ETV Bharat / science-and-technology

ନୂଆବର୍ଷରେ କର୍ମଚାରୀଙ୍କୁ ଝଟକା ଦେବ ଫ୍ଲିପକାର୍ଟ, କରିପାରେ ଛଟେଇ

author img

By ETV Bharat Odisha Team

Published : Jan 8, 2024, 6:00 PM IST

Flipkart Lay Off Employees: 5ରୁ 7 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଫ୍ଲିପକାର୍ଟ। ମାର୍ଚ୍ଚ-ଏପ୍ରିଲ ଭିତରେ ହୋଇପାରେ ଏହି ଛଟେଇ। ଅଧିକ ପଢନ୍ତୁ

Flipkart Lay Off Employees
Flipkart Lay Off Employees

ନୂଆଦିଲ୍ଲୀ: ନୂଆବର୍ଷରେ କର୍ମଚାରୀଙ୍କୁ ଜୋରଦାର ଝଟକା ଦେବ ଇ କମର୍ସିଆଲ କମ୍ପାନୀ ଫ୍ଲିପକାର୍ଟ । ଆମାଜନ ପରେ ଛଟେଇ କରିବ ଫ୍ଲିପକାର୍ଟ । ଖୁବଶୀଘ୍ର ଫ୍ଲିପକାର୍ଟ କିଛି କର୍ମଚାରୀକୁ ଛଟେଇ କରିପାରେ ବୋଲି କେତେକ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁସାରେ, କମ୍ପାନୀ 5ରୁ 7 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ । ସୂଚନା ଅନୁଯାୟୀ, ଏହି ଛଟେଇ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ କରାଯାଇପାରେ ବୋଲି କୁହାଯାଇଛି । କର୍ମଚାରୀଙ୍କ ବାର୍ଷିକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ଛଟେଇ କରିପାରେ କମ୍ପାନୀ । ଆମେରିକୀୟ କମ୍ପାନୀ ଓ୍ବାଲମାର୍ଟର ଏକ ପାର୍ଟ ହେଉଛି ଫ୍ଲିପକାର୍ଟ । ତେବେ କାରବାରକୁ ଦୃଷ୍ଟିରେ ରଖି କମ୍ପାନୀ କିଛି ପରିବର୍ତ୍ତନ କରିବାକୁ ଯାଉଛି । କମ ଖର୍ଚ୍ଚରେ ଅଧିକ କାମ କରିବାର ପ୍ଲାନ କରିବ କମ୍ପାନୀ । ବର୍ତ୍ତମାନ କମ୍ପାନୀରେ ପ୍ରାୟ 22 ହଜାର ଲୋକ କାମ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶସ୍ତାରେ ଜିନିଷ କିଣିବାର ସୁବର୍ଣ୍ଣ ସୁଯୋଗ, ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି ଇୟର ଏଣ୍ଡ ସେଲ

ପ୍ରକାଶଥାଉକି, ପ୍ରଥମଥର ପାଇଁ କମ୍ପାନୀ ଏହି ଛଟେଇ କରୁନାହିଁ । ଗତ 2 ବର୍ଷ ମଧ୍ୟରେ କମ୍ପାନୀ ଏଭଳି ଛଟେଇ କରିଛି । ବ୍ୟବସାୟକୁ ଦୃଷ୍ଟିରେ ରଖି ନିଯୁକ୍ତି ମଧ୍ୟ ବନ୍ଦ କରିଛି କମ୍ପାନୀ । ସୂଚନାନୁସାରେ, କମ୍ପାନୀ 100 କୋଟି ଡଲାରର ଲୋନ ନେବାକୁ ଯାଉଛି । ଆମେରିକୀୟ କମ୍ପାନୀ ଓ୍ବାଲମାର୍ଟ ମଧ୍ୟ ଫଣ୍ଡିଂ କରିବାରେ ବୋଲି କୁହାଯାଇଛି । ଫ୍ଲିପକାର୍ଟ ନିଜ କାର୍ଯ୍ୟକୁ ଉନ୍ନତମାନର କରିବା ପାଇଁ କାର୍ଯ୍ୟ ଜାରି ରଖିଛି ।

କ୍ଲିୟରଟ୍ରିପ ସହିତ କୋଲାବରେସନ କରିବ ଫ୍ଲିପକାର୍ଟ !: ପେଟିଏମ, ଆମାଜନ ଏବଂ ମିଶୋ ପରି ଅନ୍ୟ କମ୍ପାନୀ ଗୁଡିକ ମଧ୍ୟ କଷ୍ଟ କଟିଂ ଏବଂ ରିଷ୍ଟ୍ରକ୍ଚର କରିଛନ୍ତି । ତେବେ ଫ୍ଲିପକାର୍ଟ ମଧ୍ୟ କ୍ଲିୟରଟ୍ରିପ ସହିତ କୋଲାବରେସନ କରିବା ନେଇ ଯୋଜନା କରୁଥିବା ଅନେକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ଆଦାନୀ ଗ୍ରୁପର ଅଂଶଧନ 20 ପ୍ରତିଶତ ରହିଛି । ପ୍ରକାଶଥାଉକି, କ୍ଲିୟରଟ୍ରିପ ଏୟାରଲାଇନ୍ସ ବୁକିଂ ଉପରେ ଫୋକସ କରିଥାଏ । ତେବେ ହୋଟେଲ କାରବାରରେ ଫ୍ଲିପକାର୍ଟର ନିବେଶ ବୃଦ୍ଧି କରିବାରେ ବୋଲି ଚର୍ଚ୍ଚା ହେଉଛି । ଗତବର୍ଷ ଅର୍ଥାତ 2023 ମସିହାରେ ପ୍ରାୟ 27 ହଜାର କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଥବା ସୂଚନା ରହିଛି । କିନ୍ତୁ ଆମାଜମ ତୁଳନାରେ ଫ୍ଲିପକାର୍ଟ ଏତେ ସଂଖ୍ୟକ ଛଟେଇ କରିନଥିଲେ ହେଁ କମ ସଂଖ୍ୟକ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.