ETV Bharat / science-and-technology

X Viewers: ଏକ୍ସର ଏହି ଫିଚରକୁ ଅଧିକ ପସନ୍ଦ କରୁଛନ୍ତି ୟୁଜର୍ସ, ବର୍ଷକରେ 2ଗୁଣା ବୃଦ୍ଧି - ଏକ୍ସ କର୍ପର ସିଇଓ ଲିଣ୍ଡା ୟାକାରିନୋ

ଏକ୍ସର ଏହି ଫିଚରକୁ ଅଧିକ ପସନ୍ଦ କରୁଛନ୍ତି ୟୁଜର୍ସ। ଗତ ବର୍ଷ ତୁଳନାରେ X ରେ ଭିଡିଓ ଷ୍ଟ୍ରିମିଂରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି ଏକ୍ସ କର୍ପର ସିଇଓ ଲିଣ୍ଡା ୟାକାରିନୋ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ

X Viewers
X Viewers
author img

By ETV Bharat Odisha Team

Published : Sep 4, 2023, 4:51 PM IST

ହାଇଦ୍ରାବାଦ: ଏକ୍ସକୁ ନେଇ ଏଲନ ମସ୍କଙ୍କ ଘୋଷଣା। ଗତ ବର୍ଷ ଠାରୁ C Corpରେ ଭିଡିଓ ଦର୍ଶକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି ବୋଲି ଏଲନ ମସ୍କ ସୋମବାର ଘୋଷଣା କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ଏଲୋନ୍ ମସ୍କ 44 ବିଲିୟନ ଡଲାରରେ ସୋସିଆଲ୍ ମିଡିଆ ନେଟୱାର୍କ ଟ୍ବିଟର(ବର୍ତ୍ତମାନର ଏକ୍ସ)କୁ କିଣିଥିଲେ। ଗତ ବର୍ଷ ତୁଳନାରେ X ରେ ଭିଡିଓ ଷ୍ଟ୍ରିମିଂରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି ଏକ୍ସ କର୍ପର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ କହିଛନ୍ତି। ମସ୍କଙ୍କ କହିବା ଅନୁସାରେ ଗତବର୍ଷ ଠାରୁ ଏକ୍ସରେ ଭିଡିଓ ଦର୍ଶକଙ୍କ ସଂଖ୍ୟା ପ୍ରାୟ ଦ୍ବିଗୁଣିତ ହୋଇଛି।

ରବିବାର ଦିନ ଇଟାଲୀ ଗ୍ରାଣ୍ଡ ପ୍ରିରେ F1 ରେସର ମ୍ୟାକ୍ସ ଭର୍ଷ୍ଟାପେନ ଏକ ନୂଆ ଫର୍ମୁଲା ୱାନ ରେକର୍ଡ କରିବା ପରେ ଲିଣ୍ଡା ୟାକାରିନୋ ଏକ୍ସକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଫର୍ମୁଲା 1ର ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, "ରେକର୍ଡ୍ସ ଅଲ ରାଉଣ୍ଡ। ଗତ ବର୍ଷ ତୁଳନାରେ X ଭିଡିଓ ଭ୍ୟୁଅର୍ସ 90 ପ୍ରତିଶତ ବୃଦ୍ଧି ପାଇଛି। " ପ୍ରକାଶଥାଉକି, ଗତମାସରେ ଏଲନ ମସ୍କ ଏକ୍ସକୁ ନେଇ ଘୋଷଣା କରିଥିଲେ। ସେ କହିଥିଲେ, ପ୍ରିମିୟମ ୟୁଜର୍ସମାନେ ବର୍ତ୍ତମାନ ପ୍ଲାଟଫର୍ମ(ଏକ୍ସରେ) ଅଧିକ ଭିଡିଓ ପୋଷ୍ଟ କରିପାରିବେ। 1080p ଗୁଣାବତ୍ତାରେ ଦୁଇ ଘଣ୍ଟାର କେଣ୍ଟେଣ୍ଟ ଭିଡିଓ ବା 720p ଗୁଣାବତ୍ତାର ତିନିଘଣ୍ଟା ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରିପାରିବେ।"

  • the time people are spending on X is up 14% from last year -- driven by sports, business, finance, music, entertainment, and political enthusiasts. glad to see you all are as addicted to X as we are 😄

    — Linda Yaccarino (@lindayaX) September 1, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ମସ୍କଙ୍କ ବଡ ଘୋଷଣା, ଏକ୍ସରେ ମିଳିବ ଭିଡିଓ ଏବଂ ଅଡିଓ କଲିଂ ସୁବିଧା

ଏଥିସହ ପେଡ ୟୁଜର୍ସମାନେ ସେମାନଙ୍କର ଟାଇମଲାଇନରୁ କ୍ୟାମେରା ରୋଲକୁ ଭିଡିଓ ଡାଉନଲୋଡ୍ କରିବାର କ୍ଷମତା ପାଇପାରିବେ ଏବଂ ପୋଷ୍ଟ ହୋଇଥିବା ଭିଡିଓ ଗୁଡିକୁ ଡାଉନଲୋଡ କରିବାରେ ସକ୍ଷମ ହୋଇପାରିବେ। ଏହାରି ଭିତରେ କମ୍ପାନୀ ଆପରେ ଖୁବଶୀଘ୍ର ଅଡିଓ ଏବଂ ଭିଡିଓ କଲର ସୁବିଧା ଆଣିବ ବୋଲି ଗତ ଗୁରୁବାର ଦିନ ଘୋଷଣା କରାଯାଇଛି। ଏହି ଫିଚର ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ PCରେ ସପୋର୍ଟ କରିବ ବୋଲି କୁହାଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏଥିପାଇଁ ୟୁଜର୍ସଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ ବୋଲି କୁହାଯାଇଛି। ୟୁଜର୍ସମାନେ ମେସେଜ ସେକ୍ସନରୁ ସିଧାସଳଖ ଏହି ଅଡିଓ କିମ୍ବା ଭିଡିଓ କଲ କରିବାର ବିକଳ୍ପ ପାଇବେ। ତେବେ ଏହି ଫିଚରର ଘୋଷଣା କରାଯାଇଥିଲେ ହେଁ କେବେ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ। ତେବେ ମସ୍କଙ୍କ ଏହି ଘୋଷଣା ପରେ ଜିଓ, ​​ଏୟାରଟେଲ କିମ୍ବା ଭିଆଇ ଭଳି ଟେଲିକମ୍ କମ୍ପାନୀଗୁଡିକ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.