ହାଇଦ୍ରାବାଦ: ଗୁଗଲ ଚାଟ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଆହୁରି ସହଜ ହେବ ଟାଇପିଂ। ଗୁଗଲ୍ ୱାର୍କପ୍ଲେସ୍ ଗ୍ରାହକଙ୍କ ପାଇଁ ଟାଇପିଂ ସହଜ କରିବା ପାଇଁ ଫିଚର ଆସିବାକୁ ଯାଉଛି। ଏହି ଫିଚରରେ ଆଉ ଟାଇପିଂ ତ୍ରୁଟି ରହିବ ନାହିଁ । ଆପଣ ଭୁଲ ଟାଇପ କଲେ ମଧ୍ୟ ଆପେଆପେ ଠିକ୍ କରି ଆପଣଙ୍କ ସମୟ ବଞ୍ଚାଇବ ଏହି ଫିଚର । ଏହାସହ ଆଉ ବ୍ୟାକାରଣଗତ ତ୍ରୁଟି ମଦ୍ୟ ରହିବ ନାହିଁ । ଗୁଗଲ ଏହାକୁ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ରୋଲ କରିବା ଆରମ୍ଭ କରିଛି ଏବଂ ନିର୍ଦ୍ଧାରିତ ରିଲିଜ୍ ଡୋମେନ୍ ପାଇଁ ଏହା ଜୁନ୍ 26 ରୁ ଆରମ୍ଭ ହେବ ।
ଏହା ମଧ୍ୟ ପଢନ୍ତୁ: Instagram Update: ହଠାତ ବଢିଲା ଇନଷ୍ଟାଗ୍ରାମ ଷ୍ଟୋରୀ ଆଇକନ, ୟୁଜର୍ସଙ୍କ ନାପସନ୍ଦ
ଗୁଗଲ ଚାଟରେ ହେବ ଏହି ପରିବର୍ତ୍ତନ: ଗୁଗୁଲ୍ ୱେବ୍ରେ ଯୋଗାଯୋଗ ସେବା 'ଗୁଗୁଲ୍ ଚାଟ୍'ରେ ଏକ ସ୍ମାର୍ଟ କମ୍ପୋଜ ଫିଚର ଆରମ୍ଭ କରିବାକୁ ଯାଉଛି । ଏହି ଫିଚରରେ ଆଉ ବ୍ୟାକାରଣଗତ ତ୍ରୁଟି ରହିବ ନାହିଁ । ଟାଇପ୍ କଲାବେଳେ ପ୍ରାସଙ୍ଗିକ ବାକ୍ୟାଂଶଗୁଡିକୁ ପରାମର୍ଶ ଦେଇଥାଏ, ପୁନରାବୃତ୍ତି ଲେଖାକୁ କାଟିବା ସହିତ ବନାନ ଏବଂ ବ୍ୟାକରଣଗତ ତ୍ରୁଟି ହ୍ରାସ କରି ସମୟ ବଞ୍ଚାଇବ । ଗୁଗଲ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି।
ଏହି ଭାଷାରେ ମିଳିବ ସ୍ମାର୍ଟ କମ୍ପୋଜ ଫିଚର: ସ୍ମାର୍ଟ କମ୍ପୋଜ ଫିଚର ଇଂରାଜୀ, ସ୍ପାନିଶ୍, ପର୍ତ୍ତୁଗୀଜ୍, ଫରାସୀ ଏବଂ ଇଟାଲୀ ଭାଷାରେ ଉପଲବ୍ଧ ହେଉଛି । ଏହି ଫିଚର ଉପଭୋକ୍ତାମାନଙ୍କ ପାଇଁ ସହାୟକ ହୋଇଥାଏ କାରଣ ଏହା ବାର୍ତ୍ତାକୁ ଠିକ୍ ଭାବେ ସଜାଡିବା ସହ ସମୟକୁ କମାଇବାରେ ସାହାଯ୍ୟ କରିଥାଏ । ଏଥିରେ ଆଡମିନ କଣ୍ଟ୍ରୋଲ ରହିବ ନାହିଁ । ଚଳିତ ବର୍ଷ ମାର୍ଚ୍ଚରେ କମ୍ପାନୀ ଘୋଷଣା କରି କହିଛି ଯେ, ଗୁଗଲ ଚାଟରେ ସ୍ପେସ୍ ମ୍ୟାନେଜର୍ ପାଇଁ ଏକ ନୂଆ ଫିଚର୍ ଆଣିବାକୁ ଯାଉଛୁ । ଯେଉଁଥିରେ ମେମ୍ବର ସ୍ପେସ୍ରେ ଗ୍ରୁପରେ ଆଡ୍ କିମ୍ବା ରିମୁଭ କରିପାରିବେ ।
ଏହି ଫିଚର ବ୍ୟତିତ ଆଉ ଏକ ଫିଚର ମଧ୍ୟ ଆସିବାକୁ ଯାଉଛି । ଗୁଗଲ ସମସ୍ତଙ୍କ ପାଇଁ AI ଚାଟବଟ୍ ବାର୍ଡ ରୋଲ କରିଛି । ବାର୍ଡକୁ ଆକ୍ସେସ୍ କରିବାକୁ ହେଲେ ପ୍ରଥମେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ । ୱେବସାଇଟକୁ ଭିଜିଟ୍ କଲା ପରେ ଟ୍ରାଇ ବାର୍ଡ(Try Bird) ଅପ୍ସନକୁ କ୍ଲିକ୍ କରନ୍ତୁ । ଏହାପରେ ଆଣ୍ଡକୁ ପଢି ଅନୁସରଣ କରି କାର୍ଯ୍ୟ କରିପାରିବେ । ଏହି ମଡେଲ୍ ଚାଟ୍ GPT ପରି କାମ କରିବ । ୟୁଜର୍ସଙ୍କ ଇଚ୍ଛା ଅନୁସାରେ ଫଟାଫଟ ଉତ୍ତର ପ୍ରଦାନ କରିବ ।