ETV Bharat / science-and-technology

ମାଆ ଓ ଶିଶୁଙ୍କ ଆଣ୍ଟିବଡି ବୃଦ୍ଧି କରୁଛି ଗର୍ଭାବସ୍ଥାରେ କୋଭିଡ୍ ଟୀକାକରଣ

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଯେଉଁ ଗର୍ଭବତୀ ମହିଳାମାନେ mRNA Covid-19 ଟିକା ନେଇଥିଲେ, ସେମାନଙ୍କର କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ତୁଳନାରେ 10 ଗୁଣ ଅଧିକ ଆଣ୍ଟିବଡି ସ୍ତର ବୃଦ୍ଧି ହୋଇଥିଲା । ଏପରିକି ଏହା ମଧ୍ୟ ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କଠାରେ ଦେଖାଯାଇଛି । ଅଧିକ ପଢନ୍ତୁ

author img

By

Published : Nov 11, 2022, 1:07 PM IST

ଗର୍ଭାବସ୍ଥାରେ କୋଭିଡ୍ ଟୀକାକରଣ ମାଆ ଓ ଶିଶୁଙ୍କ ଆଣ୍ଟିବଡି ବୃଦ୍ଧି କରୁଛି

ନ୍ୟୁୟର୍କ: କୋଭିଡ୍ ଭ୍ୟାକ୍ସିନ୍ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଆଣ୍ଟିବଡି ସ୍ତର ବୃଦ୍ଧି କରିଥାଏ । ଆଜ୍ଞା ହଁ, ଏକଥା ଆମେ କହୁନୁ, ଏକ ନୂତନ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଥି । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଗର୍ଭବତୀ ମହିଳାମାନେ mRNA Covid-19 ଟିକା ନେଇଥିଲେ, ସେମାନଙ୍କର କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ତୁଳନାରେ 10 ଗୁଣ ଅଧିକ ଆଣ୍ଟିବଡି ସ୍ତର ବୃଦ୍ଧି ହୋଇଥିଲା । ଏପରିକି ଏହା ମଧ୍ୟ ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କଠାରେ ଦେଖାଯାଇଛି(Covid vaccine leads to higher antibody levels in pregnant women, babies) ।

ଜାମା ନେଟୱାର୍କ ଓପନ୍‌(JAMA Network Open)ରେ ପ୍ରକାଶିତ ଚିଲ୍ଡ୍ରେନ୍ସ ହସପିଟାଲ୍ ଅଫ୍ ଫିଲାଡେଲଫିଆ (CHOP) ଏବଂ ଆମେରିକାର ପେନସିଲଭାନିଆ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ବାରା ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଆଣ୍ଟିବଡି ସ୍ଥାନାନ୍ତର କରିବାରେ ଟିକା ଗ୍ରହଣର ଅବଧି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏହା ମଧ୍ୟ ଜଣାପଡିଛି ଯେ, ଭ୍ୟାକ୍ସିନର ପ୍ରଥମ ଡୋଜର 15 ଦିନ ସୁଦ୍ଧା ଆଣ୍ଟିବଡି ଚିହ୍ନଟ ହୋଇ ଥିବାବେଳେ ଏହାର କିଛି ଦିନ ପରେ କିମ୍ବା ସପ୍ତାହ ପରେ ଆଣ୍ଟିବଡି ବୃଦ୍ଧି ପାଉଥିବା ଜଣାପଡିଛି ।

ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଟୀକାକରଣ କେବଳ ଗର୍ଭାବସ୍ଥାରେ ମାଆମାନଙ୍କ ପାଇଁ ଦୃଢ ସୁରକ୍ଷା ପ୍ରଦାନ କରେ ତାହା ନୁହେଁ, ଏହା କୋଭିଡ ସଂକ୍ରମଣ ଅପେକ୍ଷା ଶିଶୁମାନଙ୍କୁ ଅଧିକ ଆଣ୍ଟିବଡି ଯୋଗାଇଥାଏ ବୋଲି ଅନୁସନ୍ଧାନକାରୀ ଦସ୍ତିନ୍ ଡି. ଫ୍ଲାନେରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଗର୍ଭଧାରଣ ସମୟରେ ଗୁରୁତର କୋଭିଡ ସଂକ୍ରମଣ ଏକ ବିପଦର କାରଣ । ତେଣୁ ଏହି ଅଧ୍ୟୟନ ସୂଚାଏ ଯେ, ଗର୍ଭବତୀ ମହିଳାମାନେ ନିଜକୁ ଏବଂ ସେମାନଙ୍କର ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଟୀକାକରଣକୁ ପ୍ରାଥମିକତା ଦେବା ଉଚିତ ।"

ଏହି ପରୀକ୍ଷଣ ପାଇଁ ଅନୁସନ୍ଧାନକାରୀ ଟିମ୍, 585 ଗର୍ଭବତୀ ମହିଳାଙ୍କ ଉପରେ ପରୀକ୍ଷା ନୀରିକ୍ଷା କରିଥିଲେ । ଏମାନଙ୍କ ମଧ୍ୟରୁ 169 ମହିଳା ସାମିଲ୍ ଥିଲେ, ଯେଉଁମାନେକି ଭ୍ୟାକ୍ସିନ୍ ନେଇଥିଲେ ମାତ୍ର ସେମାନେ ପୂର୍ବରୁ କେବେ କୋଭିଡରେ ଆକ୍ରାନ୍ତ ହୋଇନଥିଲେ, ସେହିପରି 408 ଜଣ ଚିହ୍ନଟ ହୋଇଥିଲେ, ​​ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇଥିଲେ, ମାତ୍ର ଟିକା ନେଇନଥିଲେ ।

ସେମାନେ ଜାଣିବାକୁ ପାଇଲେ ଯେ, ଟିକା ଗ୍ରହଣକାରୀଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ସଂକ୍ରିମିତ ମହିଳାଙ୍କ ତୁଳନାରେ ପ୍ରାୟ 10 ଗୁଣ ଅଧିକ । ଅନୁସନ୍ଧାନକାରୀମାନେ 95% ରୁ ଅଧିକ ନବଜାତ ଶିଶୁ (585 ର 557)ଙ୍କ କର୍ଡ ରକ୍ତରେ SARS-CoV-2 ଜୀବାଣୁରେ IgG ଆଣ୍ଟିବଡି ଚିହ୍ନଟ କରିଥିଲେ । ନ୍ୟୁବର୍ଣ୍ଣ ମେଡିସିନ୍ ଏଟ୍ ପେନ୍ସିଲଭାନିଆ ହସ୍ପିଟାଲ(Newborn Medicine at Pennsylvania Hospital)ର ବରିଷ୍ଠ ଲେଖକ କରିନ୍ ଏମ ପୁଓପୋଲୋ କହିଛନ୍ତି ଯେ, "ଆମର ଅଧ୍ୟୟନ ସୂଚାଇ ଦେଇଛି ଯେ, ଗର୍ଭାବସ୍ଥାରେ କୋଭିଡ-19 ଟୀକାକରଣ ରଣନୀତି ବିଷୟରେ ସାଧାରଣ ଲୋକଙ୍କୁ ଏହା ସୂଚନା ଦେଇପାରେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.