଇଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍‌କୁ ଗୁଗଲ ସ୍ବତନ୍ତ୍ର ଡୁଡଲ କରି ସେଲିବ୍ରେସନ କରୁଛି ।

ଏହା ମଧ୍ୟ ପଢନ୍ତୁ: Cricket World Cup 2023: ଆଜିଠୁ କ୍ରିକେଟ ମହାକୁମ୍ଭ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା

ପ୍ରତି 4 ବର୍ଷରେ ଆୟୋଜିତ ହେଉଥିବା କ୍ରିକେଟ ମହାକୁମ୍ଭର ଚଳିତ ସଂସ୍କରଣରେ ମୋଟ 10ଟି ଦଳ ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ କରିବେ । ଅଂଶଗ୍ରହଣକାରୀ 10 ଦଳ ମଧ୍ୟରୁ ଏସିଆ ମହାଦେଶରୁ 5ଟି ଦଳ ବିଶ୍ବକପରେ ଭାଗ ନେଉଛନ୍ତି। ତେବେ ଭାରତ ଏହି ପ୍ରତିଯୋଗିତା ଆୟୋଜନ କରୁଅଛି । ଏହାପୂର୍ବରୁ 2011 ମସିହାରେ ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶ ମିଳିତ ଭାବରେ ବିଶ୍ବକପର ଆୟୋଜିତ କରିଥିଲେ । ଏହା ପୂର୍ବରୁ 1996 ମସିହାରେ ଭାରତ-ପାକିସ୍ତାନ ଓ ଶ୍ରୀଲଙ୍କା ଏବଂ 1987 ମସିହାରେ ଭାରତ ଏବଂ ପାକିସ୍ତାନ ବିଶ୍ବକପର ଆୟୋଜନ କରିଥିଲେ। ଚଳିତ ବିଶ୍ବକପ ଆଜି( ଅକ୍ଟୋବର) 5 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ 48 ମ୍ୟାଚ୍‌ ଖେଳାଯିବ । ଉଦଘାଟନୀ ମ୍ୟାଚ୍‌ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରୁ ଆରମ୍ଭ ହେବାକୁ ଥିବା ବେଳେ ଉଦଯାପନୀ ମ୍ୟାଚ ମଧ୍ୟ ଉକ୍ତ ଷ୍ଟାଡିୟମରେ ଆୟୋଜିତ ହେବ । ଦୁଇ ଥର ବିଶ୍ବ ବିଜୟୀ ଭାରତ ଅକ୍ଟୋବର 8 ତାରିଖରୁ ତାର ଅଭିଯାନ ଆରମ୍ଭ କରିବ । 5 ଥର ଚମ୍ପିଆନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଆଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.