ETV Bharat / science-and-technology

ଆଜି ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ - ଇସ୍ରୋ ନ୍ୟୁଜ

ଆଉ ଏକ ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । ଦିନ 11:30 ରେ ଉତକ୍ଷେପଣ ହେବ ଦେଶର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍' । ଅଧିକ ପଢନ୍ତୁ

ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ ଆଜି

author img

By

Published : Nov 18, 2022, 10:16 AM IST

ନୂଆଦିଲ୍ଲୀ: ସଫଳତା ଦିଗରେ ଆଜି ଆଉ ପାଦେ ଆଗକୁ ବଢିବ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । କାରଣ ଆଜି(ନଭେମ୍ବର 18) ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ଦେଶର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍'(Country's first private rocket Vikram-S launched from Sriharikota Andhra Pradesh today) । ଚାରି ବର୍ଷ ପୁରୁଣା ଷ୍ଟାର୍ଟ ଅପ୍ ସ୍କାଏରୁଟ୍ ଏରୋସ୍ପେସର ବିକ୍ରମ-ଏସ୍ ରକେଟର ପ୍ରଥମ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ସ୍କାଏରୁଟ୍ ଏରୋସ୍ପେସ୍‌ର ପ୍ରଥମ ମିଶନ୍, 'ପ୍ରାରମ୍ଭ'(Vikram-S) ଦୁଇ ଜଣ ଭାରତୀୟ ଏବଂ ଜଣେ ବିଦେଶୀ କଷ୍ଟମର୍ସଙ୍କୁ ନେଇ ପେଲୋଏଡ୍ ବହନ କରିବ । ବିକ୍ରମ-ଏସ ଆଜି ସକାଳ 11:30 ରେ ଉତକ୍ଷେପଣ ହେବ । ଚେନ୍ନାଇ ସ୍ଥିତ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସକିଡ୍ଜ ବିକ୍ରମ-ଏସ୍ ବୋର୍ଡରେ ଉପ-ଅକ୍ଷ(Sub-Orbital) ରକେଟରେ ଭାରତ, ଆମେରିକା, ସିଙ୍ଗାପୁର ଏବଂ ଇଣ୍ଡୋନେସିଆର ଛାତ୍ରମାନଙ୍କ ଦ୍ୱାରା ବିକଶିତ 2.5 କିଲୋଗ୍ରାମ ପେଲୋଡ୍ 'Fun-Sat' ଉଡାଣ ଭରିବ ।

ଏହି ମିଶନ୍ ଉତ୍‌କ୍ଷେପଣ ସହ ସ୍କାଏରୁଟ୍ ମହାକାଶକୁ ରକେଟ୍ ଉତକ୍ଷେପଣ କରିବାରେ ଦେଶର ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ ହେବାକୁ ଯାଉଛି । ଏହା ସ୍ପେସ୍ ସେକ୍ଟର ପାଇଁ ଏକ ନୂତନ ଯୁଗର ଆରମ୍ଭ, ଯାହା ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ସହଜ କରିବା ପାଇଁ 2020 ରେ ଓପନ୍ ହୋଇଥିଲା ।

ଖବର ମୁତାବକ, ଚଳିତ ମାସ 15ରେ Vikram-S ଲଞ୍ଚ ନେଇ ଯୋଜନା କରାଯାଇଥିଲା । ମାତ୍ର ପୁନର୍ବାର ଉତକ୍ଷେପଣ ସମୟ ପରିବର୍ତ୍ତନ କରାଯାଇ, ଆଜିକୁ ଦିନ ଧାର୍ଯ୍ୟ କରାଯାଇଥିଲା । ହାଇଦ୍ରାବାଦ ଭିତ୍ତିକ ସ୍କାଏରୁଟ ଏରୋସ୍ପେସ(Skyroot Aerospace Pvt Ltd) ନାମକ ଏକ ଘରୋଇ ମହାକାଶ ଗବେଷଣା କମ୍ପାନୀ ପକ୍ଷରୁ ଏହି ରକେଟର ନିର୍ମାଣ କରାଯାଇଛି । ରକେଟର ନାମ ରଖାଯାଇଛି ବିକ୍ରମ-ଏସ । ଏହାକୁ ମଧ୍ୟ 'ପ୍ରାରମ୍ଭ' କୁହାଯାଏ । ISRO ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାବାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଏରୁଟର ଲଞ୍ଚ ଯାନଗୁଡ଼ିକର ନାମ 'ବିକ୍ରମ' ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.