ETV Bharat / science-and-technology

Gmail Latest Feature: ଜିମେଲ୍‌ ଆଣିଲା ନୂଆ ଫିଚର, ଆଜି ଲଞ୍ଚ୍‌ କଲା ଗୁଗଲ

ଆପଣଙ୍କୁ ଇଂରାଜୀ କିମ୍ବା ଅନ୍ୟ ଭାଷାରେ ଜିମେଲ ଲେଖିବା ପାଇଁ ଅସୁବିଧା ହେଉଛି କି ? ଯଦି ହଁ ତାହେଲେ ଦୂର ହେବ ଚିନ୍ତା । ଜିମେଲ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର । ଜିମେଲ୍‌ରେ ଆସିଲା ଏହି ଫିଚର

author img

By

Published : Aug 9, 2023, 5:14 PM IST

Gmail Latest Feature
Gmail Latest Feature

ହାଇଦ୍ରାବାଦ: ଆପଣ ଇଂରାଜୀରେ ଦୁର୍ବଳ ଅଛନ୍ତି କି ? କାହାକୁ ଜିମେଲ୍‌ କରିବାରେ ଅସୁବିଧା ହେଉଛି କି । ତାହେଲେ ଆଉ ଚିନ୍ତା କି ଲଜ୍ଜିତ ହେବାର ଆବଶ୍ୟକତା ନାହିଁ । ଏଥିପାଇଁ ଗୁଗଲ ଜିମେଲ୍‌ରେ ଏକ ଆକର୍ଷଣୀୟ ଫିଚର ଆଣିଛି । ଏଣିକି ଜିମେଲ୍‌ ମଧ୍ୟ ଅନୁବାଦ ସମ୍ଭବ ହୋଇପାରିବ । ଏହା ଅଧୀନରେ, ଆପଣ କେବଳ ଇଂରାଜୀ ଭାଷାରେ ନୁହେଁ ବରଂ ଯେକୌଣସି ଭାଷାରେ ଲେଖିପାରିବେ ଏବଂ ଆସିଥିବା ଜିମେଲକୁ ପଢିପାରିବେ । ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଆସିଛି । ତେବେ ବିଶେଷ କଥା ହେଉଛି ମୋବାଇଲରେ ଏହି ଫିଚର ବ୍ୟବହାର କରିବା ପାଇଁ ସମର୍ଥ ହେବେ । ଏହା ପୂର୍ବରୁ ଓ୍ବେବ୍‌ ୟୁଜର୍ସଙ୍କ ପାଇଁ ଏହି ଫିଚର ଉପଲବ୍ଧ ରହିଥିଲା । ବର୍ତ୍ତମାନ ମୋବାଇଲ ୟୁଜର୍ସ୍‌ ମଧ୍ୟ ଏହାର ସୁବିଧା ପାଇପାରିବେ ।

ମଙ୍ଗଳବାର ଏନେଇ ଟେକ୍‌ ଜିଆଣ୍ଟ୍‌ ପକ୍ଷରୁ ଘୋଷଣା କରାଯାଇଛି । କୁହାଯାଇଛି ଯେ,"ମେବାଇଲ ୟୁଜର୍ସଙ୍କ ପାଇଁ ଜିମେଲ୍‌ରେ ଏକ ଫିଚର ଅଣାଯାଇଛି । ଏହାର ଘୋଷଣା କରି ଆମକୁ ଖୁସି ଲାଗୁଛି । ଏହାର ବ୍ୟବହାର କରି ଆପଣ ଯେକୌଣସି ଭାଷାରେ ଜିମେଲ ଲେଖିପାରିବେ ଏବଂ ବୁଢ଼ି ପାରିବେ । ଏନେଇ ଅନେକ ୟୁଜର୍ସ ଆମକୁ ଅନୁରୋଧ କରି ଆସୁଥିଲେ । ବର୍ତ୍ତମାନ ଏହି ଫିଚର ଇପଲବ୍ଧ ହେଉଛି, ତାହାର ଉପଯୋଗ କରିପାରିବେ ।"

ଆଜିଠାରୁ ଆଣ୍ଡ୍ରଏଡ୍‌ରେ ଉପଲବ୍ଧ ଫିଚର: ମୋବାଇଲ୍ ଭର୍ସନ ପାଇଁ ଗୁଗଲ ଏହି ଫିଚର ଲଞ୍ଚ୍‌ କରିଛି । ଜିମେଲ୍‌ ତରଫରୁ ଟ୍ରାନ୍ସଲେସନ ଫିଚରକୁ ଜିମେଲ୍‌ ଆପରେ ସ୍ଥାପିତ କରାଯାଇଛି । ଯେତେବେଳେ ଜଣେ ମେଲ୍‌ ଲେଖିବେ, ଆପଣ ଟେକ୍ସଟ୍‌ ବକ୍ସରେ ଏକ ଟ୍ରାନ୍ସଲେସନ ବ୍ୟାନର ଦେଖାଯିବ । ଆପଣ ନିଜ ଭାଷାରେ ଲେଖି ସଠିକ ଅନୁବାଦ ପାଇପାରିବେ । 100ରୁ ଅଧିକ ଭାଷା ବାଛିବା ପାଇଁ ସୁବିଧା ରହିଛି ।

ଏହା ମଧ୍ୟ ପଢନ୍ତୁ: ଏଣିକି ଜିମେଲ ଲେଖିବ AI, ମିଳିବ 'ହେଲ୍ପ ମି ରାଇଟ' ସୁବିଧା

ଫିଚରକୁ ଏଭଳି ଉପଯୋଗ କରିପାରିବେ: ଏହି ଫିଚରକୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ଆପଣଙ୍କ ଜିମେଲ ଆପ୍ ଅପଡେଟ୍ କରିବାକୁ ପଡ଼ିବ । ମୋବାଇଲ୍ ଭର୍ସନରେ ମଧ୍ୟ ଉପଭୋକ୍ତାମାନେ ୱେବ୍ ଭର୍ସନ ପରି ଶୀର୍ଷରେ ଏକ ଛୋଟ ବ୍ୟାନର ଦେଖିବେ । ଯେଉଁଠାରେ ଆପଣ ଯେକୌଣସି ଭାଷାରେ ଜିମେଲ୍‌ ଲେଖିବାରେ ସକ୍ଷମ ହେବେ । ଯଦି ଆପଣଙ୍କର ପ୍ରାଥମିକ ଭାଷା ଇଂରାଜୀ ଅଟେ, ତେବେ ବ୍ୟାନର ବା ଟ୍ରାନ୍ସଲେଟରରେ ଅନ୍ୟ କୌଣସି ଭାଷା ଚୟନ କରି, ଆପଣ ଏଥିରେ ମେଲ୍ ଲେଖିବାରେ ସକ୍ଷମ ହୋଇପାରିବେ ।

ଆଇଓଏସରେ 11 ତାରିଖରେ ଆସିବ ଫିଚର: ଏହି ଫିଚର ଯେଉଁମାନେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇପାରେ । ଏହି ଫିଚର ଆଜି ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଥିବା ବେଳେ ଆଇଓଏସ ୟୁଜର୍ସ 21 ତାରିଖରୁ ଏହି ଫିଚରର ଲାଭ ଉଠାଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.