ହାଇଦ୍ରାବାଦ: ସୋନି ଶୁକ୍ରବାର ଭାରତରେ ତାର ପ୍ରଥମ ଓଭର-ଇଅର ହେଡଫୋନ ଲଞ୍ଚ କରିଛି । ଯାହାର ମୂଲ୍ୟ 29,990 ଟଙ୍କା ରହିଛି । କମ୍ପାନୀ ଅନୁଯାୟୀ, WF-1000 XM3 ହେଡଫୋନ ଏକାସାଙ୍ଗରେ 2ଟି ବ୍ଲୁଟୁଥ ଡିଭାଇସ ସହିତ ଯୋଡି ହୋଇପାରିବ । ଏଥିରେ ଦିଆଯାଇଥିବା ଫିଚରରେ ଏକାସାଙ୍ଗରେ 2ଟି ବ୍ଲୁଟୁଥ ଡିଭାଇସ ସହିତ ସୁଇଚ କରିବାର ଅପସନ ରହିଛି ।
ହେଡଫୋନ ଅତି ସହଜରେ ଚିହ୍ନଟ କରିପାରିବ କେଉଁ ଡିଭାଇସରେ କଲ ଆସୁଛି । ଏଥିରେ 2 ଟି ମାଇକ୍ରୋଫୋନ ଅଛି । ଉଭୟ ପ୍ରତ୍ୟେକ ଇୟରକପ ପାଇଁ ଅଟେ । ଏହାର ଉଦ୍ଦେଶ୍ୟ ହେଉଛି ନଏଜ କଣ୍ଟ୍ରୋଲ କରିବା । ଏହି ହେଡଫୋନ ଆଲେକ୍ସା, ଗୁଗୁଲ ଆସିଷ୍ଟାଣ୍ଟ ଏବଂ ସିରିକୁ ମଧ୍ୟ ସମର୍ଥନ କରେ । ଏହି ହେଡଫୋନରେ ଏକ ବ୍ୟାଟେରୀ ଅଛି ଯାହା 30 ଘଣ୍ଟା ପାଇଁ ଗୀତ ଶୁଣିବାର କ୍ଷମତା ପ୍ରଦାନ କରିଥାଏ । ଥରେ ଚାର୍ଜ ହୋଇଗଲେ, ଏହା ଦିନସାରା ଓୟାରଲେସର ଅଭିଜ୍ଞତା ଦେଇଥାଏ ।
ସୋନିର ଏହି ଓଭର-ଇୟର ହେଡଫୋନର ଟକ୍କର ଲାଇଫଷ୍ଟାଇଲ ବ୍ରାଣ୍ଡ କମ୍ପାନୀ ଟୋରେଟୋର ଓୟାରଲେସ ହେଡଫୋନ "ବ୍ଲାଷ୍ଟ" ସହିତ ଟକ୍କର ଦେବାକୁ ଯାଉଛି । ଏହି ନୂତନ ଓୟାରଲେସ ବ୍ଲୁଟୁଥ ହେଡଫୋନରେ ଗୁଣାତ୍ମକ ଧ୍ୱନି ଦିଆଯାଇଛି । ଏହି ହେଡସେଟ ମଧ୍ୟ ବାହ୍ୟ କାର୍ଯ୍ୟକଳାପ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ । ଟୋରେଟୋ ବ୍ଲାଷ୍ଟ ଓୟାରଲେସ ହେଡଫୋନରେ ବ୍ଲୁଟୁଥ 5.0 ବ୍ୟବହୃତ ହୁଏ । ଏହା 33 ଫୁଟ (10 ମିଟର) ପର୍ଯ୍ୟନ୍ତ କଭରେଜ ପ୍ରଦାନ କରେ ।
ବ୍ଲାଷ୍ଟ ହେଡଫୋନରେ ପ୍ଲେ / ବିରାମ / ପାୱାର ବଟନ୍, କଲ୍ ଉତ୍ତର ବଟନ୍, ଭଲ୍ୟୁମ୍ ବଟନ୍ ଏବଂ ଆକ୍ସ ପୋର୍ଟ ଭଳି ଅନେକ ଫିଚର ଅଛି । ଏହି ଡିଭାଇସରେ 300 mAh ବ୍ୟାଟେରୀ ଅଛି, ଯାହାକି ବହୁତ ଭଲ ଆଉଟପୁଟ ଦେଇଥାଏ । ଥରେ ପୂର୍ଣ୍ଣ ଚାର୍ଜ ହୋଇଗଲେ, ଏହା 10 ଘଣ୍ଟା ବ୍ୟାକଅପ ରଖିଥାଏ । ଯାହାଦ୍ବାରା ଆପଣ ସଙ୍ଗୀତକୁ ମନଭରି ଉପଭୋଗ କରିବେ ।