ହାଇଦ୍ରାବାଦ: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରାୟନ-3 ସଫଳତାର ସହ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଅତିକ୍ରମ କରି ଚାଲିଛି । ଏହାରି ଭିତରେ ଚନ୍ଦ୍ରର ଅତି ନିକଟତର ହୋଇସାରିଛି ଚନ୍ଦ୍ରଯାନ-3 । ବର୍ତ୍ତମାନ ସଫ୍ଟ ଲ୍ୟାଣ୍ଡିଂ ଠାରୁ ଆଉ ଗୋଟିଏ କକ୍ଷପଥ ଦୂରରେ ଚନ୍ଦ୍ରଯାନ-3 । ଆଜି ଠାରୁ ଚନ୍ଦ୍ର ମିଶନ ଏକ କଠିନ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ଚନ୍ଦ୍ରଯାନରେ ଆଜି ନିର୍ଣ୍ଣାୟକ ପରିବର୍ତ୍ତନ ଘଟିବ । ଏହି କକ୍ଷପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ-3ରୁ ଲ୍ୟାଣ୍ଡର ଅଲଗା କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
-
Chandrayaan-3 Mission:
— ISRO (@isro) August 16, 2023 " class="align-text-top noRightClick twitterSection" data="
Today’s successful firing, needed for a short duration, has put Chandrayaan-3 into an orbit of 153 km x 163 km, as intended.
With this, the lunar bound maneuvres are completed.
It’s time for preparations as the Propulsion Module and the Lander Module… pic.twitter.com/0Iwi8GrgVR
">Chandrayaan-3 Mission:
— ISRO (@isro) August 16, 2023
Today’s successful firing, needed for a short duration, has put Chandrayaan-3 into an orbit of 153 km x 163 km, as intended.
With this, the lunar bound maneuvres are completed.
It’s time for preparations as the Propulsion Module and the Lander Module… pic.twitter.com/0Iwi8GrgVRChandrayaan-3 Mission:
— ISRO (@isro) August 16, 2023
Today’s successful firing, needed for a short duration, has put Chandrayaan-3 into an orbit of 153 km x 163 km, as intended.
With this, the lunar bound maneuvres are completed.
It’s time for preparations as the Propulsion Module and the Lander Module… pic.twitter.com/0Iwi8GrgVR
ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ,"ଆଜି ସଫଳତାର ସହ ଇଞ୍ଜିନ ଅନ୍ କରିବା ପରେ ଏହା ଚନ୍ଦ୍ରର ଆହୁରି ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ କକ୍ଷପଥ ରହିଛି । ବର୍ତ୍ତମାନ ଚନ୍ଦ୍ରପୃଷ୍ଠରୁ ସର୍ବନିମ୍ନ 153 କିମି ଏବଂ ସର୍ବାଧିକ 163 କିମି ରହିଛି । ଏଠାରୁ ବର୍ତ୍ତମାନ ଲ୍ୟାଣ୍ଡରକୁ ଅଲଗା କରାଯିବ । ଅଗଷ୍ଟ 17ରୁ ଆଉ ଏକ ରାଉଣ୍ଡ ପୂରଣ କରିବା ପରେ, ପ୍ରୋପଲାନ୍ସ ମଡ୍ୟୁଲ୍ ଏବଂ ଲ୍ୟାଣ୍ଡର ମଡ୍ୟୁଲର ପୃଥକ ଯାତ୍ରା ଆରମ୍ଭ ହେବ । ଯଦି ସବୁ କାର୍ଯ୍ୟ ସଠିକ ଭାବରେ ହୁଏ, ତେବେ କାର୍ଯ୍ୟସୂଚୀ ଅନୁସାରେ ଅଗଷ୍ଟ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡି କରିବ ଚନ୍ଦ୍ରଯାନ-3 ।"
ଏହା ମଧ୍ୟ ପଢନ୍ତୁ: Chandrayaan-3: ଚନ୍ଦ୍ରଠୁ ମାତ୍ର 150 କି.ମି ଦୂରରେ, 16 ପୃଥକ ହେବ ଲ୍ୟାଣ୍ଡର
ଜହ୍ନ ରାଇଜରେ ପହଞ୍ଚିବା ପାଇଁ ଆଉ ମାତ୍ରା କିଛି ଦିନ: କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ କହିଛନ୍ତି ଯେ, "ଆମେ ଚନ୍ଦ୍ରର ଅତି ନିକଟତର ହୋଇଛୁ । ଇସ୍ରୋର ବୈଜ୍ଞାନିକମାନେ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ହୁଏ, ତାହାଲେ ଆଉ କିଛି ଦିନରେ ଆମର ଲ୍ୟାଣ୍ଡର ଚଦ୍ରରେ ରହିବ । ଖୁବ ଶୀଘ୍ର ମିଶନ ସଫଳ ହେବ ବୋଲି ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ । ଯଦି ଏହି ମିଶନ ସଫଳତାର ସହିତ ସମାପ୍ତ ହୁଏ, ତେବେ ଭାରତ ଏହି ସଫଳତା ପାଇଁ ବିଶ୍ୱର ଚତୁର୍ଥ ଦେଶ ହେବ । କେବଳ ଏତିକି ନୁହେଁ, ଭାରତ ବିଶ୍ୱର ପ୍ରଥମ ଦେଶ ହେବ ଯେଉଁଥିରେ କୌଣସି ଭାରୀ ରକେଟ୍ ବିନା ଏହି ମିଶନ ସଫଳ ହୋଇଛି । ଏହାପରେ ଭାରତର ଇତିହାସରେ ଆଉ ଏକ ସଫଳତା ଯୋଡିହେବ ।
ଏହା ମଧ୍ୟ ପଢନ୍ତୁ: ଭାରତର ଚନ୍ଦ୍ରଯାନ-3 ଋଷର ଲୁନା-25 ଠାରୁ ଭିନ୍ନ: ଇସ୍ରୋ ବୈଜ୍ଞାନିକ
କହି ରଖୁଛୁ କି, ଜୁଲାଇ 14 ତାରିଖରେ ISRO ବହୁ ପ୍ରତୀକ୍ଷିତ ଭାରତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-3କୁ LVM-M-4 ରକେଟ ସାହାଯ୍ୟରେ ଉତକ୍ଷେପଣ କରିଥିଲା । ଏବେ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟତର ହୋଇସାରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ 14 ତାରିଖରେ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ, କକ୍ଷପଥ ପରିବର୍ତ୍ତନ କରିବା ପରେ ଏବେ ଚନ୍ଦ୍ରପୃଷ୍ଠରୁ ମାତ୍ର ସର୍ବନିମ୍ନ 150 ଓ ସର୍ବାଧିକ 177 କି.ମି ଅଣ୍ଡାକୃତି ପରିଧିରେ ଚନ୍ଦ୍ରକୁ ପରିକ୍ରମା କରୁଛି ଚନ୍ଦ୍ରଯାନ-3 । ତେବେ ବର୍ତ୍ତମାନ 23 ତାରିଖକୁ ଅପେକ୍ଷା କରି ରହିଛନ୍ତି ଦେଶବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ