ETV Bharat / science-and-technology

FB Messenger New Feature: ଭିଡିଓ କଲ୍ ସମୟରେ ଖେଳିପାରିବେ ଗେମ୍ - ମେସେଞ୍ଜର ଅପଡେଟ୍

ମେଟା ମାଲିକାନା ଫେସବୁକ୍ ମେସେଞ୍ଜରରେ ଆଣୁଛି ନୂଆ ଫିଚର୍ସ । ଏଣିକି ମେସେଞ୍ଜରରେ ଭିଡିଓ କଲ୍ ସମୟରେ ବନ୍ଧୁ ଏବଂ ପରିବାରଙ୍କ ସହ ଗେମ୍ ଖେଳିହେବ । ଅଧିକ ପଢନ୍ତୁ

FB Messenger
FB Messenger
author img

By

Published : Apr 7, 2023, 12:59 PM IST

ସାନ ଫ୍ରାନ୍ସିସ୍କୋ: ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ମେଟା ମାଲିକାନା ଫେସବୁକ୍ ମେସେଞ୍ଜରରେ ଆଣିବାକୁ ଯାଉଛି ନୂଆ ଫିଚର୍ସ । ମେଟାର କ୍ଲାଉଡ୍ ଗେମିଂ ସେବା ଫେସବୁକ୍ ଗେମିଙ୍ଗ ଘୋଷଣା କରିଛି ଯେ, ଏଣିକି ମେସେଞ୍ଜରରେ ଭିଡିଓ କଲ୍ ସମୟରେ ଉପଭୋକ୍ତାମାନେ ସେମାନଙ୍କର ପ୍ରିୟ ଖେଳ ଖେଳିପାରିବେ । ମେସେଞ୍ଜରରେ ଏହି ନୂଆ ଫିଚର୍ସ ଭିଡିଓ କଲ୍ ସମୟରେ ବନ୍ଧୁ ଏବଂ ପରିବାରଙ୍କ ସହ ଗେମ୍ ଖେଳିବା ପାଇଁ ସହଜ କରିବ । ଏକାସାଙ୍ଗରେ ବାର୍ତ୍ତାଳାପ ଏବଂ ଗେମ୍‌ପ୍ଲେରେ ଜଡିତ ହୋଇପାରିବେ ବୋଲି ଫେସବୁକ୍ ଗେମିଂ ଏକ ବିବୃତ୍ତିରେ କହିଛି ।

ଏହା ମଧ୍ୟ ପଢନ୍ତୁ:- Amazon Book Depository: ଏପ୍ରିଲ 26ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ

ଟେକ୍ ଜଏଣ୍ଟ୍ କହିଛି ଯେ, ଆଇଓଏସ୍, ଆଣ୍ଡ୍ରଏଡ୍ ଏବଂ ୱେବରେ ମେସେଞ୍ଜର ଭିଡିଓ କଲ୍‌ରେ 14 ଟି ଫ୍ରି-ଟୁ-ପ୍ଲେ ଗେମ୍ ଉପଲବ୍ଧ ହୋଇଛି । ମାତ୍ର ଏହାକୁ ଇନଷ୍ଟଲ୍ କରିବାକୁ ପଡିବ । ଖେଳ ଗୁଡିକରେ ବମ୍ବେ ପ୍ଲେ ଦ୍ୱାରା 'କାର୍ଡ ୱାର୍ସ' ଏବଂ କୋଟସିଙ୍କ ଦ୍ୱାରା 'ଏକ୍ସପ୍ଲୋଡିଂ କିଟେନ୍ସ', ଏବଂ FRVR ର 'ମିନି ଗଲ୍ଫ FRVR' ଏବଂ Zynga ର 'ୱାର୍ଡସ ୱିଥ୍ ଫ୍ରେଣ୍ଡସ୍' ଭଳି ନୂତନ ଟାଇଟଲ୍ ସାମିଲ୍ ଅଛି । କମ୍ପାନୀ କହିଛି ଯେ, ଯଦିଓ ପ୍ରତ୍ୟେକ ଗେମ୍ ଅଧିକ ସଂଖ୍ୟକ ପ୍ଲେୟାର ଆବଶ୍ୟକତା କରେ, ତଥାପି ଅଧିକାଂଶ ଖେଳ କେବଳ ଦୁଇ ଜଣଙ୍କ ଦ୍ୱାରା ଖେଳାଯାଇପାରିବ । ଏକ ଫେସବୁକ୍ ମେସେଞ୍ଜର ଭିଡିଓ କଲ୍ ଆରମ୍ଭ କରି ଏବଂ ସେଣ୍ଟରରେ ଥିବା ଗ୍ରୁପ୍ ମୋଡ୍ ଆଇକନ୍ ଉପରେ ଟ୍ୟାପ୍ କରି ‘ପ୍ଲେ’ ଆଇକନ୍ ଉପରେ ଟ୍ୟାପ୍ କରି ଗେମ୍‌କୁ ପ୍ରବେଶ କରିପାରିବ ।

ଏହା ମଧ୍ୟ ପଢନ୍ତୁ:- Twitter Logo Changed: ଉଡିଗଲା ନୀଳ ପକ୍ଷୀ, ସ୍ଥାନ ନେଲା କୁକୁର

ଏହି ସମୟରେ ମେଟା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ଯେ, ଆମେରିକାରେ ଅବସ୍ଥିତ ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ କମ୍ପାନୀ ଏହାର ପେଡ୍ ସବସ୍କ୍ରିପସନ୍ ଯୋଜନା ଆରମ୍ଭ କରୁଛି । ପ୍ରଥମେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଏହି ଫିଚର୍ସ ଲଞ୍ଚ କରାଯାଇଥିଲା । ସେ କହିଛନ୍ତି ଯେ, 'ମେଟା ଭେରିଫାଏଡ୍' ଯୋଜନା ଏକ ଯାଞ୍ଚ ହୋଇଥିବା ଲେବଲ୍, ଛଦ୍ମନାମରେ ଆଇଡି ଓପନ୍ କରି ଅନ୍ୟମାନଙ୍କୁ ସମସ୍ୟାରେ ପକାଉଥିବା ବ୍ୟବହାରକାରୀଙ୍କୁ ଏହି ଫିଚର୍ସ ସାବାଡ୍ କରିବ । ଏଥିସହ ବ୍ୟବହାରକାରୀଙ୍କ ଗୋପନୀୟତାକୁ ମଧ୍ୟ ସୁରକ୍ଷା ଦେବ । ଏହି ସବସ୍କ୍ରିପସନ୍ ଯୋଜନାରେ ୱେବ୍ ପାଇଁ ମାସକୁ 11.99 ଡଲାର୍ ଏବଂ ମୋବାଇଲ୍ ପାଇଁ ମାସକୁ 14.99 ଡଲାର ଦେବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.