ETV Bharat / science-and-technology

Covid Booster Dose: ଓମିକ୍ରନ ବିରୋଧରେ ବଢାଉଛି ଆଣ୍ଟିବଡି ସୁରକ୍ଷା - କୋଭିଡ଼ ବୁଷ୍ଟର ଡୋଜର ପ୍ରଭାବ

କୋଭିଡ଼ ବୁଷ୍ଟର ଡୋଜ ଓମିକ୍ରନ ବିରୋଧରେ ଆଣ୍ଟିବଡ଼ିର ସୁରକ୍ଷା କ୍ଷମତା ବଢାଉଥିବା ରିପୋର୍ଟରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

Covid Booster Dose: ଓମିକ୍ରନ ବିରୋଧରେ ବଢାଉଛି ଆଣ୍ଟିବଡ଼ି ସୁରକ୍ଷା

author img

By

Published : Jan 21, 2022, 8:46 PM IST

ଲଣ୍ଡନ: ବିଶ୍ବରେ ଏବେ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣରୁ ରୋକିବା ପାଇଁ ଏବେ ସରକାର ବୁଷ୍ଟର ଡୋଜ ନେବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ବୁଷ୍ଟର ଡୋଜ ନେବା ପରେ ଲୋକଙ୍କ ଶରୀରରେ ଆଣ୍ଟିବଡିର ସୁରକ୍ଷା କ୍ଷମତା ବୃଦ୍ଧି ପାଇଛି ବୋଲି ଗବେଷଣାରୁ ଜଣାପଡ଼ିଛି ।

The Lancetର ରିପୋର୍ଟ ଅନୁସାରେ, Francis Crick Institute ଓ UCLH Biomedical Researchର ଗବେଷକଙ୍କ ମତରେ ଲୋକମାନେ ୨ ଡୋଜ ଟିକା ନେବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉଛି । କିନ୍ତୁ ଆଲଫା ଓ ଡେଲଟା ଭାରିଏଣ୍ଟ ଭଳି ଏହା ଓମିକ୍ରନ ଭାରିଏଣ୍ଟ ଉପରେ ଏତେଟା ପ୍ରଭାବ ଦେଖାଇ ପାରୁନାହିଁ । ସେ ଆହୁରି କହିଛନ୍ତି ଯେ ୨ୟ ଡୋଜ ଟିକା ନେବାର ୩ ମାସ ପରେ ଏହାର ଆଣ୍ଟିବଡ଼ି ସୃଷ୍ଟି କରିବା କ୍ଷମତା ହ୍ରାସ ପାଇଛି ।

ଏହା ବି ପଢନ୍ତୁ: ନୂଆ ସ୍ମାର୍ଟଫୋନ ଆଣୁଛି OnePlus, ୨୦ ହଜାର ତଳେ ରହିବ ମୂଲ୍ୟ !

କିନ୍ତୁ ଯେଉଁମାନେ Pfizer/BioNTech ଟିକାର ୨ଟି ଡୋଜ ଟିକା ନେଇଛନ୍ତି, ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟିର କ୍ଷମତା ଅନ୍ୟମାନଙ୍କ ବୁଷ୍ଟର ଡୋଜ ଟିକାର ପ୍ରଭାବ ସହିତ ସମାନ ରହିଛି । ୩ଟି ଡୋଜ ଟିକା ନେବା ପରେ ଆଣ୍ଟିବଡ଼ିର ସ୍ତର ପ୍ରାୟ ୨.୫ ଗୁଣା ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି । ପ୍ରାୟ ୩୬୪ ଲୋକଙ୍କ ୬୨୦ଟି ରକ୍ତ ନମୁନାକୁ ନେଇ ଗବେଷଣା କରାଯାଇଥିଲା । ଓମିକ୍ରନ ଭାରିଏଣ୍ଟ ବିରୋଧରେ Xevudy ନାମକ ଆଣ୍ଟିବଡ଼ିର ବ୍ୟବହାର ହେଉଛି, ଯାହାକି ଏହି ଭାରିଏଣ୍ଟ କବଳରୁ ଶରୀରକୁ ରକ୍ଷା କରୁଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.