ETV Bharat / science-and-technology

Flipkart Diwali Sale: ଘୋଷଣା ହେଲା ସେଲ ତାରିଖ, ଏସବୁ ସେଗମେଣ୍ଟରେ ମିଳିବ ଅଧିକ ରିହାତି

author img

By ETV Bharat Odisha Team

Published : Oct 30, 2023, 4:47 PM IST

ଶସ୍ତାରେ ଜିନିଷ କିଣିବା ପାଇଁ ଚାହୁଁଛନ୍ତି କି ? ଆଉ ମାତ୍ର 2 ଦିନର ଅପେକ୍ଷା। ଫ୍ଲିପକାର୍ଟରେ ଆସିବାକୁ ଯାଉଛି ଦୀପାବଳି ସେଲ । ଅଧିକ ପଢନ୍ତୁ

Flipkart Diwali Sale
Flipkart Diwali Sale

ହାଇଦ୍ରାବାଦ: ପାଖେଇ ଆସୁଛି ଶୁଭ ଦୀପାବଳି । ଦଶହରା ଭଳି ଦୀପାବଳିରେ ମଧ୍ୟ ଗ୍ରାହକ ପାଇବେ ଦମଦାର ଅଫର । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଘୋଷଣା କରିଲା ଦିଓ୍ବାଲି ସେଲ । ଫ୍ଲିପକାର୍ଟର ଏହି ସେଲ ଖୁସିକୁ ଆହୁରି ଦ୍ବିଗୁଣିତ କରିବ। ଦଶହରାରେ ବିଗ ବିଲିୟନ ସେଲର ଫାଇଦା ଉଠାଇଥିବା ଗ୍ରାହକଙ୍କ ଅପେକ୍ଷା ଏବେ ଦିଓ୍ବାଲୀ ସେଲ ଉପରେ । ଭାରତୀୟମାନେ ମଧ୍ୟ ଏହି ସେଲକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । ପୋଷାକ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ ସବୁକିଛି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା କାରଣରୁ ସମସ୍ତଙ୍କର ନଜର ଏହି ସେଲ ଉପରେ ରହିଥାଏ ।

Flipkart Diwali Sale ଆସନ୍ତା 2 ତାରିଖରୁ ଆରମ୍ଭ ହେବ । ଯଦି ଆପଣ ମଧ୍ୟ ଏହି ସେଲରେ କିଛି କ୍ରୟ କରିବାକୁ ଯୋଜନା କରିଛନ୍ତି, ସେଲର ଫାଇଦା ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଜାଣନ୍ତୁ ତାରିଖ ଏବଂ ରିହାତି ସମ୍ପର୍କରେ। Flipkart Diwali Sale ଆସନ୍ତା 2 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଦୀପାବଳିର ପୂର୍ବଦିନ ଯାଏଁ ମନଭରି ସପିଂ କରିପାରିବେ ଗ୍ରାହକ ।

ଅନେକ ସେଗମେଣ୍ଟରେ ବମ୍ପର ଡିସକାଉଣ୍ଟ: ଫ୍ଲିପକାର୍ଟର ଦୀପାବଳି ସେଲ ବିଷୟରେ କହିବାକୁ ଗଲେ କମ୍ପାନୀ ଇଲେକ୍ଟ୍ରେନିକ୍ସ ଗେଜେଟ, ହୋମ ଆପ୍ଲାଇସେନ୍ସ, ବ୍ୟୁଟି ପ୍ରଡକ୍ଟ, ଗ୍ରୋସରୀ, କିଡ୍ସଓ୍ବେର ସହିତ ପ୍ରାୟ ସମସ୍ତ ସେକ୍ସନରେ ଡିସକାଉଣ୍ଟ ପାଇବେ ଗ୍ରାହକ । ତେବେ ଏସବିଆଇ କାର୍ଡ ରହିଥିବା ଗ୍ରାହକ ଅଧିକ ଫାଇଦା ପାଇବେ । ଏସବିଆଇ କାର୍ଡରେ ପେମେଣ୍ଟ କରିବା ଦ୍ବାରା 10 ପ୍ରତିଶତ ଅଧିକ ଡିସକାଉଣ୍ଟ ମିଳିବ।

ଏହା ମଧ୍ୟ ପଢନ୍ତୁ: ଆମାଜନ ଫେଷ୍ଟିଭ ସେଲରେ ଶସ୍ତାରେ ମିଳୁଛି ସ୍ମାର୍ଟୱାଚ, 12 ହଜାର ଟଙ୍କିଆ ଘଣ୍ଟା ମିଳୁଛି 15ଶହ ଟଙ୍କାରେ

ସ୍ମାର୍ଟଫୋନ ଏବଂ ସ୍ମାର୍ଟ ଟିଭିରେ ବଡ ଡିସକାଉଣ୍ଟ: ଫ୍ଲିପକାର୍ଟ ଦୀପାବଳି ସେଲ ପାଇଁ ମାଇକ୍ରୋସାଇଟକୁ ଲାଇଭ କରିଛି। ଏହି ମାଇକ୍ରୋସାଇଟରୁ ଜଣାପଡିଛି ଯେ, ଏହି ସେଲରେ ଫ୍ଲିପକାର୍ଟ ଗ୍ରାହକଙ୍କୁ 60 ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ପ୍ରଦାନ କରିବ। ଯଦି ଜଣେ ଗ୍ରାହକ ଦୀପାବଳି ସେଲରେ ସ୍ମାର୍ଟଟିଭି ନେବାକୁ ଚାହୁଁଛନ୍ତି ତେବେ ମୋଟରୋଲାର 4K ଟିଭି 10 ହଜାରରୁ ମଧ୍ୟ କମ ଟଙ୍କାରେ ମିଳିବ । ତେବେ ଦୀପାବଳି ସେଲରେ ପାର୍ଟି ପାଇଁ ସାଉଣ୍ଡ ବକ୍ସ ମଧ୍ୟ ଅତି ଶସ୍ତାରେ ମିଳିବ। ତେବେ ଦୀପାବଳି ସେଲ ପୂର୍ବକୁ କିଛି ନୂଆ ଫୋନ ମଧ୍ୟ ଲଞ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପୂର୍ବର ବିଗ ବିଲିୟମ ସେଲରେ ଆଇଫୋନ 15 ସିରିଜର ମଜା ଉଠାଇଥିଲେ ଗ୍ରାହକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.